ବିରୋଧୀଙ୍କ ଭୂମିକାକୁ ଶେଷ କରିବାକୁ ଚାହୁଁଛନ୍ତି ସରକାର: ପାଓ୍ୱାର
ମୁମ୍ୱାଇ: ସଂସଦର ଉଭୟ ସଦନରେ କୃଷି ବିଲ୍ ପାରିତ ହୋଇଯାଇଛି। ଏବେ ଏହାକୁ ନେଇ ସରକାରଙ୍କ ବିରୋଧରେ ବର୍ଷିଛନ୍ତି ଏନସିପି ସୁପ୍ରିମୋ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ପାଓ୍ୱାର। ସାଂସଦଙ୍କ ନିଲମ୍ବନ କରିବା ନିଷ୍ପତ୍ତି ଭୁଲ୍ ବୋଲି ପାୱାର କହିଛନ୍ତି। ସରକାର ବିରୋଧୀଙ୍କୁ ହଟାଇବାକୁ ଚେଷ୍ଟା କରୁଛନ୍ତି ଏବଂ ସେମାନେ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବେ ବୋଲି ପାଓ୍ୱାର କହିଛନ୍ତି।
ଶରଦ ପାୱାର କହିଛନ୍ତି ଯେ କୃଷି ବିଲ୍ ବିଷୟରେ ଆଲୋଚନା କରିବା ଆବଶ୍ୟକ ରହିଛି, ବିରୋଧୀ ଦଳର ସଦସ୍ୟମାନେ ଆଲୋଚନା କରିବାକୁ ଦାବି କରିଥିଲେ। ଯାହା ନହେବା ଭୁଲ୍। ଶରଦ ପାୱାର ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କୁ ଟାର୍ଗେଟ କରି କହିଛନ୍ତି, ବିରୋଧୀ ସଦନରେ ନିଜ ମତ ରଖିବାକୁ ଚେଷ୍ଟା କରିଥିଲେ। ହେଲେ ଉପାଧ୍ୟକ୍ଷ ସେମାନଙ୍କ କଥା ଶୁଣିନଥିଲେ। ତେଣୁ ସେମାନେ ଅସନ୍ତୋଷ ପ୍ରକାଶ କରିବା ସ୍ୱାଭାବିକ। ବିରୋଧୀଙ୍କ ସମର୍ଥନରେ ସେ ଦିନିକିଆ ଉପବାସ କରିବେ ବୋଲି କହିଛନ୍ତି।
I will also take part in their (eight suspended Rajya Sabha MPs) movement. I will fast for a day to show support: Sharad Pawar, NCP (File Photo) pic.twitter.com/bawRVcxwxJ
— ANI (@ANI) September 22, 2020
ତେଣେ ରାଜ୍ୟସଭାରୁ ନିଲମ୍ବନକୁ ବିରୋଧ କରି ଧାରଣାରେ ବସିଥିବା ବିରୋଧୀ ଦଳର ୮ ସାଂସଦ ବିରୋଧ ଶେଷ କରିଛନ୍ତି। ନିଲମ୍ବିତ ହେବା ପରେ ଗତକାଲିଠାରୁ ଏହି ୮ ସାଂସଦ ସଂସଦ ପରିସରରେ ଧାରଣା ଦେଇଥିଲେ। ଆମ୍ ଆଦମୀ ପାର୍ଟିର ସଞ୍ଜୟ ସିଂ, ଟିଏମସିର ଡେରେକ ଓ’ବ୍ରାଇନ୍ ଏଥିରେ ସାମିଲ ହୋଇଥିଲେ।
ସରକାରଙ୍କ ଆଗରେ ବିରୋଧୀ ତିନି ଦାବି ରଖିଛନ୍ତି। ଯଦି ସରକାର ରାଜି ନହେବେ ତା’ହେଲେ ଚଳିତ ଅଧିବେଶନରେ ବିରୋଧୀ ଗୃହ କାର୍ଯ୍ୟରେ ଯୋଗ ଦେବେନି ବୋଲି କହିଛନ୍ତି। ତେଣୁ ନିଲମ୍ୱିତ ଆଠ ସାଂସଦ ମଧ୍ୟ ଧାରଣା ଶେଷ କରି ଅନ୍ୟ ବିରୋଧୀଙ୍କ କଥାରେ ଏକ ହୋଇଛନ୍ତି।
ରାଜ୍ୟସଭାରେ କଂଗ୍ରେସ ଦଳର ନେତା ଗୁଲାମ ନବୀ ଆଜାଦ୍ ଗୃହରେ ତିନି ଦାବି କରିଛନ୍ତି। ସେ କହିଛନ୍ତି ସରକାର ଏକ ବିଲ୍ ଆଣି ସୁନିଶ୍ଚିତ କରିବା ଦରକାର କି ଘରୋଇ କମ୍ପାନୀମାନେ ସରକାରଙ୍କ ଦ୍ୱାରା ସ୍ଥିର ହୋଇଥିବା ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ଠାରୁ କମ୍ ମୂଲ୍ୟରେ ଚାଷୀଙ୍କଠୁ ଶସ୍ୟ କିଣି ପାରିବେ ନାହିଁ। ଏଥିସହ ସରକାର ସ୍ନାମୀନାଥନ ଫର୍ମୁଲାରେ ସମୟ ସମୟରେ ଏମଏସପି ସ୍ଥିର କରିବା ଦରକାର ଏବଂ ଆଠ ସାଂସଦଙ୍କ ଉପରୁ ନିଲମ୍ୱନ ଆଦେଶ ପ୍ରତ୍ୟାହାର କରାଯିବା ଦରକାର।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।