ରାଞ୍ଚି: ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡର ଚକ୍ରଧରପୁର ଅଞ୍ଚଳରେ ନକ୍ସଲମାନେ ବର୍ବରକାଣ୍ଡ ଘଟାଇଛନ୍ତି। ଚକ୍ରଧରପୁର ଥାନା ସୋମରା ନାଳ ନିକଟରେ ପୋଲ କାମ ଚାଲିଥିବା ବେଳେ ଲାଲବାହିନୀ ଆକ୍ରମଣ କରିଛନ୍ତି। ନକ୍ସଲଙ୍କ ଗୁଳିମାଡ଼ରେ ଜଣେ ଶ୍ରମିକର ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇଜଣ ଆହତ ହୋଇଛନ୍ତି।
ନକ୍ସଲମାନେ ଠିକା କ୍ୟାମ୍ପରେ ନିଆଁ ଲଗାଇ ଗୋଟିଏ ପ୍ରୋକ୍ଲିନ୍ ମେସିନ୍, ଡମ୍ପର ସହିତ ୬ଟି ଗାଡ଼ି ପୋଡ଼ି ଦେଇଛନ୍ତି। ୧୨ରୁ ୧୪ ଜଣ ନକ୍ସଲ ଆସି ଏହି କାଣ୍ଡ କରିଥିବା ଜଣାପଡ଼ିଛି।
ଲ୍ୟାଣ୍ଡମାଇନ୍ ଖଞ୍ଜା ଯାଇଥିବା ଆଶଙ୍କାରେ ପୁଲିସ ଏସ୍ଓପି ପାଳନ କରି ବିଳମ୍ବରେ ଘଟଣାସ୍ଥଳରେ ପହଞ୍ଚିଥିଲା। ଆହତଙ୍କୁ ଡାକ୍ତରଖାନାକୁ ଭର୍ତ୍ତି କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

National
ୱାକଫ ସଂଶୋଧନ ବିଲକୁ ନେଇ ବିବାଦ କାହିଁକି?
ଗୋଟିଏ ଶବ୍ଦରେ କହିବାକୁ ଗଲେ ୱାକଫ ହେଉଛି ଗୋଟିଏ ଚ୍ୟାରିଟେବୁଲ ଟ୍ରଷ୍ଟ ବା ଧାର୍ମିକ ଦାନ।

National
ଭାରତରେ ପଶିବାକୁ କାହିଁକି ଉଦ୍ୟମ କରୁଥିଲେ ପାକିସ୍ତାନ ସେନା?
ଦୁଇ ମାସ ମଧ୍ୟରେ ପାକିସ୍ତାନ ସେନା ଦ୍ୱିତୀୟ ଥର ପାଇଁ ଏପରି ଗୁଳି ମାଡ଼ କରିଛି। ବିଶେଷ କରି ପିର ପଞ୍ଜଲ ରିଜନରେ ପାକିସ୍ତାନ ସୀମା ଲଙ୍ଘିବାକୁ ଚେଷ୍ଟା କରିଛି।

National
ୱାକଫ ବିଲ ଯୁଦ୍ଧ: କିଏ ସପକ୍ଷରେ ଓ କିଏ ବିପକ୍ଷରେ? କ’ଣ ବିଜେପି ସଫଳ ହେବ?
ବିଲ୍ ଉପରେ ଅଧିକ ଆଲୋଚନା ପାଇଁ ବିଲକୁ ଜେପିସି ନିକଟକୁ ପଠାଇ ଦିଆଯାଇଥିଲା। ଏକାଧିକ ସଂଶୋଧନ ସହ ବିଲକୁ ଆଜି ପୁଣି ଲୋକସଭାରେ ଆଗତ କରାଯାଇଛି।

Politics
ବିଜେପି-ଏଆଇଏଡିଏମକେ ମେଣ୍ଟ କଲେ ଆନ୍ନାମଲାଇ କ’ଣ କରିବେ?
ବିଜେପି କହିଲେ ତାମିଲନାଡୁରେ ଆନ୍ନାମଲାଇଙ୍କୁ ବୁଝାଏ। ଏପରି ସ୍ଥିତିରେ ଯଦି ବିଜେପି ପୁଣି ଏଆଇଏଡିଏମକେ ସହ ମେଣ୍ଟ କରୁଛି, ତା’ହେଲେ ଆନ୍ନାମଲାଇ କ’ଣ କରିବେ?

National
ଆମେ କ’ଣ ଅପେକ୍ଷା କରିବା ଆଉ ଏକ ବିପର୍ଯ୍ୟୟକୁ?
ବିଶେଷଜ୍ଞମାନଙ୍କ ଆକଳନ ଅନୁଯାୟୀ ଭାରତରେ ଏକ ବଡ଼ ଧରଣର ଭୂକମ୍ପ ହେବାର ସମ୍ଭାବନା ଖୁବ୍ ଅଧିକ ରହିଛି। ଆଉ ଯେତେବେଳେ ଏହା ହେବ, ସ୍ଥିତି ବଡ଼ ଭୟଙ୍କର ହେବ। ବିଶେଷ କରି ଦିଲ୍ଲୀ ଓ ଗୌହାଟୀ ଭଳି ଜନଗହଳିପୂର୍ଣ୍ଣ ସହରରେ ହେଲେ ଯେଉଁ କ୍ଷୟକ୍ଷତି ଘଟିବ, ତାହା ମିଆଁମାରରେ ୪ ଦିନ ତଳେ ହୋଇଥିବା ଭୂକମ୍ପ ଜନିତ କ୍ଷୟକ୍ଷତିରୁ ବହୁଗୁଣା ଅଧିକ ହୋଇପାରେ।