ନେପାଳରେ ମୃତକଙ୍କ ସଂଖ୍ୟା ୩୭୦୦ ଟପିଲା, ଆଜି ପୁଣି ଭୂମିକମ୍ପ ଅନୁଭୁତ

ନୂଆଦିଲ୍ଲୀ/କାଠମାଣ୍ଡୁ: ନେପାଳରେ ଭୂମିକମ୍ପ ଜନିତ ମୃତକଙ୍କ ସଂଖ୍ୟା ୩୭ ଶହ ପାର କରିଯାଇଛି। ସେଠାକାର ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ମୃତକଙ୍କ ସଂଖ୍ୟା ୩,୭୨୬ରେ ପହଞ୍ଚିଛି। ଆହତଙ୍କ ସଂଖ୍ୟା ୬୮୩୩ରେ ପହଞ୍ଚିଛି। ଆହୁରି ଅନେକ ନିଖୋଜ ଅଛନ୍ତି। ଧ୍ୱଂସାବଶେଷଗୁଡ଼ିକୁ ସଫା କରାଯିବା ସହିତ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏହି ସଂଖ୍ୟା ୫୦୦୦ ଟପି ଯିବ ବୋଲି ନେପାଳର ଆଭ୍ୟନ୍ତରୀଣ ମନ୍ତ୍ରାଳୟର ଜଣେ ଅଧିକାରୀ ଖବର ସରବରାହ ସଂସ୍ଥା ରଏଟରକୁ କହିଛନ୍ତି। କାରଣ […]

nepaldevastation

nepaldevastation

Rakesh Mallick
  • Published: Monday, 27 April 2015
  • Updated: 04 May 2017, 03:45 PM IST

Sports

Latest News

ନୂଆଦିଲ୍ଲୀ/କାଠମାଣ୍ଡୁ: ନେପାଳରେ ଭୂମିକମ୍ପ ଜନିତ ମୃତକଙ୍କ ସଂଖ୍ୟା ୩୭ ଶହ ପାର କରିଯାଇଛି। ସେଠାକାର ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ମୃତକଙ୍କ ସଂଖ୍ୟା ୩,୭୨୬ରେ ପହଞ୍ଚିଛି। ଆହତଙ୍କ ସଂଖ୍ୟା ୬୮୩୩ରେ ପହଞ୍ଚିଛି। ଆହୁରି ଅନେକ ନିଖୋଜ ଅଛନ୍ତି। ଧ୍ୱଂସାବଶେଷଗୁଡ଼ିକୁ ସଫା କରାଯିବା ସହିତ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏହି ସଂଖ୍ୟା ୫୦୦୦ ଟପି ଯିବ ବୋଲି ନେପାଳର ଆଭ୍ୟନ୍ତରୀଣ ମନ୍ତ୍ରାଳୟର ଜଣେ ଅଧିକାରୀ ଖବର ସରବରାହ ସଂସ୍ଥା ରଏଟରକୁ କହିଛନ୍ତି। କାରଣ ଏବେ ଅନେକ ଦୁର୍ଗମ ତଥା ଭୀଷଣ ଭାବେ କ୍ଷତିଗ୍ରସ୍ତ ଅଞ୍ଚଳରେ ଉଦ୍ଧାରକାରୀ ଦଳ ପହଞ୍ଚି ପାରି ନାହାନ୍ତି ।

ଅଷ୍ଟ୍ରେଲିଆର ୩୦୦ରୁ ଅଧିକ ନାଗରିକ ନିଖୋଜ ଥିବା ଜଣାପଡ଼ିଛି। ସେହିପରି ଏଭରେଷ୍ଟ ଚଢ଼ିବାକୁ ଯାଇଥିବା ୨୦୦ରୁ ଅଧିକ ନିଖୋଜ ପର୍ବତାରୋହୀଙ୍କର ଏଯାଏଁ କୌଣସି ଖୋଜଖବର ନାହିଁ। ୪୦ ଜଣ ଭାରତୀୟ ପର୍ବତାରୋହୀ ଏବେ ବି ଏଭରେଷ୍ଟର କ୍ୟାମ୍ପ ନମ୍ବର ୧ ଓ ୨ରେ ଫସି ରହିଛନ୍ତି। ହିମାଳୟରେ ୨୨,୦୦୦ ଫୁଟ ଉଚ୍ଚରେ ଫସି ଯାଇଥିବା ଦୁଇ ଭାରତୀୟ ପର୍ବତାରୋହୀ ହେମନ୍ତ ଗୁପ୍ତା ଓ ପାୟୋ ମୁର୍ମୁ ସୁରକ୍ଷିତ ବେସ କ୍ୟାମ୍ପକୁ ଫେରି ଆସିଛନ୍ତି। ଏମାନଙ୍କ ବ୍ୟତୀତ ଆହୁରି ୧୫୦ରୁ ଅଧିକ ପର୍ବତାରୋହୀ ଏଭରେଷ୍ଟରୁ ଉଦ୍ଧାର ହେବାକୁ ବାକି ଅଛନ୍ତି।

ଅନ୍ୟପକ୍ଷରେ ପ୍ରଳୟଙ୍କରୀ ଭୂମିକମ୍ପର ଦୁଇ ଦିନ ପରେ ଆଜି ସକାଳେ ପୁଣି ନେପାଳରେ ଭୂମିକମ୍ପ ଅନୁଭୁତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୯ ରହିଥିଲା। ଗତକାଲି ଦିନ ୧୨ଟା ୪୧ରେ ମଧ୍ୟ ନେପାଳରେ ୬.୯ ତୀବ୍ରତାର ଏକ ଭୂମିକମ୍ପ ଅନୁଭୁତ ହୋଇଥିଲା। ଶନିବାରଠାରୁ ଏକାଧିକ ପଶ୍ଚାତ ଭୂମିକମ୍ପ ଅନୁଭୁତ ହୋଇସାରିଛି। ଆଗକୁ ମଧ୍ୟ ଏଭଳି ଭୂମିକମ୍ପ ଝଟକା ଅନୁଭୁତ ହେବ ବୋଲି ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି। ଫଳରେ ନେପାଳବାସୀ ଆହୁରି ଭୟଭୀତ ହୋଇପଡ଼ିଛନ୍ତି।
ଭୂମିକମ୍ପରେ ଧ୍ୱସ୍ତବିଧ୍ୱସ୍ତ ନେପାଳରେ ଜୋରସୋରରେ ଚାଲିଛି ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ। ଗତକାଲି ସନ୍ଧ୍ୟାରେ ଝଡ଼ତୋଫାନ ଓ ବର୍ଷା ଯୋଗୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ତେବେ ଆଜି ସକାଳୁ ପୁଣି ଥରେ ଏହି କାର୍ଯ୍ୟ ଆରମ୍ଭ ହୋଇଯାଇଛି। ନେପାଳରେ ରିଲିଫ୍ ଅପରେସନରେ ଭାରତ ମଧ୍ୟ ସାମିଲ ହୋଇଛି। ଭାରତ ସରକାରଙ୍କ ତରଫରୁ ସେଠାରେ ଚାଲିଛି ‘ଅପରେସନ୍ ମୈତ୍ରୀ’। ଏଥିରେ ଭାରତୀୟ ବାୟୁ ସେନାର ମୋଟ ୧୩ଟି ବିମାନ ନିୟୋଜିତ ହୋଇଛନ୍ତି। ସେନାର ଯବାନ ଓ ଏନଡିଆରଏଫର ସଦସ୍ୟମାନେ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ଲାଗି ପଡ଼ିଛନ୍ତି।

ଭାରତ ସମେତ ଆମେରିକା, ଇଂଲଣ୍ଡ, ଚୀନ, ପାକିସ୍ତାନ, ନରୱେ, ଜାପାନ ଓ ଫ୍ରାନ୍ସ ଆଦି ଦେଶ ଉଦ୍ଧାର କାର୍ଯ୍ୟ ହାତକୁ ନେବା ସହିତ ଆର୍ଥିକ ସାହାଯ୍ୟ ପଠାଉଛନ୍ତି।

୨,୫୦୦ ଭାରତୀୟ ଉଦ୍ଧାର
ନେପାଳରେ ଭାରତୀୟ ସେନା ପକ୍ଷରୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ସେଠାରେ ଫସି ଥିବା ଭାରତୀୟମାନଙ୍କୁ ଦେଶକୁ ଆଣିବା ପାଇଁ ମଧ୍ୟ ଅଭିଯାନ ଚାଲିଛି। ବର୍ତ୍ତମାନ ସୁଦ୍ଧା ସେଠାରେ ଫସିଥିବା ୨୫୦୦ ଜଣ ଭାରତୀୟଙ୍କୁ ଦେଶକୁ ଫେରାଇ ଅଣାଯାଇଛି। ଗତ ଶନିବାରଠାରୁ ପର୍ଯ୍ୟାୟକ୍ରମେ ବିମାନ ଯୋଗେ ସେମାନଙ୍କୁ ସେଠାରୁ ଅଣାଯାଇଛି। ତଥାପି ଆହୁରି ଅନେକ ଭାରତୀୟ ସେଠାରେ ଫସି ରହିଛନ୍ତି। ସମସ୍ତ ଭାରତୀୟଙ୍କୁ ନେପାଳରୁ ଉଦ୍ଧାର କରାଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି। ବିମାନ ସହିତ ୩୫ଟି ବସର ମଧ୍ୟ ବ୍ୟବସ୍ଥା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story