ଠକେଇର ଶିକାର ହୋଇ ହଟହଟା ହେଲେ NDTVର ପୂର୍ବତନ ନ୍ୟୁଜ ଆଙ୍କର
ନୂଆଦିଲ୍ଲୀ: ବିଭିନ୍ନ ସମୟରେ ଲୋକଙ୍କ ସମସ୍ୟା ଦେଖାଇ ସୁନାମ ଅର୍ଜନ କରିଥିବା ଜାତୀୟ ଗଣମାଧ୍ୟମ NDTV (ଏନଡି ଟିଭି)ର ପୂର୍ବତନ ନ୍ୟୁଜ ଆଙ୍କର ନିଧି ରାଜଦନ ନିଜେ ଠକେଇର ଶିକାର ହୋଇଛନ୍ତି। ହାବାର୍ଡ ବିଶ୍ୱବିଦ୍ୟାଳୟରେ ଚାକିରି ହୋଇଛି ବୋଲି ଏକ ଜବ ଅଫର ଲେଟର ପାଇଥିଲେ। ଏହା ପରେ ସେ ଏନଡିଟିଭି ସହିତ ତାଙ୍କର ୨୧ ବର୍ଷର ପେଶାଗତ ଯାତ୍ରା ଶେଷ କରିଥିଲେ। ହେଲେ ବିଶ୍ୱବିଦ୍ୟାଳୟରେ ପହଞ୍ଚିବା ପରେ ଜାଣିବାକୁ ପାଇଛନ୍ତି ଯେ କେହି ତାଙ୍କୁ ଠକି ଦେଇଛି।
Some personal and professional news: after 21 years at NDTV, I am changing direction and moving on. Later this year, I start as an Associate Professor teaching journalism as part of Harvard University’s Faculty of Arts and Sciences 1/n
— Nidhi Razdan (@Nidhi) June 13, 2020
ଏ ନେଇ ନିଧି ସୋଶାଲ ମିଡିଆରେ ଟ୍ୱିଟ୍ କରି ନିଜର ମତ ରଖିଛନ୍ତି। ହାବାର୍ଡ ବିଶ୍ୱବିଦ୍ୟାଳୟରେ ସେ ସାମ୍ୱାଦିକତା ବିଭାଗରେ ଆସୋସିଏଟ ପ୍ରୋଫେସର ଭାବରେ ଚାକିରି ପାଇଥିବା ଏକ ଅଫର ଲେଟର ପାଇଥିଲେ। ପରେ ସେ ଜୁନ୍ ୨୦୨୦ରେ ସେ ଏନଡିଟିଭିରୁ ଇସ୍ତଫା ଦେଇଥିଲେ। ସେପ୍ଟେମ୍ୱରରେ ସେ ଆମେରିକା ଗସ୍ତ କରିଥିଲେ। ହେଲେ କରୋନା ମହାମାରୀ ପାଇଁ ବିଶ୍ୱବିଦ୍ୟାଳୟ ଜାନୁଆରୀ ୨୦୨୧ରେ ଖୋଲିବ ବୋଲି ସେ ଜାଣିବାକୁ ପାଇଥିଲେ। ପରେ ସେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ନିଜର ଜଏନିଂ ବାବଦରେ ପଚରାଉଚରା କରିଥିଲେ।
I have been the victim of a very serious phishing attack. I’m putting this statement out to set the record straight about what I’ve been through. I will not be addressing this issue any further on social media. pic.twitter.com/bttnnlLjuh
— Nidhi Razdan (@Nidhi) January 15, 2021
ଏହାପରେ ତାଙ୍କ ପାଖକୁ ଆସିଥିବା ସମସ୍ତ କାଗଜପତ୍ର ଦେଖାଇଥିଲେ ନିଧି। ହେଲେ ଏହାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଖଣ୍ଡନ କରିଥିଲେ। ଏଭଳି କୌଣସି ନିଯୁକ୍ତି ବିଶ୍ୱବିଦ୍ୟାଳୟ ତାଙ୍କୁ ଦେଇ ନାହିଁ ବୋଲି କହିଥିବା ନିଧି ସୋଶାଲ ମିଡିଆରେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।