ମୋଦି ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ, ଦ୍ୱିତୀୟରେ ଇନ୍ଦିରା: ମୁଡ୍‌ ଅଫ୍‌ ଦି ନେସନ୍‌

ନୂଆଦିଲ୍ଲୀ : ଦେଶର ୩୪% ଜନତା ବିଶ୍ୱାସ କରନ୍ତି ନରେନ୍ଦ୍ର ମୋଦି ଭାରତର ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ। ଇଣ୍ଡିଆ ଟୁଡେ ଗ୍ରୁପ୍‌- କାଭି ଇନ୍‌ସାଇଟ୍ସ ମୁଡ୍‌ ଅଫ୍‌ ଦି ନେସନ୍‌ର ମିଳିତ ସର୍ଭେ କହିଛି ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇନ୍ଦିରା ଗାନ୍ଧିଙ୍କୁ ପଛରେ ପକାଇ ଦେଇଛନ୍ତି। ଏହାପରେ ବିଜେପିର ପ୍ରତିଷ୍ଠାତା ଅଟଳ ବିହାରୀ ବାଜପେୟୀ ଏବଂ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଅଛନ୍ତି। ଏହି ଭୋଟିଂରେ ମୋଦିଙ୍କୁ ୩୪% ଭୋଟ୍‌ ମିଳିଥିବାବେଳେ ଇନ୍ଦିରାଙ୍କ ସପକ୍ଷରେ ୧୬% […]

Modi-Indira

Modi-Indira

Subrat Kumar Nayak
  • Published: Thursday, 23 January 2020
  • Updated: 23 January 2020, 10:11 PM IST

Sports

Latest News

ନୂଆଦିଲ୍ଲୀ : ଦେଶର ୩୪% ଜନତା ବିଶ୍ୱାସ କରନ୍ତି ନରେନ୍ଦ୍ର ମୋଦି ଭାରତର ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ। ଇଣ୍ଡିଆ ଟୁଡେ ଗ୍ରୁପ୍‌- କାଭି ଇନ୍‌ସାଇଟ୍ସ ମୁଡ୍‌ ଅଫ୍‌ ଦି ନେସନ୍‌ର ମିଳିତ ସର୍ଭେ କହିଛି ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇନ୍ଦିରା ଗାନ୍ଧିଙ୍କୁ ପଛରେ ପକାଇ ଦେଇଛନ୍ତି। ଏହାପରେ ବିଜେପିର ପ୍ରତିଷ୍ଠାତା ଅଟଳ ବିହାରୀ ବାଜପେୟୀ ଏବଂ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଅଛନ୍ତି।

ଏହି ଭୋଟିଂରେ ମୋଦିଙ୍କୁ ୩୪% ଭୋଟ୍‌ ମିଳିଥିବାବେଳେ ଇନ୍ଦିରାଙ୍କ ସପକ୍ଷରେ ୧୬% ଲୋକ ଭୋଟ୍‌ ଦେଇଛନ୍ତି ଏବଂ ଅଟଳ ବିହାରୀ ବାଜପେୟୀ ୧୩% ଲୋକ ଭୋଟ୍‌ ଦେଇଛନ୍ତି। ଏହି ସର୍ଭେରେ କୁହାଯାଇଛି ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ୮% ଲୋକ ଶ୍ରେଷ୍ଠ ଦର୍ଶାଇଛନ୍ତି। ସେହିଭଳି କଂଗ୍ରେସରୁ ଅନ୍ୟତମ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କୁ ୫% ଲୋକ ଶ୍ରେଷ୍ଠ କହିଛନ୍ତି।

ଯଦିଓ ଏହି ତାଲିକାରେ ମୋଦି ଶୀର୍ଷରେ ଅଛନ୍ତି, ଗତ ବର୍ଷ ଅଗଷ୍ଟ ପରଠାରୁ ତାଙ୍କ ଲୋକପ୍ରିୟତାରେ ୩% ହ୍ରାସ ଘଟିଛି। ତେବେ ୨୦୧୯ ଜାନୁଆରୀରେ ଅର୍ଥାତ ନିର୍ବାଚନ ପୂର୍ବରୁ ଏହା ଆହୁରି କମ୍‌ ଥିଲା। ସେତେବେଳର ଭୋଟ୍‌ ୧୯% ଥିଲା, ଯାହାକି ୮ ମାସରେ ୩୭%କୁ ଛୁଇଁଥିଲା। ଏବେ ଏହା ୩୪%କୁ ଖସିଆସିଛି। ଇନ୍ଦିରାଙ୍କ ଲୋକପ୍ରିୟତା ଗତ ବର୍ଷ ଅଗଷ୍ଟ ପରଠାରୁ ୨% ବୃଦ୍ଧି ଘଟିଛି।

ମୋଦିଙ୍କ ଲୋକପ୍ରିୟତା କମିବା ପଛରେ ଅର୍ଥନୀତିକ ମାନ୍ଦାବସ୍ଥା, ବେକାରୀ, ଚାଷୀ ଅଶାନ୍ତି, ସିଏଏ, ଏନ୍‌ଆରସି ଏବଂ ଏନ୍‌ପିଆର ଆଦି ପ୍ରସଙ୍ଗକୁ ନେଇ ଆନ୍ଦୋଳନ ବିଭିନ୍ନ କାରଣ ହୋଇପାରେ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos