ପ୍ରାଇମ୍ ଟାଇମରେ ଭୁଲ୍ ତଥ୍ୟ ଦେଇ କ୍ଷମା ମାଗିଲେ ରବୀଶ କୁମାର

ନୂଆଦିଲ୍ଲୀ: ଗୋଟିଏ ପଟେ ଚାଷୀ ଆନ୍ଦୋଳନ ଜାରି ରହିଛି ଅନ୍ୟପଟେ ଏହାକୁ ନେଇ ବିଭିନ୍ନ ଟିଭି ଚ୍ୟାନେଲରେ ବିତର୍କ ମଧ୍ୟ ଚାଲିଛି। ଏହାରି ଭିତରେ ଏନଡି ଟିଭିର ନ୍ୟୁଜ ଆଙ୍କର ରବୀଶ କୁମାର ଜାନୁଆରୀ ୧୪ରେ ରାତି ୯ଟାର ପ୍ରାଇମ୍ ଟାଇମ୍ ଶୋ’ରେ ଭୁଲ୍ ତଥ୍ୟ ଦେଇଥିଲେ। ଯାହାକୁ ନେଇ କେନ୍ଦ୍ର ସରକାର ଅସନ୍ତୋଷ ପ୍ରକାଶ କରିଥିଲେ। ପରେ ଏକ ସବିଶେଷ ତଥ୍ୟ ସହ ଏନଡିଟିଭି ଏଥିକ୍ସ କମିଟିକୁ ଚିଠି ପଠାଇଥିଲା ପିଆଇବି। ଏହାପରେ ଫେକ୍ ନ୍ୟୁଜ୍ […]

ravish-kumar

ravish-kumar

Subhransu Sekhar
  • Published: Saturday, 16 January 2021
  • Updated: 16 January 2021, 11:53 PM IST

Sports

Latest News

ନୂଆଦିଲ୍ଲୀ: ଗୋଟିଏ ପଟେ ଚାଷୀ ଆନ୍ଦୋଳନ ଜାରି ରହିଛି ଅନ୍ୟପଟେ ଏହାକୁ ନେଇ ବିଭିନ୍ନ ଟିଭି ଚ୍ୟାନେଲରେ ବିତର୍କ ମଧ୍ୟ ଚାଲିଛି। ଏହାରି ଭିତରେ ଏନଡି ଟିଭିର ନ୍ୟୁଜ ଆଙ୍କର ରବୀଶ କୁମାର ଜାନୁଆରୀ ୧୪ରେ ରାତି ୯ଟାର ପ୍ରାଇମ୍ ଟାଇମ୍ ଶୋ’ରେ ଭୁଲ୍ ତଥ୍ୟ ଦେଇଥିଲେ। ଯାହାକୁ ନେଇ କେନ୍ଦ୍ର ସରକାର ଅସନ୍ତୋଷ ପ୍ରକାଶ କରିଥିଲେ। ପରେ ଏକ ସବିଶେଷ ତଥ୍ୟ ସହ ଏନଡିଟିଭି ଏଥିକ୍ସ କମିଟିକୁ ଚିଠି ପଠାଇଥିଲା ପିଆଇବି। ଏହାପରେ ଫେକ୍ ନ୍ୟୁଜ୍ ପୋଷ୍ଟ ପାଇଁ କ୍ଷମା ମାଗିଛନ୍ତି ଆଙ୍କର ରବୀଶ କୁମାର।

କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋଏଲ ଜାନୁଆରୀ ୧୧ରେ ଏକ ଟ୍ୱିଟ୍ କରିଥିଲେ। ଯେଉଁଥିରେ ସରକାର ଜାନୁଆରୀ ୧୦ ସୁଦ୍ଧା ୫୩୪ ଲକ୍ଷ ମେଟ୍ରିକ ଟନ୍ ଧାନ କିଣିଥିବା କହିଥିଲେ ଗୋଏଲ। ଗତବର୍ଷ ଏହି ପରିମାଣ ୪୨୩ ଲକ୍ଷ ମେଟ୍ରିକ ଟନ୍ ଥିଲା। ତେଣୁ ଚଳିତ ବର୍ଷ ସୁଦ୍ଧା ଏହାର ପରିମାଣ ଗତବର୍ଷ ତୁଳନାରେ ୨୬ ପ୍ରତିଶତ ବଢ଼ିଥିବା ମନ୍ତ୍ରୀ ଟ୍ୱିଟ୍ କରି କହିଥିଲେ।

https://twitter.com/PiyushGoyal/status/1348546323822243840?s=20

ଏହାପରେ ଜାନୁଆରୀ ୧୪ରେ ଏବାବଦରେ ଏନଡି ଟିଭି ଆଙ୍କର ରବୀଶ କୁମାର ତାଙ୍କ ପ୍ରାଇମ ଟାଇମ୍ ଶୋରେ କହିଥିଲେ ୨୦୧୯-୨୦ରେ ୫୧୯ ଲକ୍ଷ ମେଟ୍ରିକ ଟନ୍ ଥିଲା, ୪୨୩ ଲକ୍ଷ ମେଟ୍ରିକ ଟନ୍ ନୁହେଁ। ତେଣୁ ସରକାର ଯେଉଁ ୨୬ ପ୍ରତିଶତ ଅଭିବୃଦ୍ଧି କଥା କହିଛନ୍ତି ତାହା ମିଛ। ସରକାର ନହେଲେ ଖାଦ୍ୟ ଏବଂ ସାଧାରଣ ଉଦ୍ୟୋଗ ବିଭାଗ କେହି ଜଣେ ଭୁଲ୍ ତଥ୍ୟ ଦେଉଛି ବୋଲି ରବୀଶ କହିଥିଲେ।

ସୂଚନାଯୋଗ୍ୟ, ୨୦୧୯-୨୦ ପାଇଁ ମୋଟ ଧାନ କ୍ରୟ ୫୧୯ ଲକ୍ଷ ମେଟ୍ରିକ ଟନ୍ ଥିଲା, ଚଳିତ ବର୍ଷ ଶେଷ ହୋଇଥିଲେ ମଧ୍ୟ କିଣିବା ପ୍ରକ୍ରିୟା ଜାରି ରହିଥିବାରୁ ଏହି ଆକଳନକୁ ଗତ ବର୍ଷର ଧାନ କିଣିବା ସହିତ ତୁଳନା କରାଯାଇପାରିବ ନାହିଁ। ତେଣୁ ଚଳିତ ବର୍ଷ ୧୦ ଜାନୁଆରୀ ପର୍ଯ୍ୟନ୍ତ ତଥ୍ୟକୁ ଗତ ବର୍ଷ ସମାନ ତାରିଖ ପର୍ଯ୍ୟନ୍ତ ତୁଳନା କରିଥିଲେ ରବୀଶ, ଯାହାକି ୪୨୩ ଲକ୍ଷ ମେଟ୍ରିକ ଟନ୍ ଥିଲା। ତେଣୁ, ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ରବୀଶ କୁମାର ମିଛ କହିଛନ୍ତି ବୋଲି ସରକାର ଦାବି କରିଥିଲେ।

ଏହାପରେ ପ୍ରେସ ଇନଫରମେସନ ବ୍ୟୁରୋ (ପିଆଇବି) ଏନଡିଟିଭି ଏଥିକ୍ସ କମିଟିକୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା।

ଏହାପରେ ରବୀଶ କୁମାର ନିଜ କାର୍ଯ୍ୟକ୍ରମରେ ଭୁଲ୍ ଖବର ଦେଇଥିବାରୁ କ୍ଷମା ପ୍ରାର୍ଥନା କରିଛନ୍ତି। ଆଉ ଏହି ଧାନ କିଣା ପ୍ରସଙ୍ଗରେ ନିଜ ସ୍ୱର ପରିବର୍ତ୍ତନ କରିଛନ୍ତି।https://www.facebook.com/RavishKaPage/posts/1680002608864546

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos