ସିଏଏ ବିରୋଧୀ ତାଲିକାରେ ନୂଆ ନାଁ ନନ୍ଦିତା ଦାସ

ଜୟପୁର: ପୂର୍ବରୁ ବହୁ ଅଭିନେତା ଅଭିନେତ୍ରୀ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ମତ ପ୍ରକାଶ କରିଥିଲାବେଳେ ଏଥିରେ ଓଡ଼ିଶାରୁ ଏକ ନାଁ ଯୋଡ଼ି ହୋଇଯାଇଛି। ଅଭିନେତ୍ରୀ ତଥା ଫିଲ୍ମ ନିର୍ମାତା ନନ୍ଦିତା ଦାସ ଗୁରୁବାର ସିଏଏକୁ ବିରୋଧ କରିଛନ୍ତି। ସେ କହିଛନ୍ତି ଏହା ଦେଶକୁ ଧର୍ମ ଆଧାରରେ ବିଭାଜିତ କରୁଛି। ଜୟପୁର ସାହିତ୍ୟ ଉତ୍ସବରେ ସାମ୍ବାଦିକଙ୍କ ପ୍ରଶ୍ନରେ ନନ୍ଦିତା ସିଏଏକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି। ସେ ଏନ୍ଆରସିକୁ ନେଇ ମଧ୍ୟ ସମାନ ମତ ପୋଷଣ […]

Nandita-Das

Nandita-Das

Subrat Kumar Nayak
  • Published: Thursday, 23 January 2020
  • Updated: 23 January 2020, 09:11 PM IST

Sports

Latest News

ଜୟପୁର: ପୂର୍ବରୁ ବହୁ ଅଭିନେତା ଅଭିନେତ୍ରୀ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ମତ ପ୍ରକାଶ କରିଥିଲାବେଳେ ଏଥିରେ ଓଡ଼ିଶାରୁ ଏକ ନାଁ ଯୋଡ଼ି ହୋଇଯାଇଛି। ଅଭିନେତ୍ରୀ ତଥା ଫିଲ୍ମ ନିର୍ମାତା ନନ୍ଦିତା ଦାସ ଗୁରୁବାର ସିଏଏକୁ ବିରୋଧ କରିଛନ୍ତି। ସେ କହିଛନ୍ତି ଏହା ଦେଶକୁ ଧର୍ମ ଆଧାରରେ ବିଭାଜିତ କରୁଛି।

ଜୟପୁର ସାହିତ୍ୟ ଉତ୍ସବରେ ସାମ୍ବାଦିକଙ୍କ ପ୍ରଶ୍ନରେ ନନ୍ଦିତା ସିଏଏକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି। ସେ ଏନ୍ଆରସିକୁ ନେଇ ମଧ୍ୟ ସମାନ ମତ ପୋଷଣ କରିଛନ୍ତି।

ସେ ଆହୁରି ମଧ୍ୟ ଲୋକଙ୍କୁ ସିଏଏ ଓ ଏନ୍ଆରସି ବିରୋଧରେ ମତ ପ୍ରକାଶ କରିବାକୁ ପ୍ରୋତ୍ସାହନ ଦେଇଛନ୍ତି। ସିଏଏ ବିରୋଧରେ ମତ ପ୍ରକାଶ କରୁଥିବା ଏବଂ ଆନ୍ଦୋଳନ କରୁଥିବା ସାଧାରଣ ଲୋକ ଓ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସେ ପ୍ରଶଂସା କରିଛନ୍ତି। ସାରା ଦେଶରେ ସାହୀନ୍ ବାଗ୍ ପରି ଆନ୍ଦୋଳନ ଖୁବ୍ ଶୀଘ୍ର ମୁଣ୍ଡ ଟେକିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos