ରେଲୱେ ଜାରି କଲା ନୂଆ ନିୟମ: ଏଣିକି ରାତି ୧୦ଟା ପୂର୍ବରୁ ଶୋଇପାରିବେନି ଯାତ୍ରୀ

ନୂଆଦିଲ୍ଲୀ: ପ୍ରାୟତଃ  ଟ୍ରେନରେ ଯାତ୍ରା ବେଳେ ରାତିରେ ଶୋଇବାକୁ ନେଇ ଯାତ୍ରୀଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥାଏ।  ମିଡଲ ବର୍ଥ ଏବଂ ଲୋୟର ବର୍ଥରେ ଯାତ୍ରା କରୁଥିବା ଯାତ୍ରୀଙ୍କ ମଧ୍ୟରେ ଏହି ବିବାଦ ଅଧିକ  ତୀବ୍ର ହୋଇଥାଏ ।  ସଂରକ୍ଷଣ ସିଟ୍‌ରେ ଏହି ସମସ୍ୟା ଅଧିକ ଉପୁଜୁଥିବା ବେଳେ ଏହାର ସାମୟିକ ସମାଧାନ ପାଇଁ ରେଳମନ୍ତ୍ରଣାଳୟ ପକ୍ଷରୁ ପ୍ରାୟାସ କରାଯାଇଛି। ସେହି ଅନୁଯାୟୀ ଶୋଇବା ସମୟକୁ ଘଣ୍ଟେ କାଟିଦିଆଯାଇଛି। ପୂର୍ବରୁ ଶୋଇବା ସମୟ ରାତି ୯ଟାରେ ଧାର୍ଯ୍ୟ […]

Rakesh Mallick
  • Published: Sunday, 17 September 2017
  • Updated: 17 September 2017, 10:55 PM IST

Sports

Latest News

ନୂଆଦିଲ୍ଲୀ: ପ୍ରାୟତଃ  ଟ୍ରେନରେ ଯାତ୍ରା ବେଳେ ରାତିରେ ଶୋଇବାକୁ ନେଇ ଯାତ୍ରୀଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥାଏ।  ମିଡଲ ବର୍ଥ ଏବଂ ଲୋୟର ବର୍ଥରେ ଯାତ୍ରା କରୁଥିବା ଯାତ୍ରୀଙ୍କ ମଧ୍ୟରେ ଏହି ବିବାଦ ଅଧିକ  ତୀବ୍ର ହୋଇଥାଏ ।  ସଂରକ୍ଷଣ ସିଟ୍‌ରେ ଏହି ସମସ୍ୟା ଅଧିକ ଉପୁଜୁଥିବା ବେଳେ ଏହାର ସାମୟିକ ସମାଧାନ ପାଇଁ ରେଳମନ୍ତ୍ରଣାଳୟ ପକ୍ଷରୁ ପ୍ରାୟାସ କରାଯାଇଛି। ସେହି ଅନୁଯାୟୀ ଶୋଇବା ସମୟକୁ ଘଣ୍ଟେ କାଟିଦିଆଯାଇଛି। ପୂର୍ବରୁ ଶୋଇବା ସମୟ ରାତି ୯ଟାରେ ଧାର୍ଯ୍ୟ ହୋଇଥିବା ବେଳେ ଏବେ ଏହାକୁ ରାତି ୧୦ଟା କରିଦିଆଯାଛି।  ମୁଖ୍ୟତଃ ଯାତ୍ରୀଙ୍କ ମଧ୍ୟରେ ବସିବାକୁ ନେଇ ସୃଷ୍ଟି ହେଉଥିବା କଳି ଝଗଡ଼ାକୁ ଏଡ଼ାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି।

ଫଳରେ ମିଡିଲ ବର୍ଥ ଏବଂ ଅନ୍ୟ ଯାତ୍ରୀମାନେ କିଛି ସମୟ ଆରାମରେ ଲୋୟର ବର୍ଥରେ ବସିପାରିବେ।  ପୂର୍ବରୁ ଯାତ୍ରୀମାନଙ୍କୁ ଟ୍ରେନରେ ଶୋଇବା ପାଇଁ ରାତି ୯ଟାଠାରୁ ସକାଳ ୬ଟା ପର୍ଯ୍ୟନ୍ତ ନିୟମ ଥିଲା। ଏବେ ଏଥିରେ ଏକ ଘଣ୍ଟା କାଟି ଦିଆଯାଇଛି । ନୂଆ ନିୟମ ଅନୁଯାୟୀ ଯାତ୍ରୀଙ୍କ ଶୋଇବା ସମୟ ରାତି ୧୦ଟାରୁ ସକାଳ ୬ଟାକୁ ନିର୍ଦ୍ଧାରିତ କରାଯାଇଛି ।  ଏହି ନିୟମ କେବଳ ସଂରକ୍ଷଣ ବଗିରେ ଥିବା ସ୍ଲିପର ସିଟ୍‌ଗୁଡ଼ିକ ପାଇଁ ଲାଗୁ କରାଯିବ। ତେବେ ସରକାରଙ୍କ ଏହି ନିୟମ ଗର୍ଭବତୀ ମହିଳା ଓ ଦିବ୍ୟାଙ୍ଗମାନଙ୍କ ପାଇଁ ଲାଗୁ ହେବ ନାହିଁ । ଯଦି ଯାତ୍ରୀମାନେ ଚାହାଁନ୍ତି ସେମାନଙ୍କ ସହ ବୁଝାମଣା କରି ତାଙ୍କ ସିଟରେ ବସିପାରିବେ । ଏହି ନିୟମ ଲାଗୁ କରିବା ପାଇଁ ବାଣିଜ୍ୟ ନିୟମାବଳୀର ପାରାଗ୍ରାଫ ୬୫୨କୁ ହଟାଇ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos