ପଞ୍ଚମ ପରମାଣୁ ବୋମା ପରୀକ୍ଷଣ ସଫଳ ହୋଇଥିବା ନେଇ ଉତ୍ତର କୋରିଆର ଦାବି

ପ୍ୟୋଙ୍ଗୟାଙ୍ଗ: ଉତ୍ତର କୋରିଆର ପରମାଣୁ ପରୀକ୍ଷା ସ୍ଥଳ ଭାବେ ଜଣାଶୁଣା ସ୍ଥାନରେ ଆଜି ସକାଳେ ୫.୩ ତୀବ୍ରତାର ଭୂକଂପ ଅନୁଭୂତ ହେବା ପରେ ପରମାଣୁ ପରୀକ୍ଷା କରାଯାଇଥିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା। ଏହାର କିଛି ସମୟ ପରେ ଉତ୍ତର କୋରିଆର ସରକାରୀ ଗଣମାଧ୍ୟମ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ ଦେଶର ପଞ୍ଚମ ପରମାଣୁ ବୋମା ପରୀକ୍ଷଣ ସଫଳ ହୋଇଛି। ଉତ୍ତର କୋରିଆ ଦାବି କରିଛି ଯେ ବାଲିଷ୍ଟିକ୍ ରକେଟ୍‌ରେ ବୋହି ନେବା ଭଳି ପରମାଣୁ ବୋମା ପରୀକ୍ଷଣ […]

north-korea

north-korea

Rakesh Mallick
  • Published: Friday, 09 September 2016
  • Updated: 04 May 2017, 03:44 PM IST

Sports

Latest News

ପ୍ୟୋଙ୍ଗୟାଙ୍ଗ: ଉତ୍ତର କୋରିଆର ପରମାଣୁ ପରୀକ୍ଷା ସ୍ଥଳ ଭାବେ ଜଣାଶୁଣା ସ୍ଥାନରେ ଆଜି ସକାଳେ ୫.୩ ତୀବ୍ରତାର ଭୂକଂପ ଅନୁଭୂତ ହେବା ପରେ ପରମାଣୁ ପରୀକ୍ଷା କରାଯାଇଥିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା। ଏହାର କିଛି ସମୟ ପରେ ଉତ୍ତର କୋରିଆର ସରକାରୀ ଗଣମାଧ୍ୟମ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ ଦେଶର ପଞ୍ଚମ ପରମାଣୁ ବୋମା ପରୀକ୍ଷଣ ସଫଳ ହୋଇଛି। ଉତ୍ତର କୋରିଆ ଦାବି କରିଛି ଯେ ବାଲିଷ୍ଟିକ୍ ରକେଟ୍‌ରେ ବୋହି ନେବା ଭଳି ପରମାଣୁ ବୋମା ପରୀକ୍ଷଣ କରାଯାଇଥିଲା ଓ ଏହା ସଫଳ ହୋଇଛି।

ଦକ୍ଷିଣ କୋରିଆ ଆଶଙ୍କା କରୁଛି ଯେ ଏହା ଉତ୍ତର କୋରିଆର ସବୁଠାରୁ ଶକ୍ତିଶାଳୀ ପରମାଣୁ ବୋମା ହୋଇଥିବ। ଏପରି କରି ଉତ୍ତର କୋରିଆ ନିଜକୁ ନିଜେ ଧ୍ୱଂସ କରିବା ପାଇଁ ରାସ୍ତା ପରିଷ୍କାର କରୁଛି ବୋଲି ଦକ୍ଷିଣ କୋରିଆ ରାଷ୍ଟ୍ରପତି ପାର୍କ ଗ୍ୟୁନ୍ ହେ କହିଛନ୍ତି। ଏହା ସହିତ ଉତ୍ତର କୋରିଆର ଏଭଳି ପରମାଣୁ କାର୍ଯ୍ୟକ୍ରମ ଅନ୍ତର୍ଜାତୀୟ ପରିଷଦ ପାଇଁ ଏକ ଗମ୍ଭୀର ଚ୍ୟାଲେଞ୍ଜ୍ ବୋଲି ସେ କହିଛନ୍ତି।

ଚଳିତ ବର୍ଷ ଜାନୁଆରୀ ମାସରେ ଉତ୍ତର କୋରିଆ ଚତୁର୍ଥ ପରମାଣୁ ପରୀକ୍ଷଣ କରିଥିଲା। ଏହା ପରେ ଏହା ଉପରେ ଆର୍ଥିକ ଓ ଅନ୍ୟାନ୍ୟ ପ୍ରତିବନ୍ଧକକୁ ଆହୁରି ଦୃଢ଼ କରାଯାଇଥିଲା। ଆମେରିକା ଓ ଚୀନ ମଧ୍ୟରେ ସଂପର୍କ ଦିନକୁ ଦିନ ଖଟା ହେଉଥିବା ଯୋଗୁଁ ଉତ୍ତର କୋରିଆ ଉପରେ କାର୍ଯ୍ୟାନୁଷ୍ଠାନ ନେବାରେ ସମସ୍ୟା ଉପୁଜିପାରେ ବୋଲି କୁହାଯାଉଛି। ଚୀନ ହେଉଛି ଉତ୍ତର କୋରିଆର ଅଧିକ ନିକଟତମ ଦେଶ। ଉତ୍ତର କୋରିଆ ପରମାଣୁ ପରୀକ୍ଷଣକୁ ଚୀନ ସମର୍ଥନ କରୁ ନାହିଁ। କିନ୍ତୁ ଉତ୍ତର କୋରିଆ ବିପକ୍ଷରେ କୌଣସି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବି ଚାହୁଁନି ଚୀନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos