ନେପାଳରେ ଭୂମିକମ୍ପ: ମୃତକଙ୍କ ସଂଖ୍ୟା ୨୨୫୦ ଟପିଲା, ୪୭୧୮ ଆହତ

-ରବିବାର ଭୋରରେ ନେପାଳରେ ପୁଣି ଭୂମିକମ୍ପ -ଭାରତ ସମେତ ଚୀନ ଯବାନମାନେ ଲାଗିଛନ୍ତି ଉଦ୍ଧାର କାର୍ଯ୍ୟରେ -ଉଭୟ ଭାରତ ଓ ଚୀନ ସରକାରଙ୍କୁ ଧନ୍ୟବାଦ ଦେଲେ ନେପାଳ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ/କାଠମାଣ୍ଡୁ: ଶନିବାର ହୋଇଥିବା ଭୂମିକମ୍ପରେ ନେପାଳରେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୨୫୦ ଅତିକ୍ରମ କରିଯାଇଛି ମୃତକଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୨୨୬୮ ଜଣ ପ୍ରାଣ ହରାଇଥିବା ନେଇ ନେପାଳର ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବେସରକାରୀ ଭାବେ ଏହି ସଂଖ୍ୟା […]

nepalbhumikampa

nepalbhumikampa

Rakesh Mallick
  • Published: Sunday, 26 April 2015
  • Updated: 04 May 2017, 03:45 PM IST

Sports

Latest News

-ରବିବାର ଭୋରରେ ନେପାଳରେ ପୁଣି ଭୂମିକମ୍ପ
-ଭାରତ ସମେତ ଚୀନ ଯବାନମାନେ ଲାଗିଛନ୍ତି ଉଦ୍ଧାର କାର୍ଯ୍ୟରେ
-ଉଭୟ ଭାରତ ଓ ଚୀନ ସରକାରଙ୍କୁ ଧନ୍ୟବାଦ ଦେଲେ ନେପାଳ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ/କାଠମାଣ୍ଡୁ: ଶନିବାର ହୋଇଥିବା ଭୂମିକମ୍ପରେ ନେପାଳରେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୨୫୦ ଅତିକ୍ରମ କରିଯାଇଛି ମୃତକଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୨୨୬୮ ଜଣ ପ୍ରାଣ ହରାଇଥିବା ନେଇ ନେପାଳର ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବେସରକାରୀ ଭାବେ ଏହି ସଂଖ୍ୟା ଢେର ଅଧିକ ବୋଲି କୁହାଯାଉଛି। ୪୭୧୮ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଶତାଧିକଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ପୁଣି ଧ୍ୱଂସାବଶେଷ ତଳେ ଆହୁରି ହଜାର ହଜାର ଲୋକ ଦବି ରହିଥିବା ଆଶଙ୍କା କରାଯାଉଛି। ତେଣୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ଜାତିସଂଘ ପକ୍ଷରୁ ଆଜି ଜାରି କରାଯାଇଥିବା ଏକ ରିପୋର୍ଟରେ କୁହାଯାଇଛି ଯେ ଏହି ଭୂମିକଂପରେ ନେପାଳର ପ୍ରାୟ ୬୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ।

ରବିବାର ଭୋର ପ୍ରାୟ ୫ଟା ବେଳେ ନେପାଳରେ ପୁଣି ଭୂମିକମ୍ପ ଅନୁଭୁତି ହୋଇଥିଲା। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ।

ଅନ୍ୟପକ୍ଷରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। କୋଠା ତଳେ ଫସି ରହିଥିବା ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତରେ ଉଦ୍ଧାର କରାଯାଉଛି। ରାତି ତମାମ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ପରିସ୍ଥିତିକୁ ଦେଖି ନେପାଳ ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ।

ଉଦ୍ଧାର କାର୍ଯ୍ୟରେ ସହଯୋଗର ହାତ ବଢ଼ାଇଛି ଭାରତ। ରିଲିଫ୍ ସାମଗ୍ରୀ ଯୋଗାଣ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ୫ଟି ଏମଭିଆଇ ସେଭେନଟିନ ହେଲିକପ୍ଟର ନେପାଳକୁ ପଠାଇଛି। ଭାରତୀୟ ବାୟୁସେନାର ୫ଟି ହେଲକପଟର ମଧ୍ୟ କାଠମାଣ୍ଡୁରେ ପହଞ୍ଚିଛି। ଆଜିଠୁ କାଠମାଣ୍ଡୁ ସମେତ ନେପାଳର ଅନ୍ୟାନ୍ୟ ସ୍ଥାନରେ ଉଦ୍ଧାର କାର୍ଯ୍ୟରେ ଏହି ହେଲିକପ୍ଟରଗୁଡ଼ିକୁ ନିୟୋଜିତ ହୋଇଛନ୍ତି। ଆଉ ଭାରତୀୟ ସେନା ତରଫରୁ ସେଠାରେ ଉଦ୍ଧାର କାର୍ଯ୍ୟ ପାଇଁ ‘ଅପରେସନ୍ ମୈତ୍ରୀ’ ଆରମ୍ଭ କରି ଦିଆଯାଇଛି। ଭାରତୀୟ ଏନଡିଆରଏଫ ଟିମ୍ ମଧ୍ୟ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜିତ ହୋଇଛି। ସୋମବାର ଏନଡିଆରଏଫର ମହାନିଦେ୍ର୍ଧଶକ ଓ.ପି ସିଂହ ନେପାଳ ଯାଇ ଉଦ୍ଧାର କାର୍ଯ୍ୟକୁ ପ୍ରତ୍ୟକ୍ଷ ଭାବେ ତଦାରଖ କରିବେ।

ଗତକାଲି ଦିନ ୧୧ଟା ୪୧ ମିନିଟରେ ନେପାଳରେ ହୋଇଥିଲା ପ୍ରଥମ ଭୂମିକମ୍ପ। ଏହାର ତୀବ୍ରତା ଥିଲା ୭.୯। ରାଜଧାନୀ କାଠମାଣ୍ଡୁଠାରୁ ପ୍ରାୟ ୮୦ କିଲୋମିଟର ଦୂର ଲାମଜଙ୍ଗଠାରେ। ଏହାର ୩୪ ମିନିଟ୍ ପରେ ୧୨ଟା ୧୫ ପୁଣି ଏକ ଭୂମିକମ୍ପ ହୋଇଥିଲା। ଏହାର ତୀବ୍ରତା ଥିଲା ୬.୬ । ତେବେ ଏହି ୩୫ ମିନିଟ୍ ମଧ୍ୟରେ ମୋଟ ୯ ଥର ଭୂମିକମ୍ପ ହୋଇଥିଲେ।

ପ୍ରଥମ ଭୂମିକମ୍ପ ଝଟକାରେ ଛାରଖାରା ହୋଇଯାଇଥିଲା ରାଜଧାନୀ କାଠମାଣ୍ଡୁ ସମେତ ଆଉ କିଛି ଅଞ୍ଚଳ। କାଠମାଣ୍ଡୁରେ ଧୂଳିସାତ ହୋଇଯାଇଛି ଅନେକ ବଡ଼ ବଡ କୋଠା। ତା’ସହିତ ମାଟିରେ ମିଶି ଯାଇଥିଲେ ଅନେକ ମନ୍ଦିର ଓ ପୁରୁଣା ଐତିହ କୀର୍ତ୍ତିରାଜି। ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଛି ନେପାଳର କୁତବମୀନାର କୁହାଯାଉଥିବା ଉନବିଂଶ ଶତାବ୍ଦୀର ଧରାହର ଟାୱାର। ଏହା ତଳେ ୫୦ରୁ ଅଧିକ ଲୋକ ଦବି ଯାଇଥିବା କୁହାଯାଉଛି । ରାସ୍ତାଘାଟ ସବୁ ଫାଟି ଯାଇଛି। ଗତ ୮୦ ବର୍ଷ ମଧ୍ୟରେ ଏହା ନେପାଳର ସବୁଠୁ ବଡ଼ ଭୂମିକମ୍ପ ହୋଇଥିବା ବେଳେ ଗତକାଲିଠୁ ହଜାର ହଜାର ଲୋକ ରାସ୍ତାରେ ଅଛନ୍ତି। ଶନିବାର ରାତିରେ ମଧ୍ୟ କିଛି ଥର ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story