୩୮ ବର୍ଷ ତଳେ ମୁହଁରେ ରୁମାଲ ଦେଇ କାହିଁକି ମୋରବୀ ଯାଇଥିଲେ ଇନ୍ଦିରା: ଜାଣନ୍ତୁ କ’ଣ କହିଲେ ମୋଦି

ମୋରବୀ: ଗୁଜରାଟ ନିର୍ବାଚନ ଯେତେ ପାଖେଇ ଆସୁଛି, ପ୍ରଚାର ଅଭିଯାନ ସେତେ ଜୋରଦାର ହେବାକୁ ଲାଗିଛି। ବିଜେପି ଏଠାରେ ଜିତି ୨୦ ବର୍ଷର ଶାସନକୁ ଆଗକୁ ବଢାଇବା ଚକ୍କରରେ ରହିଥିବା ବେଳେ ସରକାର ବିରୋଧୀ ଜନମତରୁ ଫୂରା ଫାଇଦା ଉଠାଇବାକୁ କଂଗ୍ରେସ୍‌ ଦିନରାତି ଏକ କରିଦେଇଛି। ‘ଗୁଜରାଟ ଇଲେକ୍ସନ ୱାର’ କୁ ଦୁଇ ତୁଙ୍ଗ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି କୁଦି ସାରିଛନ୍ତି। ଉଭୟ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଚାରକୁ […]

indira

indira

Ordigital Desk
  • Published: Wednesday, 29 November 2017
  • Updated: 29 November 2017, 04:40 PM IST

Sports

Latest News

ମୋରବୀ: ଗୁଜରାଟ ନିର୍ବାଚନ ଯେତେ ପାଖେଇ ଆସୁଛି, ପ୍ରଚାର ଅଭିଯାନ ସେତେ ଜୋରଦାର ହେବାକୁ ଲାଗିଛି। ବିଜେପି ଏଠାରେ ଜିତି ୨୦ ବର୍ଷର ଶାସନକୁ ଆଗକୁ ବଢାଇବା ଚକ୍କରରେ ରହିଥିବା ବେଳେ ସରକାର ବିରୋଧୀ ଜନମତରୁ ଫୂରା ଫାଇଦା ଉଠାଇବାକୁ କଂଗ୍ରେସ୍‌ ଦିନରାତି ଏକ କରିଦେଇଛି। ‘ଗୁଜରାଟ ଇଲେକ୍ସନ ୱାର’ କୁ ଦୁଇ ତୁଙ୍ଗ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି କୁଦି ସାରିଛନ୍ତି। ଉଭୟ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଚାରକୁ ଜୋରଦାର କରିଛନ୍ତି। ଆଜି ରାହୁଲ ସୋମନାଥ ମନ୍ଦିରରେ ପୂଜାର୍ଚ୍ଚନା କରି ପ୍ରଚାରକୁ ବାହାରିଛନ୍ତି। ସେହିପରି ମୋଦି ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାରେ ଜନତାଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ମୋଦି ମୋରବୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଏକ ଫଟୋକୁ ନେଇ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି।

ମୋଦି କହିଛନ୍ତି ଇନ୍ଦିରା ଜୀ ମୁହଁରେ ରୁମାଲ ରଖି ମୋରବୀ ଆସିଥିଲେ।

ସେ କହିଛନ୍ତି- “ମୁଁ ଗୋଟିଏ ଫଟୋ ଦେଖିଥିଲି। ଫଟୋଟି ଇନ୍ଦିରା ଗାନ୍ଧିଙ୍କ ମୋରବୀ ଗସ୍ତ ସମୟର। ସେ ମୁହଁରେ ରୁମାଲ ରଖି ଏଠାକୁ ଆସିଥିଲେ। ଏହି ଫଟୋଟି ଚିତ୍ରଲେଖା ମ୍ୟାଗେଜିନ୍‌ରେ ଛପାଯାଇଥିଲା। ମୋରବୀରେ ଯେତେବେଳେ ଭୂକମ୍ପ ଆସିଥିଲା, ମୋ ସରକାର ବହୁତ କାମ କରିଥିଲା। ଯିଏ ଦୁଃଖ ସମୟରେ କାନ୍ଧରେ କାନ୍ଧ ମିଶାଇ ଛିଡା ହୁଏ ସେ ପ୍ରକୃତ ବନ୍ଧୁ ହୋଇଥାଏ।”

ସୂଚନାଯୋଗ୍ୟ, ସେ ସମୟରେ ଚିତ୍ରଲେଖା ମ୍ୟାଗାଜିନ୍‌ରେ ଇନ୍ଦିରାଙ୍କ ଏହି ଫଟୋର କ୍ୟାପ୍‌ସନ ଥିଲା ‘ମୋରବୀ କା ଜଲ ତାଣ୍ଡବ, ମରେ ହୁଏ ଜାନୱର ଓର ମେହକତୀ ଇନସାନିୟତ’। ଏହି ଫଟୋରେ ଇନ୍ଦିରା ଗାନ୍ଧି ମୁହଁରେ ରୁମାଲ ରଖିଥିବା ଦେଖିବାକୁ ମିଳିଥିଲା।

ଇନ୍ଦିରାଙ୍କ ଯେଉଁ ଫଟୋକୁ ନେଇ ନେଇ ମୋଦି କଂଗ୍ରେସ୍‌କୁ ଟାର୍ଗେଟ୍‌ କରିଥିଲେ ତାହା ୧୯୭୯ ମସିହାର। ମଚ୍ଛୁ ଡ୍ୟାମ୍‌ ଦୁର୍ଘଟଣା ପରର ଫଟୋ। ୧୯୭୯ ଅଗଷ୍ଟ ୧୧ ତାରିଖରେ ମଚ୍ଛୁ ଡ୍ୟାମ ଭାଙ୍ଗି ଯିବାରୁ ପୂରା ସହର ପାଣିରେ ବୁଡି ଯାଇଥିଲେ। ଏହି ଦୁର୍ଘଟଣାରେ ୧୮୦୦ରୁ ୨୫,୦୦୦ ଲୋକଙ୍କ ଅକାଳ ମୃତ୍ୟୁ ଘଟିଥିଲା। ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଏହି ଦୁର୍ଘଟଣା ପରେ ମୋରବୀ ଆସିଥିଲେ। ସେ ସମୟରେ ମଣିଷ ଓ ପଶୁପକ୍ଷୀଙ୍କ ମୃତ୍ୟର କାରଣରୁ ମୋରବୀରେ ଦୁର୍ଗନ୍ଧ ବ୍ୟାପିବାରେ ଲାଗିଥିଲା। ଏଥିପାଇଁ ଇନ୍ଦିରା ମୁହଁରେ ରୁମାଲ ଦେଇ ମୋରବୀକୁ ଆସିଥିବା ଅଭିଯୋଗ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story