କରୋନା ପାଇଁ ଏନପିଆର ଓ ପ୍ରଥମ ପର୍ଯ୍ୟାୟ ଜନଗଣନା ସ୍ଥଗିତ

ନୂଆଦିଲ୍ଲୀ: କରୋନା ଭାଇରସକୁ ଦୃଷ୍ଟିରେ ରଖି ସାରା ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନ ପାଇଁ ଲକଡାଉନ ଘୋଷଣା କରିଛନ୍ତି। ଏଥିପାଇଁ ଆସନ୍ତା ଏପ୍ରିଲ ୧ରୁ ଆରମ୍ଭ ହେବାକୁ ଥିବା ଜାତୀୟ ଜନସଂଖ୍ୟା ପଞ୍ଜିକା(ଏନପିଆର) ଓ ଜାତୀୟ ଜନ ଗଣନା କାର୍ଯ୍ୟର ପ୍ରଥମ ପର୍ଯ୍ୟାୟକୁ ସ୍ଥଗିତ ରଖାଯାଇଛି। ଏହି ଦୁଇ କାର୍ଯ୍ୟକ୍ରମ ଏପ୍ରିଲ ମାସରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩୦ ଯାଏ ଚାଲିବାର ଥିଲା। ଆଜି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ […]

n

n

Hemant Lenka
  • Published: Wednesday, 25 March 2020
  • Updated: 25 March 2020, 10:43 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଭାଇରସକୁ ଦୃଷ୍ଟିରେ ରଖି ସାରା ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନ ପାଇଁ ଲକଡାଉନ ଘୋଷଣା କରିଛନ୍ତି। ଏଥିପାଇଁ ଆସନ୍ତା ଏପ୍ରିଲ ୧ରୁ ଆରମ୍ଭ ହେବାକୁ ଥିବା ଜାତୀୟ ଜନସଂଖ୍ୟା ପଞ୍ଜିକା(ଏନପିଆର) ଓ ଜାତୀୟ ଜନ ଗଣନା କାର୍ଯ୍ୟର ପ୍ରଥମ ପର୍ଯ୍ୟାୟକୁ ସ୍ଥଗିତ ରଖାଯାଇଛି।

ଏହି ଦୁଇ କାର୍ଯ୍ୟକ୍ରମ ଏପ୍ରିଲ ମାସରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩୦ ଯାଏ ଚାଲିବାର ଥିଲା। ଆଜି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ୨୦୨୧ ଜନଗଣନା ଦୁଇଟି ପର୍ଯ୍ୟାୟରେ ହେବାର ଥିଲା। ଘର ଚିହ୍ନଟ ଓ ଏହାର ତାଲିକା କାର୍ଯ୍ୟ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ହେବାର ଥିଲା। ସେହିପରି ଜନ ଗଣନା ଫେବୃଆରୀ ୯ରୁ ୨୮ ମଧ୍ୟରେ କରିବାକୁ ଯୋଜନା ହୋଇଥିଲା।

୨୦୨୧ ଜନ ଗଣନାର ପ୍ରଥମ ପର୍ଯ୍ୟାୟ ସହ ଏନପିଆର ଅପଡେଟ କରାଯାଇଥାଆନ୍ତା। ଆସାମକୁ ଛାଡ଼ି ଆଉ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହା ଚାଲିଥାଆନ୍ତା।

ତେବେ କୋଭିଡ୍‌-୧୯କୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାର ହାଇଆଲର୍ଟ ଜାରି କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏହି ସବୁ କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos