୧୦ ମିନିଟ୍‌ ଡେରି ହେବାରୁ ଫୋନ୍‌ରେ ‘ତିନ୍‌ ତଲାକ’ ଦେଇଦେଲେ ପତି

ଲକ୍ଷ୍ନୌ: ନଭେମ୍ବର ୨୭ ତାରିଖରେ ଲୋକସଭାରେ ‘ତିନ୍‌ ତଲାକ୍‌’ ବିଲ୍‌ ପାସ୍‌ ହେବା ପରେ ରାଜ୍ୟସଭାରେ ଅଟକିଛି। ତେବେ ଅଧ୍ୟାଦେଶ ବଳରେ କେନ୍ଦ୍ର ସରକାର ଏହାକୁ ଲାଗୁ କରିଚ୍ଛନ୍ତି ଯେଉଁଥିରେ ଦୋଷୀଙ୍କୁ ୩ ବର୍ଷର ଜେଲ୍‌ ଦଣ୍ଡାଦେଶର ବ୍ୟବସ୍ଥା ରଖାଯାଇଛି। ଆଶା କରାଯାଉଥିଲା ଏହାଦ୍ୱାରା ମୁସଲିମ୍‌ ମହିଳାମାନଙ୍କୁ ଛୋଟ ଛୋଟ କଥାରେ ତଲାକ୍‌ ଦିଆଯିବା କମିଯିବ। ହେଲେ ଉତ୍ତର ପ୍ରଦେଶରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ତିନ୍‌ ତଲାକ୍‌କୁ ନେଇ ପୁଣି ପ୍ରଶ୍ନ ଛିଡ଼ା […]

talaq

talaq

Rakesh Mallick
  • Published: Wednesday, 30 January 2019
  • Updated: 30 January 2019, 11:03 AM IST

Sports

Latest News

ଲକ୍ଷ୍ନୌ: ନଭେମ୍ବର ୨୭ ତାରିଖରେ ଲୋକସଭାରେ ‘ତିନ୍‌ ତଲାକ୍‌’ ବିଲ୍‌ ପାସ୍‌ ହେବା ପରେ ରାଜ୍ୟସଭାରେ ଅଟକିଛି। ତେବେ ଅଧ୍ୟାଦେଶ ବଳରେ କେନ୍ଦ୍ର ସରକାର ଏହାକୁ ଲାଗୁ କରିଚ୍ଛନ୍ତି ଯେଉଁଥିରେ ଦୋଷୀଙ୍କୁ ୩ ବର୍ଷର ଜେଲ୍‌ ଦଣ୍ଡାଦେଶର ବ୍ୟବସ୍ଥା ରଖାଯାଇଛି। ଆଶା କରାଯାଉଥିଲା ଏହାଦ୍ୱାରା ମୁସଲିମ୍‌ ମହିଳାମାନଙ୍କୁ ଛୋଟ ଛୋଟ କଥାରେ ତଲାକ୍‌ ଦିଆଯିବା କମିଯିବ। ହେଲେ ଉତ୍ତର ପ୍ରଦେଶରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ତିନ୍‌ ତଲାକ୍‌କୁ ନେଇ ପୁଣି ପ୍ରଶ୍ନ ଛିଡ଼ା କରିଛି।

ବାପ ଘରୁ, ଶ୍ୱଶୁର ଘରେ ପହଞ୍ଚିବାରେ ଜଣେ ମହିଳାଙ୍କୁ ମାତ୍ର ୧୦ ମିନିଟ୍‌ ବିଳମ୍ବ ହେବା କାରଣରୁ ପତି ତାଙ୍କୁ ଫୋନ୍‌ରେ ତିନିଥର ‘ତଲାକ୍‌, ତଲାକ୍‌, ତଲାକ୍‌’ ଶୁଣାଇ ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଉତ୍ତର ପ୍ରଦେଶର ଏଟୱା ଅଞ୍ଚଳରେ ଘଟିଛି।

ପୀଡ଼ିତା ମହିଳାଙ୍କ କହିଛନ୍ତି, “ମୁଁ ଜେଜେମାଆଙ୍କୁ ଦେଖିବାକୁ ବାପ ଘରକୁ ଯାଇଥିଲି। ଅଧଘଣ୍ଟା ଭିତରେ ଫେରିବାକୁ ସେ (ସ୍ୱାମୀ) କହିଥିଲେ। ହେଲେ ଆସିବାରେ ମୋର ୧୦ ମିନିଟ୍‌ ବିଳମ୍ବ ହୋଇଗଲା। ଏହାପରେ ମୋ ଭାଇଙ୍କୁ ଫୋନ୍‌ କରି ସେ ତଲାକ୍‌ ଦେଇଦେଲେ।”

ମହିଳା ଜଣଙ୍କ ଆହୁରି ଅଭିଯୋଗ କରିଛନ୍ତି ଯେ, ଶ୍ୱଶୁର ଘର ଲୋକେ ତାଙ୍କୁ ଶାରୀରିକ ନିର୍ଯାତନା ଦେଉଥିଲେ। ବିବାହ ସମୟରେ ଦାବି ମୁତାବକ ଯୌତୁକ ମିଳି ନଥିବାରୁ ମାରଧର କରୁଥିଲେ। ଏହି କାରଣରୁ ଥରେ ଗର୍ଭପାତ ମଧ୍ୟ ହୋଇସାରିଛି। ମୋ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ଅଧିକ ଯୌତୁକ ଦେବାକୁ ସକ୍ଷମ ନୁହନ୍ତି। ସରକାର ତାଙ୍କୁ ସହାୟତା କରିବାକୁ ମହିଳା ଜଣଙ୍କ ନିବେଦନ କରିଛନ୍ତି। ସେ କହିଛନ୍ତି, “ମୋତେ ନ୍ୟାୟ ଦେବା ସରକାରଙ୍କ ଦାୟିତ୍ୱ, ନହେଲେ ମୁଁ ଆତ୍ମହତ୍ୟା କରିବି।”

ଅଭିଯୋଗ ଆସିବା ପରେ ଏଟା ପ୍ରଶାସନ ଘଟଣାର ତଦନ୍ତ କରି ମାମଲାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story