ନୂଆଦିଲ୍ଲୀ: କାଶ୍ମୀରରେ ବିଚ୍ଛିନ୍ନତାବାଦୀଙ୍କୁ ମିଳୁଥିବା ସରକାରୀ ସୁବିଧା ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପ୍ରିମକୋର୍ଟରେ ଆଜି ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଏମ୍ଏଲ୍ ଶର୍ମା ନାମକ ଜଣେ ଓକିଲ ଏହି ମାମଲା ରୁଜୁ କରିଛନ୍ତି।
ଜଷ୍ଟିସ୍ ଅନୀଲ୍ ଆର୍ ଦେବ ଓ ଏଲ୍ ନାଗେଶ୍ୱର ରାଓଙ୍କ ବେଞ୍ଚ୍ ଏହି ମାମଲାର ଶୁଣାଣି କରିବାକୁ ଆବେଦନକାରୀ ନିବେଦନ କରିଛନ୍ତି।
ଏନେଇ ଜଷ୍ଟିସ୍ ଦେବ କହିଛନ୍ତି,“ ଆପଣଙ୍କ ଚିନ୍ତାଧାରା ସହ ଆମେ ସହମତ। କିନ୍ତୁ ଆପଣଙ୍କ ପାଇଁ ଆମେ ନିୟମ ପରିବର୍ତ୍ତନ କରିପାରିବୁ ନାହିଁ। ପ୍ରଥମେ ଆପଣ ଡାଏରୀ ନମ୍ୱର ଆଣନ୍ତୁ ପରେ ଆମେ ଶୁଣାଣି ତାରିଖ ଧାର୍ଯ୍ୟ କରିବୁ।”
କାଶ୍ମୀରର ବିଚ୍ଛିନ୍ନତାବାଦୀଙ୍କୁ ଦିଆଯାଇଥିବା ସମସ୍ତ ସୁବିଧା ସୁଯୋଗ ଫେରାଇ ଦେବା ଉପରେ ଗତ ବୁଧବାର କେନ୍ଦ୍ରୀୟ ଗୃହ ରାଜ୍ୟ ମନ୍ତ୍ରୀ ହଂସରାଜ ଅହୀର କହିଥିଲେ,“ଆତଙ୍କବାଦୀ ଓ ବିଚ୍ଛିନ୍ନତାବାଦୀଙ୍କୁ ଗୋଟିଏ ଚଷମାରେ ଦେଖିବା ଜରୁରୀ। ସେମାନଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହେବା ଆବଶ୍ୟକ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମୋ’ ଦୁଇ ଛୁଆଙ୍କ ତଣ୍ଟି ଚିପି ଦେଲା ପତ୍ନୀ, ସ୍ୱାମୀ ଆଣିଲେ ସାଂଘାତିକ ଅଭିଯୋଗ
ମା’ଙ୍କ ଉପସ୍ଥିତିରେ ଘରୁ ମିଳିଲା ପୁଅଝିଅଙ୍କ ମୃତଦେହ। ରଶିରେ ବେକକୁ ଚିପି ଉଭୟଙ୍କ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
National
ମାଡ଼ି ଆସୁଛି ବାତ୍ୟା 'ଫେଙ୍ଗଲ', ଆଜି କରିବ ଲ୍ୟାଣ୍ଡଫଲ୍
ସାଇକ୍ଲୋନ୍ ଫେଙ୍ଗଲ ଏବେ ଚେନ୍ନାଇଠାରୁ ୨୫୦ କିମି ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି।
Business
ଦେଶର ଜିଡିପି ଅଭିବୃଦ୍ଧି ହାର ଦୁଇ ବର୍ଷରେ ସର୍ବନିମ୍ନ
ଚଳିତ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ହାର ୫.୪ ପ୍ରତିଶତକୁ ଖସିଛି। ଉତ୍ପାଦନ କ୍ଷେତ୍ରର ଖରାପ ପ୍ରଦର୍ଶନ ଯୋଗୁଁ ଅର୍ଥନୀତି କ୍ଷେତ୍ରରେ ଘଟିଛି ଅବନତୀ।
Crime
ପ୍ରେମିକାକୁ ହତ୍ୟା କରି ମୃତଦେହ ସହ ଦୁଇଦିନ ବିତାଇଲା ଅଭିଯୁକ୍ତ
ସୋଶାଲ ମିଡିଆରେ ମିଶିବା ପରେ ବଢ଼ିଥିଲା ପ୍ରେମ ସମ୍ପର୍କ। ରାଜ୍ୟ ବାହାରୁ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ପୁଲିସ।
Politics
ଶେଷ ଘଣ୍ଟାରେ ପଡ଼ିଛି ୭୬ ଲକ୍ଷ ଭୋଟ! ମହାରାଷ୍ଟ୍ର ନିର୍ବାଚନରେ ଅନିୟମିତତା ଅଭିଯୋଗ ଆଣିଲା କଂଗ୍ରେସ
ମହାରାଷ୍ଟ୍ରରେ ଭୋଟ ଗ୍ରହଣ ଏବଂ ଗଣନା ପ୍ରକ୍ରିୟାରେ ଗୁରୁତର ଅନିୟମିତତା ହୋଇଥିବା ନେଇ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଲା କଂଗ୍ରେସ। ମାତ୍ର ୫ ମାସ ମଧ୍ୟରେ ମହାରାଷ୍ଟ୍ର ଭୋଟର ତାଲିକାରେ ପ୍ରାୟ ୪୭ ଲକ୍ଷ ନୂଆ ଭୋଟରଙ୍କୁ ଯୋଡ଼ା ଯାଇଥିବା ଅଭିଯୋଗ।