ମୁମ୍ୱାଇ: ଗୁରୁବାର ରାତିରେ ମୁମ୍ୱାଇ ପୁଲିସ ଏକ ବଡ଼ ଧରଣର ସେକ୍ସ ରାକେଟକୁ ଠାବ କରିଛି। ମୁମ୍ୱାଇ ଶୁବୁରାନ ଅନ୍ଦେରିରେ ଥିବା ଏକ ତିନି ତାରକା ହୋଟେଲରେ ସେକ୍ସ ରାକେଟ ଚାଲିଥିବା ବେଳେ ପୁଲିସ ରେଡ୍ କରି ଜଣେ ନାବାଳିକା ସହିତ ମୋଟ୍ ତିନି ମହିଳାଙ୍କୁ ଉଦ୍ଧାର କରିଛି। ଅନ୍ଧେରୀରେ ଥିବା ସୋସିଆଲ୍ ସର୍ଭିସ ପୁଲିସ ଶାଖା ଏହି ରେଡ୍ କରିଥିଲା।
ରେଡ୍ ବେଳେ ଉଦ୍ଧାର ହୋଇଥିବା ତିନି ମହିଳା ଦେହ ବ୍ୟବସାୟରେ ସାମିଲ୍ ଥିବା ଜଣାପଡ଼ିଛି। ଏହି ସେକ୍ସ ରାକେଟର ମାଷ୍ଟର ମାଇଣ୍ଡ ପ୍ରିୟା ଶର୍ମା ବୋଲି ପୁଲିସ ଜାଣିବାକୁ ପାଇଛି। ଗିରଫ ହୋଇଥିବା ଆଉ ଜଣେ ମହିଳା ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ କାର୍ଯ୍ୟକ୍ରମ ସାବଧାନ ଇଣ୍ଡିଆର ଅଭିନେତ୍ରୀ। ଅନ୍ୟ ଜଣେ ମହିଳା ମରାଠୀ ଫିଲ୍ମ ଏବଂ ସିରିଏଲର ଅଭିନେତ୍ରୀ ବୋଲି ଜଣାପଡ଼ିଛି। ସେହିପରି ନାବାଳିକା ଜଣଙ୍କ ଓ୍ୱେବ୍ ସିରିଜରେ କାମ କରୁଥିବା ସନ୍ଦେଶ ରେଭଲେ କହିଛନ୍ତି।
ପ୍ରିୟା ଶର୍ମା ନିଜେ ଦେହ ବ୍ୟବସାୟରେ ସାମିଲ ହେବା ସହିତ ଅନ୍ୟ ମାନଙ୍କୁ ମଧ୍ୟ ଏହି ଦେହ ବ୍ୟବସାୟରେ ସାମିଲ୍ କରିଥିଲା ବୋଲି ଜଣାପଡ଼ିଛି। ପ୍ରିୟା ଶର୍ମା କନ୍ଦିଭାଲି ପୂର୍ବରେ ଏକ ଟୁର ଏବଂ ଟ୍ରାଭେଲସ ଏଜେନ୍ସି ଖୋଲି ଭିତରେ ଭିତରେ ଏହି କାରବାର କରୁଥିଲେ। ସୋସିଆଲ ସର୍ଭିସ ଶାଖାରେ ଏସଆଇ ସନ୍ଦେଶ ରେଭଲେ ଏହା କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।