ଜେଟ୍‌ ଏୟାରୱେଜ ବିମାନ ସେବା ବୋର୍ଡରୁ ଓହରିଲେ ଗୋୟେଲ ଦମ୍ପତି

ନୂଆଦିଲ୍ଲୀ: ଜେଟ୍‌ ଏୟାରୱେଜ୍‌ ପ୍ରତିଷ୍ଠାତା ନରେଶ ଗୋୟେଲ ଓ ତାଙ୍କ ପତ୍ନୀ ଅନୀତା ଆଜି ବିମାନ ସେବା ବୋର୍ଡ ବା ବୋର୍ଡ ଅଫ୍‌ ଏୟାରଲାଇନ୍ସରୁ ଓହରି ଯାଇଛନ୍ତି। ୧୯୯୩ ମସିହାରେ ନରେଶ ଗୋୟେଲ ତାଙ୍କ ପତ୍ନୀ ଅନୀତାଙ୍କ ସହ ମିଶି ଜେଟ୍‌ ଏୟାରୱେଜ୍‌ ପ୍ରତିଷ୍ଠା କରିଥିଲେ। କିଛିଦିନ ପୂର୍ବରୁ ଶ୍ରୀ ଗୋୟେଲ ଏୟାରଲାଇନ୍ସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ସହ ନିଜର ୫୧% ଅଂଶଧନ ପ୍ରତ୍ୟାହାର କରିନେବେ ବୋଲି ଖବର ମିଳିଥିଲା। ଏକ ବିଲିୟନ୍‌ ଡଲାର ଋଣରେ […]

t

t

Hemant Lenka
  • Published: Monday, 25 March 2019
  • Updated: 25 March 2019, 04:53 PM IST

Sports

Latest News

ନୂଆଦିଲ୍ଲୀ: ଜେଟ୍‌ ଏୟାରୱେଜ୍‌ ପ୍ରତିଷ୍ଠାତା ନରେଶ ଗୋୟେଲ ଓ ତାଙ୍କ ପତ୍ନୀ ଅନୀତା ଆଜି ବିମାନ ସେବା ବୋର୍ଡ ବା ବୋର୍ଡ ଅଫ୍‌ ଏୟାରଲାଇନ୍ସରୁ ଓହରି ଯାଇଛନ୍ତି। ୧୯୯୩ ମସିହାରେ ନରେଶ ଗୋୟେଲ ତାଙ୍କ ପତ୍ନୀ ଅନୀତାଙ୍କ ସହ ମିଶି ଜେଟ୍‌ ଏୟାରୱେଜ୍‌ ପ୍ରତିଷ୍ଠା କରିଥିଲେ। କିଛିଦିନ ପୂର୍ବରୁ ଶ୍ରୀ ଗୋୟେଲ ଏୟାରଲାଇନ୍ସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ସହ ନିଜର ୫୧% ଅଂଶଧନ ପ୍ରତ୍ୟାହାର କରିନେବେ ବୋଲି ଖବର ମିଳିଥିଲା। ଏକ ବିଲିୟନ୍‌ ଡଲାର ଋଣରେ ବୁଡ଼ି ରହିଥିବା ଜେଟ୍‌ କମ୍ପାନୀ ବେଶ କିଛି ଦିନ ହେଲା ସମସ୍ୟାରେ ପଡ଼ିଥିଲା।
 
ଏଥିପାଇଁ କମ୍ପାନୀ ବ୍ୟାଙ୍କ,ସପ୍ଲାୟର ଓ ପାଇଲଟ୍‌ମାନଙ୍କୁ ଠିକ୍‌ ସମୟରେ ସେମାନଙ୍କ ପ୍ରାପ୍ୟ ଅର୍ଥ ଦେଇପାରୁ ନଥିଲା। ଶେଷରେ ଜେଟ୍‌ର ୪୦ଟି ରୁଟରେ ବିମାନ ସେବାକୁ ବନ୍ଦ କରିଦିଆଯାଇଥିଲା।
 
ସୂଚନାଯୋଗ୍ୟ, ପାଇଲଟ ଓ ଇଞ୍ଜିନିୟରଙ୍କ ଦରମା ଦେଇନପାରି ଦେବାଳିଆ ସ୍ଥିତିରେ ଥିବା ଜେଟ୍ ଏୟାରୱେଜ୍ କମ୍ପାନୀକୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜ ନିୟନ୍ତ୍ରଣକୁ ନେଇ ଏକ ଅଭିଜ୍ଞ ବ୍ୟବସାୟିକ ଟିମ୍ ଦ୍ୱାରା ଜେଟ୍ ଏୟାରୱେଜକୁ ପରିଚାଳନା କରିବ ବୋଲି ଜଣାପଡ଼଼ିଛି। ଆର୍ଥିକ ଦୁଃସ୍ଥିତିରୁ ମୁକୁଳାଇବା ପାଇଁ ଜେଟ୍ ଏୟାରୱେଜର ଅଧ୍ୟକ୍ଷ ନରେଶ ଗୋଏଲ କମ୍ପାନୀର ମୁଖ୍ୟ ଅଂଶଧନ ଥିବା ଆବୁଧାବିର ଏତିହାଦ ବିମାନ କମ୍ପାନୀ ସହ କଥାବାର୍ତ୍ତା କରିଥିଲେ, ହେଲେ କୌଣସି ନିର୍ଭର ପ୍ରତିଶ୍ରୁତି ନମିଳିବାରୁ ଏସବିଆଇ ଜେଟ୍ ଏୟାରୱେଜକୁ ନିଜ ନିୟନ୍ତ୍ରଣକୁ ଆଣି ଚଳାଇବ ବୋଲି ଜଣାପଡ଼ିଛି। ଏଥିପାଇଁ ମାସ ଶେଷ ସୁଦ୍ଧା ଏହି ମର୍ମରେ ଏକ ପ୍ରସ୍ତାବ ଆସିବ ବୋଲି ଜଣାପଡ଼ିଛି।
 
ହେଲେ ଏସବିଆଇ ଜେଟ ଏୟାରୱେଜକୁ ପରିଚାଳନା କରିବା ପାଇଁ ଏସବିଆଇ ଓ ଋଣ ପ୍ରଦାନକାରୀ ସଂସ୍ଥା ଏକ ସର୍ତ୍ତ ରଖିଥିଲେ ଯେଉଁଥିରେ ଅଧ୍ୟକ୍ଷ ନରେଶ ଗୋଏଲ, ତାଙ୍କ ପତ୍ନୀ ଅନୀତା ଗୋଏଲ ଏବଂ ଦୁଇ ନିର୍ଦ୍ଦେଶକଙ୍କୁ ଇସ୍ତଫା ଦେବା ପାଇଁ କୁହାଯାଇଥିଲା। ଶେଷରେ ନରେଶ ଗୋୟେଲ ଏ ତାଙ୍କ ପତ୍ନୀ ଏହି ନିଷ୍ପତ୍ତିକୁ ମାନିଥିବା ଜାତୀୟ ଗଣମାଧ୍ୟମ ଏନଡିଟିଭି ସ୍ପଷ୍ଚ କରିଛି।
 
ନରେଶ ପରିଚାଳନା ଟିମରୁ ଓହରିବା ପରେ ଋଣ ଦେଇଥିବା ବ୍ୟାଙ୍କ ନିଜ ଆଡୁ ପାଖାପାଖି ୧୫୦୦ କୋଟି ଟଙ୍କା ଖର୍ଚ୍ଚ କରିବେ। ଏହାପରେ ଦୁଇମାସ ଭିତରେ ସ୍ଥିତି ସୁଧାରିବା ପାଇଁ କମ୍ପାନୀ ଚେଷ୍ଟା କରିବ। ଏହାପରେ ଶେୟାର ବଜାରରେ ଅଂଶଧନ ନିଲାମ ହେବ। ତାପରେ ବଜାରରେ କମ୍ପାନୀର ସ୍ଥିତି ଭଲ ଥିବାବେଳେ ଶେୟାର ବିକ୍ରିରୁ ଭଲ ଅଂଶଧନ ପାଇବେ ବୋଲି ଋଣ ଦେଇଥିବା କମ୍ପାନୀ ଆଶା ରଖିଛନ୍ତି।
 
ସେପଟେ ୩ ମାସ ହେବ ବିମାନର ପାଇଲଟ ଏବଂ ଇଞ୍ଜିନିୟର ଦରମା ପାଇନଥିବାରୁ ପ୍ରଧାନମନ୍ତ୍ରୀ ଓ ବିମାନଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖି ହସ୍ତକ୍ଷେପ ପାଇଁ ନିବେଦନ କରିଛନ୍ତି ଜେଟ୍ ଏୟାରୱେଜର ପଞ୍ଜିକୃତ ପାଇଲଟ ଟ୍ରେଡ୍ ୟୁନିଅନ ନ୍ୟାସନାଲ ଏଭିଏଟର୍ସ ଗିଲ୍ଡ(ଏନଏଜି)। ୩ ମାସର ଦରମା ନପାଇଲେ ଏପ୍ରିଲ ପହିଲାରୁ ଆଉ କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି ଏନଏଜି ଧମକ ଦେଇଛି।
 
ତେବେ କମ୍ପାନୀର ଏହି ସ୍ଥିତି ନେଇ ଏସବିଆଇ ଚେୟାରମ୍ୟାନ ରଜନୀଶ କୁମାର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ପିଏମଓ ସେକ୍ରେଟେରୀଙ୍କୁ ଭେଟି ଆଲୋଚନା କରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story