ମୁଖ୍ୟମନ୍ତ୍ରୀଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ
ରାଞ୍ଚି: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ। ମୁମ୍ୱାଇର ଜଣେ ମଡେଲ ଏହି ଅଭିଯୋଗ ଆଣିଛନ୍ତି। ବିଭିନ୍ନ ମିଡିଆରେ ଏହି ଖବର ପ୍ରକାଶ ପାଇବା ପରେ ଜାତୀୟ ମହିଳା କମିଶନ ମାମଲାକୁ ଗୁରୁତର ସହ ନେଇଛନ୍ତି। ପୀଡ଼ିତା ଜଣଙ୍କ ମୁମ୍ବାଇର ଜଣେ ମଡେଲ୍।
ମହିଳା କମିଶନ କହିଛନ୍ତି ହେମନ୍ତଙ୍କ ବିରୋଧରେ କେବଳ ଦୁଷ୍କର୍ମ ନୁହେଁ ଧମକ ଦେବାର ଅଭିଯୋଗ ମଧ୍ୟ ରହିଛି। ୨୦୧୩ରେ ହେମନ୍ତ ମୁଖ୍ୟମନ୍ତ୍ରୀ ନଥିବା ବେଳେ ଏହି ଅଭିଯୋଗ ଆଣିଥିଲେ ମଡେଲ ଜଣଙ୍କ। ଏବେ ମାମଲାର ଷ୍ଟାଟସ ରିପୋର୍ଟ କଣ ରହିଛି ଜାଣିବା ପାଇଁ ମହାରାଷ୍ଟ୍ର ଡିଜିପିଙ୍କୁ ଜବାବ ମାଗିଛନ୍ତି ଜାତୀୟ ମହିଳା କମିଶନ। ମଡେଲ ହେମନ୍ତ ସୋରେନଙ୍କ ସହ ସୁରେଶ ନାଗରେ ନାମକ ବ୍ୟକ୍ତିଙ୍କ ନାମ ମଧ୍ୟ ଅଭିଯୋଗ ରହିଛି।
NCW has come across a media report regarding a Mumbai-based model who has alleged that she was not only raped by Hemant Soren (Jharkhand CM) & Suresh Nagre in 2013 but she and her family were also constantly threatened against speaking about the alleged incident in public: NCW pic.twitter.com/gwfD2WlID1
— ANI (@ANI) December 17, 2020
ସୂଚନାଯୋଗ୍ୟ, ଚଳିତ ବର୍ଷ ଜୁଲାଇରେ ଗୋଡାର ସାଂସଦ ନିଶିକାନ୍ତ ଦୁବେ ପ୍ରଥମେ ଏହି ଘଟଣାକୁ ସାମ୍ନାକୁ ଆଣିଥିଲେ। ଦୁଷ୍କର୍ମ ପରେ ମଡେଲ ଜଣଙ୍କୁ ଅପହରଣ କରାଯାଇଥିବା ସେ ଅଭିଯୋଗ କରିଥିଲେ। ପରେ ମାମଲାଟି ଆପୋଷ ସମାଧାନ ହୋଇଥିଲା।
ଜଣେ ମୁଖ୍ୟମନ୍ତ୍ରୀଙ୍କ ନାମରେ ଏଭଳି ଅଭିଯୋଗ ଆସିଛି। ତେଣୁ ମହାରାଷ୍ଟ୍ର ଡିଜିପି ମାମଲାକୁ ପୁଣିଥରେ ଖୋଲି ନ୍ୟାୟ ଦେବା ଦରକାର ବୋଲି ଏହି ବିଜେପି ସାଂସଦ ଟ୍ୱିଟ୍ କରି ସରକାରକୁ କହିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।