ମୁଜାଫରପୁର: ବଞ୍ଚିଛନ୍ତି ମୃତ ଦର୍ଶାଯାଇଥିବା ୩୫ ନାବାଳିକା

ନୂଆଦିଲ୍ଲୀ: ବିହାରର ମୁଜାଫରପୁର ଶେଲଟର ହୋମ୍‌ ମାମଲାରେ ନୂଆ ଟ୍ୱିଷ୍ଟ ଆଣିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ। ସିବିଆଇ ସୁପ୍ରିମକୋର୍ଟରେ କହିଛି ଦୁଇ ବର୍ଷ ତଳେ ମୃତ ଦର୍ଶାଯାଇଥିବା ୩୫ ନାବାଳିକା ପ୍ରକୃତରେ ଜୀବିତ ଅଛନ୍ତି। ଏହି ଘଟଣା ସେତେବେଳେ ଖୁବ ଚର୍ଚ୍ଚାରେ ଥିଲା। ଗତ ବର୍ଷ ସିବିଆଇ ସୁପ୍ରିମକୋର୍ଟରେ କହିଥିଲା ରାଜନୀତିକ ପ୍ରଭାବ ରଖିଥିବା ବ୍ରଜେଶ ଠାକୁର ହୁଏତ ୧୧ ଜଣ ନାବାଳିକାଙ୍କୁ ମାରିଦେଇଛି। କିଛି ହାଡ଼ କଙ୍କାଳ ମଧ୍ୟ ମିଳିଥିଲା। କିନ୍ତୁ ଆଜି କୁହାଯାଇଛି […]

Mujafarpur

Mujafarpur

Subrat Kumar Nayak
  • Published: Wednesday, 08 January 2020
  • Updated: 08 January 2020, 05:10 PM IST

Sports

Latest News

ନୂଆଦିଲ୍ଲୀ: ବିହାରର ମୁଜାଫରପୁର ଶେଲଟର ହୋମ୍‌ ମାମଲାରେ ନୂଆ ଟ୍ୱିଷ୍ଟ ଆଣିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ। ସିବିଆଇ ସୁପ୍ରିମକୋର୍ଟରେ କହିଛି ଦୁଇ ବର୍ଷ ତଳେ ମୃତ ଦର୍ଶାଯାଇଥିବା ୩୫ ନାବାଳିକା ପ୍ରକୃତରେ ଜୀବିତ ଅଛନ୍ତି। ଏହି ଘଟଣା ସେତେବେଳେ ଖୁବ ଚର୍ଚ୍ଚାରେ ଥିଲା।

ଗତ ବର୍ଷ ସିବିଆଇ ସୁପ୍ରିମକୋର୍ଟରେ କହିଥିଲା ରାଜନୀତିକ ପ୍ରଭାବ ରଖିଥିବା ବ୍ରଜେଶ ଠାକୁର ହୁଏତ ୧୧ ଜଣ ନାବାଳିକାଙ୍କୁ ମାରିଦେଇଛି। କିଛି ହାଡ଼ କଙ୍କାଳ ମଧ୍ୟ ମିଳିଥିଲା। କିନ୍ତୁ ଆଜି କୁହାଯାଇଛି ଏହା କେବଳ ଜଣେ ମହିଳା ଓ ପୁରୁଷଙ୍କର ଥିଲା। କେହି ନାବାଳିକାଙ୍କର ହତ୍ୟା ନେଇ ପ୍ରମାଣ ମିଳିନାହିଁ।

ଆଜି ସିବିଆଇ ପକ୍ଷରୁ ଯୁକ୍ତି ରଖୁଥିବା ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଲ କହିଛନ୍ତି, ଯେଉଁମାନଙ୍କୁ ପୂର୍ବରୁ ହତ୍ୟା କରାଯାଇଥିବା କୁହାଯାଉଥିଲା ସେମାନଙ୍କୁ ପରେ ଠାବ କରାଯାଇଛି ଏବଂ ସେମାନେ ଜୀବିତ ଅଛନ୍ତି। ସିବିଆଇ ୧୭ ଶେଲଟର ହୋମ୍‌ ନାମରେ ମାମଲା ରୁଜୁ କରିଥିଲା। ଏଥିମଧ୍ୟରୁ ୧୩ଟି ନାମରେ ଚାର୍ଜଶିଟ୍‌ ଦାଖଲ କରାଯାଇଥିଲା। ୪ଟି ମାମଲା ପ୍ରମାଣ ଅଭାବରୁ ବନ୍ଦ କରାଯାଇଛି। ଏହି ଚାର୍ଜଶିଟ୍‌ରେ କୁହାଯାଇଛି ନାବାଳିକାମାନେ ଅଶ୍ଲୀଳ ଗୀତରେ ନାଚିବାକୁ ବାଧ୍ୟ କରାଯିବା ସହ ଦୁଷ୍କର୍ମ କରାଯାଉଥିଲା। ଏଥିରେ ବ୍ରଜେଶ ଠାକୁରଙ୍କ ନାମରେ ଆହୁରି ସଙ୍ଗିନ୍‌ ଅଭିଯୋଗ ଅଣାଯାଇଛି।

ଟାଟା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋଶାଲ ସାଇନ୍ସ ଦ୍ୱାରା ସର୍ଭେ କରାଯିବା ଅବସରରେ ଏହି ଯୌନ ନିର୍ଯାତନା ମାମଲା ସାମ୍ନାକୁ ଆସିଥିଲା। ଏହାପରେ ସାମ୍ବାଦିକ ନିବେଦିତା ଝା’ ଏହି ମାମଲାର ନ୍ୟାୟିକ ତଦନ୍ତ ପାଇଁ ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲେ। ଏତଦ୍‌ବ୍ୟତୀତ ସିବିଆଇ ପକ୍ଷରୁ ବିହାରର ନୀତୀଶ କୁମାର ସରକାରଙ୍କୁ କୁହାଯାଇଛି, ଏହା ଦାୟିତ୍ୱରେ ଅବହେଳା କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉ। ମୋଟ ୭୦ ଆଇଏଏସ୍‌ଙ୍କ ମଧ୍ୟରୁ ୨୫ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story