ଡ୍ରଗ୍ସ ଲିଙ୍କରେ ଦିଆ ମୀର୍ଜା, ବଲିଉଡକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି କହିଥିଲେ

ମୁମ୍ବାଇ: ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିବା ପରେ ଏବେ ବଲିଉଡର ବଡ଼ ବଡ଼ ଚେହେରାଙ୍କ ଗୁମର ଫିଟିବାରେ ଲାଗିଛି। ସୁଶାନ୍ତଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତୀ ଗିରଫ ହେବା ପରେ ଗୋଟିଏ ପରେ ଗୋଟିଏ ବଲିଉଡ ଚେହେରା ଏନସିବି ରାଡାରେ ଆସୁଛନ୍ତି। ସାରା ଅଲ୍ଲୀ ଖାନ୍, ରକୁଲ ପ୍ରୀତ ସିଂହ, ଶ୍ରଦ୍ଧା କପୁରଙ୍କ ପରେ ସୋମବାର ଦୀପିକା ପାଦୁକୋନଙ୍କ ନାମ ସାମ୍ନାକୁ ଆସିଥିଲା। ଏବେ ଏହି ମାମଲାରେ ଗି୍ରଫ ହୋଇଥିବା ଅନୁଜ କେଶଓ୍ୱାନୀ ଅଭିନେତ୍ରୀ ଦିଆ ମୀର୍ଜୀଙ୍କ ନାମ ନେଇଛି ଏନସିବି ଆଗରେ।

ସୂଚନାନୁସାରେ, କେଶୱାନୀ କହିଛନ୍ତି ଯେ ଦିଆଙ୍କ ମ୍ୟାନେଜର ଡ୍ରଗ୍ କିଣୁଥିଲେ, ଏହାର ପ୍ରମାଣ ସେ ଦେଇଛନ୍ତି। ବର୍ତ୍ତମାନ ଏନସିବି ଏହି ମାମଲାରେ ଏନସିବି ଦିଆଙ୍କୁ ସମନ କରିପାରେ।

ସୂଚନାଯୋଗ୍ୟ, ବଲିଉଡର ଗୋଟିଏ ପରେ ଗୋଟିଏ ଚେହେରା ଡ୍ରଗ୍ସ ବ୍ୟବସାୟ କରିବା ସହିତ ସେବନ କରୁଥିବାର ପ୍ରମାଣ ମିଳିଛି। ଏହାକୁ ନେଇ ମିଡିଆରେ ଖବର ପ୍ରକାଶ ପାଉଛି। ନିକଟରେ ସାଂସଦ ତଥା ବଲିଉଡ କଳାକାର ଜୟା ବଚ୍ଚନ ସଂସଦରେ କହିଥିଲେ ବଲିଉଡକୁ ବଦନାମ କରାଯାଉଛି। ଯେଉଁଥାଳିରେ ଖାଉଛନ୍ତି ସେହି ଥାଳିରେ କଣା କରୁଛନ୍ତି। ଯାହାକୁ ଦିଆ ମୀର୍ଜା ସମର୍ଥନ କରିଥିଲେ। ବଲିଉଜକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି ବୋଲି କହିଥିଲେ।

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ମଧ୍ୟ କଙ୍ଗନାଙ୍କ ଅନେକ ମତକୁ ‘ରେହେନା ହେ ତେରେ ଦିଲ୍ ମେଁ’ର ଏହି ହିରୋଇନ୍ ଦିଆ ମୀର୍ଜା ବିରୋଧ କରିଥିବା ଦେଖିବାକୁ ମିଳିଛି। ହେଲେ କଙ୍ଗନାଙ୍କ ଅଫିସ ବିଏମସି ଭାଙ୍ଗିବାକୁ ବିରୋଧ କରିଥିଲେ ଦିଆ ମୀର୍ଜା।