ସୁନା ଚୋରି ଚାଲାଣ ମାମଲା, ସ୍ୱପ୍ନା ଅଟକ

ଥିରୁଅନନ୍ତପୁରମ: କେରଳ ସୁନା ଚୋରା ଚାଲାଣ ମାମଲାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ସ୍ୱପ୍ନା ସୁରେଶଙ୍କୁ ଅଟକ ରଖିଛି ଏନଆଇଏ। ଗତକାଲି ଏହି ମାମଲାର ତଦନ୍ତ ଦାୟିତ୍ୱ କେନ୍ଦ୍ର ସରକାର ଏନଆଇଏକୁ ହସ୍ତାନ୍ତର କରିଥିଲେ। ତଦନ୍ତ ଦାୟିତ୍ୱ ଦେବାର ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ସ୍ୱପ୍ନାଙ୍କୁ ଏନଆଇଏ ଧରିବାରେ ସଫଳ ହୋଇଛି। ଏବେ ଅଟକ ରହିଛନ୍ତି କେରଳ ସରକାରଙ୍କ ଏହି ପୂର୍ବତନ ଆଇଟି ସଚିବ। ଗିରଫ କରିବା ପରେ ଏନଆଇଏ ସ୍ୱପ୍ନାକୁ ଜେରା କରିବାକୁ ନେବ ବୋଲି ଜଣାପଡ଼ିଛି। […]

swapna

Subhransu Sekhar
  • Published: Saturday, 11 July 2020
  • , Updated: 11 July 2020, 10:22 PM IST

ଥିରୁଅନନ୍ତପୁରମ: କେରଳ ସୁନା ଚୋରା ଚାଲାଣ ମାମଲାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ସ୍ୱପ୍ନା ସୁରେଶଙ୍କୁ ଅଟକ ରଖିଛି ଏନଆଇଏ। ଗତକାଲି ଏହି ମାମଲାର ତଦନ୍ତ ଦାୟିତ୍ୱ କେନ୍ଦ୍ର ସରକାର ଏନଆଇଏକୁ ହସ୍ତାନ୍ତର କରିଥିଲେ। ତଦନ୍ତ ଦାୟିତ୍ୱ ଦେବାର ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ସ୍ୱପ୍ନାଙ୍କୁ ଏନଆଇଏ ଧରିବାରେ ସଫଳ ହୋଇଛି।

ଏବେ ଅଟକ ରହିଛନ୍ତି କେରଳ ସରକାରଙ୍କ ଏହି ପୂର୍ବତନ ଆଇଟି ସଚିବ। ଗିରଫ କରିବା ପରେ ଏନଆଇଏ ସ୍ୱପ୍ନାକୁ ଜେରା କରିବାକୁ ନେବ ବୋଲି ଜଣାପଡ଼ିଛି। ଏହି ସୁନା ଚୋରା ଚାଲାଣ ମାମଲାରେ ସନ୍ଦୀପ ନୈଆରଙ୍କୁ ମଧ୍ୟ ଏନଆଇଏ ଅଟକ ରଖିଛି। ଉଭୟଙ୍କୁ ପଚରା ଉଚରା କରିବାକୁ ଏନଆଇଏ ନେବ ବୋଲି ଜଣାପଡ଼ିଛି। ବେଙ୍ଗାଲୁରୁର ଏକ ହୋଟେଲରେ ଉଭୟ ଲୁଚି ଥିବା ବେଳେ ଏନଆଇଏ ରେଡ୍ କରି ଅଟକ ରଖିଛି।

ଜୁଲାଇ ୫ରେ କେରଳର ଥିରୁଭନନ୍ତପୁରମ ଏୟାରପୋର୍ଟରୁ ଡିପ୍ଲୋମାଟିକ କନସାଇମେଣ୍ଟରେ ୩୦ କେଜିର ସୁନା ଆସିଥିଲା। କଷ୍ଟମ ବିଭାଗ ରେଡ୍ କରି ଏହି ସୁନା ଜବତ କରିଥିଲା। ଯାହାକି ବେଆଇନ୍। ଏହା ପରେ ସୁନା ସ୍ମଗଲିଂକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା।

ଜବତ ହୋଇଥିବା ସୁନା ୟୁଏଇ ଦୂତାବାସ ନାଁରେ ପଞ୍ଜୀକରଣ ହୋଇଥିଲା। ଏହାପରେ କଷ୍ଟମ ଡିର୍ପାଟମେଣ୍ଟ ଦୂତାବାସର ଜଣେ ପୂର୍ବତନ କର୍ମଚାରୀ ସରିତା ନାୟରଙ୍କୁ ନିଜ ହେପାଜତକୁ ନେଇଛି। ସରିତାଙ୍କୁ ପଚରା ଉଚରା କରିବା ପରେ ସୁନା ସ୍ମଗଲିଂ ମାମଲାର ମାଷ୍ଟର ମାଇଣ୍ଡ କେରଳ ସରକାରର ଆଇଟି ବିଭାଗର ସଚିବ ସ୍ୱପ୍ନା ସୁରେଶ ଜଣାପଡ଼ିଥିଲା। ଅଭିଯୋଗ ଆସିବା ପରେ ମୁଖ୍ୟମନ୍ତ୍ରୀ ପିନରାୟ ବିଜୟନ ତାଙ୍କୁ ପଦବୀରୁ ବିଦା କରିଛନ୍ତି।

ସେହିପରି ରାଜ୍ୟ ସରକାରଙ୍କ ଆଉ ଜଣେ ଆଇଏଏସ ଅଧିକାରୀ ତଥା ମୁଖ୍ୟମନ୍ତ୍ରୀ ପିନରାୟ ବିଜୟନଙ୍କ ମୁଖ୍ୟ ସଚିବ ଏମ ଶିବଶଙ୍କରଙ୍କର ସଂପୃକ୍ତି ଥିବା ନେଇ ଅଭିଯୋଗ ଆସିବା ପରେ ଶିବଶଙ୍କରଙ୍କୁ ମୁଖ୍ୟମନ୍ତ୍ରୀ ନିଲମ୍ୱନ କରିଛନ୍ତି।

ଲିଙ୍କ କ୍ଲିକ କରି ପଢ଼ନ୍ତୁ: ସ୍ୱପ୍ନା ସୁରେଶ କିଏ? କେମିତି ହେଲେ ସୁନା ସ୍ମଗଲିଂର କୁଇନ୍‌

Related story