ମୁମ୍ବଇ: ନିଜ ଆତ୍ମଜିବନୀ ଉପରେ ଆଧାରିତ ପୁସ୍ତକ “An Ordinary Man” ପ୍ରକାଶିତ ହେବା ଦିନଠାରୁ ଅଭିନେତା ନବାଜୁଦ୍ଧିନ୍ ସିଦ୍ଦିକୀଙ୍କ ଅଡୁଆ ବଢିବାରେ ଲାଗିଛି। ସେ ନିଜ ଜୀବନର ଏମିତି କିଛି ଅନାଲୋଚିତ ତଥ୍ୟ ଏହି ପୁସ୍ତକରେ ଲୋକଲୋଚନକୁ ଆଣିଛନ୍ତି ଯାହା ତାଙ୍କୁ ଓ ତାଙ୍କ ପୁସ୍ତକଙ୍କୁ ବିବାଦୀୟ କରି ପକାଇଛି । ନିଜ ପ୍ରେମ ସମ୍ପର୍କ ଓ ବିବାହ ବାବଦରେ ବିଭିନ୍ନ ତଥ୍ୟ ଦେଇ ଚର୍ଚ୍ଚିତ ହୋଇପଡିଛି ଏହି ବହି।
ଏଥିରେ ସେ ନିଜର ‘ପ୍ରଥମ ପ୍ରେମ’ ଭାବେ ସୁନିତା ରାଜୱାରଙ୍କୁ ଅଭିହିତ କରିଛନ୍ତି । ଫଳରେ ସୁନିତା ତାଙ୍କ ବିରୋଧରେ ଏକ ମାନହାନୀ ମକୋଦ୍ଧମା ରୁଜୁ କରିଛନ୍ତି। ଏଭଳି ଭ୍ରମାତ୍ମକ ତଥ୍ୟ ଉପସ୍ଥାପନ କରାଯାଇଥିବା ଜାଣିବା ପରେ ସୁନିତା ଏହି ମକୋଦ୍ଦମା ରୁଜୁ କରିଛନ୍ତି । କ୍ଷତିପୂରଣ ବାବଦକୁ ସେ ୨ କୋଟି ଟଙ୍କା ଦାବି କରିଛନ୍ତି । ତାଙ୍କ କହିବା କଥା ହେଉଛି ନୱାଜ ତାଙ୍କ ସମ୍ପର୍କରେ ମିଛ କଥା କହିଛନ୍ତି। ସେଭଳି କୌଣସି ସମ୍ପର୍କ ନ ଥିଲା। ବହି ପଢିବା ପରେ ସମ୍ପୁର୍ଣ୍ଣ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ ଓ ବହିକୁ ବଜାରରୁ ହଟାଇ ଦେବାକୁ କୋର୍ଟରେ ନିବେଦନ କରିଛନ୍ତି ବୋଲି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ନାବାଯୁଦ୍ଧିନ୍ ଏନ୍ଏସ୍ଡି(National school of drama)ରେ ପାଠ ପଢୁଥିବା ସମୟରେ ସୁନିତା ତାଙ୍କ ଜୁନିୟର ଥିଲେ। ସହିପରି ପୂର୍ବରୁ ମିସ୍ ଲଭଲି ଚଳଚ୍ଚିତ୍ରରେ ସହ ଅଭିନେତ୍ରୀ ଭାବେ କାର୍ଯ୍ୟ କରିଥିବା ଅଭିନେତ୍ରୀ ନିହାରିକା ସିଂଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା ବୋଲି ଉଲ୍ଲେଖ କରି ଅଡୁଆରେ ପଡିଥିଲେ ସିଦ୍ଧିକି। ତାଙ୍କ ସମ୍ପର୍କରେ କେତେକ ବିବାଦୀୟ କଥା ଲେଖା ଯାଇଥିବା ବେଳେ ନିହାରିକା ଏହାକୁ ବିରୋଧ କରିଥିଲେ। ବହିର ବିକ୍ରିୟ ଲାଗି ଏଭଳି ଭ୍ରମାତ୍ମକ ତଥ୍ୟ ଉପସ୍ଥାପନ କରଯାଇଛି ବୋଲି ନିହାରିକା କହିଥିଲେ ।