ୱାର୍ଲ୍ଡ ଫୁଡ ପ୍ରୋଗ୍ରାମକୁ ନୋବେଲ ଶାନ୍ତି ପୁରସ୍କାର

ଷ୍ଟକହୋମ: ବିଶ୍ୱରେ ଶାନ୍ତିର ବାର୍ତ୍ତା ଦେଇ ଲୋକଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରି ସେମାନଙ୍କ ପେଟକୁ ଆହର ଯୋଗାଉଥିବା ୱାର୍ଲ୍ଡ ଫୁଡ ପ୍ରୋଗ୍ରାମ(ଡବ୍ଲ୍ୟୁଏଫପି)କୁ ଚଳିତ ବର୍ଷ ପାଇଁ ନୋବେଲ ଶାନ୍ତି ପୁରସ୍କାର ମିଳିବ। ନୋବେଲ ପୁରସ୍କାର ଚୟନ କମିଟି ଡବ୍ଲ୍ୟୁଏଫପି ୨୦୨୦ ବର୍ଷ ପାଇଁ ନୋବେଲ ଶାନ୍ତି ପୁରସ୍କାର ମିଳିବ ବୋଲି ଘୋଷଣା କରିଛି। ବିଶ୍ୱରେ କ୍ଷୁଧା ମୁକ୍ତି ପାଇଁ ଲଢ଼େଇ ଓ କ୍ଷୁଧା ବିରୋଧୀରେ କାର୍ଯ୍ୟ କରୁଥିବାରୁ ଡବ୍ଲ୍ୟୁଏଫପିକୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ଚୟନ […]

g

Hemant Lenka
  • Published: Friday, 09 October 2020
  • , Updated: 09 October 2020, 02:48 PM IST

ଷ୍ଟକହୋମ: ବିଶ୍ୱରେ ଶାନ୍ତିର ବାର୍ତ୍ତା ଦେଇ ଲୋକଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରି ସେମାନଙ୍କ ପେଟକୁ ଆହର ଯୋଗାଉଥିବା ୱାର୍ଲ୍ଡ ଫୁଡ ପ୍ରୋଗ୍ରାମ(ଡବ୍ଲ୍ୟୁଏଫପି)କୁ ଚଳିତ ବର୍ଷ ପାଇଁ ନୋବେଲ ଶାନ୍ତି ପୁରସ୍କାର ମିଳିବ। ନୋବେଲ ପୁରସ୍କାର ଚୟନ କମିଟି ଡବ୍ଲ୍ୟୁଏଫପି ୨୦୨୦ ବର୍ଷ ପାଇଁ ନୋବେଲ ଶାନ୍ତି ପୁରସ୍କାର ମିଳିବ ବୋଲି ଘୋଷଣା କରିଛି।

ବିଶ୍ୱରେ କ୍ଷୁଧା ମୁକ୍ତି ପାଇଁ ଲଢ଼େଇ ଓ କ୍ଷୁଧା ବିରୋଧୀରେ କାର୍ଯ୍ୟ କରୁଥିବାରୁ ଡବ୍ଲ୍ୟୁଏଫପିକୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ଚୟନ କରାଯାଇଛି। କ୍ଷୁଧା ବା ଭୋକିଲା ପଣ ହେଉଛି ଯୁଦ୍ଧ ଓ ବିବାଦର ପ୍ରମୁଖ କାରଣ। ଯେଉଁ ସବୁ ଅଞ୍ଚଳରେ ଏଥିପାଇଁ ଯୁଦ୍ଧ ଓ ବିବାଦୀୟ ପରସ୍ଥିତି ସୃଷ୍ଟି ହେଉଛି ବା ସୃଷ୍ଟି ହେବାର ଆଶଙ୍କା ରହିଛି, ସେଠାରେ ଡବ୍ଲ୍ୟୁଏଫପି ଶାନ୍ତିଦୂତ ଭାବେ କାର୍ଯ୍ୟ କରିଛି।

ସମସ୍ତଙ୍କ ପେଟକୁ ଖାଦ୍ୟ ଦେବା ଓ ଭୋକିଲା ପଣକୁ ଦୂର କରି ଶାନ୍ତି ପ୍ରତିଷ୍ଠା କରିବା ହେଉଛି ଏହି ସଂସ୍ଥାର କାର୍ଯ୍ୟ। ଡବ୍ଲ୍ୟୁଏଫପି ଏହି ଶାନ୍ତି ସ୍ଥାପନ ଶୈଳୀକୁ ବିଶ୍ୱସ୍ତରରେ ମଧ୍ୟ ଆଦୃତ ମିଳିଛି। ଏଥିପାଇଁ ଡବ୍ଲ୍ୟୁଏଫପିକୁ ଚଳିତ ବର୍ଷ ପାଇଁ ନୋବେଲ ପୁରସ୍କାର ମିଳିବ।

ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର ପାଇବା ଦୌଡ଼ରେ ୩୧୮ ଜଣଙ୍କ ନାଁ ରହିଥିଲା। ଏହି ୩୧୮ ମଧ୍ୟରେ ୨୧୧ ଜଣ ବ୍ୟକ୍ତି ଓ ୧୦୭ଟି ସଂଗଠନ ରହିଥିଲା। ନୋବେଲ ଶାନ୍ତି ପାଇଁ ଏତେ ସଂଖ୍ୟକ ଲୋକ ଓ ସଂଗଠନ ସାମିଲ ହେବା ୪ର୍ଥ ଘଟଣା।

Related story