ମେଡିକାଲ ପାଠ୍ୟକ୍ରମ ପାଇଁ ଦେଶରେ ଏକକ ଏଣ୍ଟ୍ରାନ୍ସ ଟେଷ୍ଟ ନିଷ୍ପତ୍ତିକୁ କାଏମ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମେଡିକାଲ ପାଠ୍ୟକ୍ରମ ପାଇଁ ସାରା ଦେଶରେ ଗୋଟିଏ ଏଣ୍ଟ୍ରାନ୍ସ ଟେଷ୍ଟ କରାଯିବା ନିଷ୍ପତ୍ତିକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ଗତକାଲି କୋର୍ଟ ଗୋଟିଏ ଏଣ୍ଟ୍ରାନ୍ସ କରାଯିବାକୁ ନିର୍ଦ୍ଦେଶ ଦେବା ପରେ ଆଜି କେନ୍ଦ୍ର ସରକାର ଆବେଦନ କରି ଦୁଇଟି ପର୍ଯ୍ୟାୟରେ ଟେଷ୍ଟ କରାଗଲେ ସମସ୍ୟା ଦେଖା ଦେବ ବୋଲି କହିଥିଲେ। ଏହାର ଶୁଣାଣି କରି କୋର୍ଟ ଗତକାଲି ଦେଇଥିବା ରାୟକୁ କାଏମ ରଖିଛନ୍ତି।  ମେ ୧ରେ ମେଡିକାଲ ପ୍ରବେଶ ପରୀକ୍ଷା କରାଯିବ। କେନ୍ଦ୍ର ଓ ରାଜ୍ୟଙ୍କୁ କୋର୍ଟ […]

sc

sc

Rakesh Mallick
  • Published: Friday, 29 April 2016
  • Updated: 29 April 2016, 02:12 PM IST

Sports

Latest News

ନୂଆଦିଲ୍ଲୀ: ମେଡିକାଲ ପାଠ୍ୟକ୍ରମ ପାଇଁ ସାରା ଦେଶରେ ଗୋଟିଏ ଏଣ୍ଟ୍ରାନ୍ସ ଟେଷ୍ଟ କରାଯିବା ନିଷ୍ପତ୍ତିକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ଗତକାଲି କୋର୍ଟ ଗୋଟିଏ ଏଣ୍ଟ୍ରାନ୍ସ କରାଯିବାକୁ ନିର୍ଦ୍ଦେଶ ଦେବା ପରେ ଆଜି କେନ୍ଦ୍ର ସରକାର ଆବେଦନ କରି ଦୁଇଟି ପର୍ଯ୍ୟାୟରେ ଟେଷ୍ଟ କରାଗଲେ ସମସ୍ୟା ଦେଖା ଦେବ ବୋଲି କହିଥିଲେ। ଏହାର ଶୁଣାଣି କରି କୋର୍ଟ ଗତକାଲି ଦେଇଥିବା ରାୟକୁ କାଏମ ରଖିଛନ୍ତି।  ମେ ୧ରେ ମେଡିକାଲ ପ୍ରବେଶ ପରୀକ୍ଷା କରାଯିବ। କେନ୍ଦ୍ର ଓ ରାଜ୍ୟଙ୍କୁ କୋର୍ଟ କହିଛନ୍ତି, ଯାହା ବି ଆବେଦନ କରିବା କଥା କର, ହେଲେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ମେ’ ୩ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଗୁରୁବାର ସୁପ୍ରିମକୋର୍ଟ ମେଡିକାଲ ପାଠ୍ୟକ୍ରମ ପାଇଁ ଏକକ ଏଣ୍ଟ୍ରାନ୍ସ ଟେଷ୍ଟ କରାଯିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାଦ୍ୱାରା ରାଜ୍ୟ ସରକାର, ଘରୋଇ ମେଡିକାଲ କଲେଜ ଓ ଡିମ୍‌ଡ ୟୁନିଭର୍ସିଟିଗୁଡିକ ଆଉ ନିଜସ୍ୱ ପରୀକ୍ଷା କରିପାରିବେ ନାହିଁ। ମେଡିକାଲ ପଢିବା ପାଇଁ ନ୍ୟାସନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍‌) ଅନୁଷ୍ଠିତ ହେବ।

ଚଳିତବର୍ଷ ଏଆଇପିଏମ୍‌ଟି ପାଇଁ ଆବେଦନ କରିଥିବା ପିଲାମାନେ ମେ’ ପହିଲାରେ ହେବାକୁ ଥିବା ନିଟ୍‌ ୱାନ ପରୀକ୍ଷା ଦେବେ। ମେଡିକାଲ ପଢିବାକୁ ଚାହୁଁଥିବା ଅନ୍ୟ ସମସ୍ତ ପିଲା ନିଟ୍‌ ଟୁ ପାଇଁ ଆବେଦନ କରିବେ। ଜୁଲାଇ ୨୪ରେ ନିଟ୍‌ ଟୁ ପରୀକ୍ଷା ହେବ। ଉଭୟ ପରୀକ୍ଷା ଫଳ ମିଳିତ ଭାବେ ଅଗଷ୍ଟ ୧୭ରେ ପ୍ରକାଶ ପାଇବ। ଏକକ ପରୀକ୍ଷା ଦ୍ୱାରା ଏଣ୍ଟ୍ରାନ୍ସ, ରାଙ୍କ ଓ ଆଡମିଶନରେ ସ୍ୱଚ୍ଛତା ରହିବ ବୋଲି କୋର୍ଟ ତାଙ୍କ ରାୟରେ କହିଥିଲେ।

ଏକକ ପରୀକ୍ଷା ଦ୍ୱାରା ମେଡିକାଲ ଶିକ୍ଷାର ବ୍ୟବସାୟୀକରଣ, ଘରୋଇ କଲେଜ କର୍ତ୍ତୃପକ୍ଷଙ୍କ ମନୋମୁଖୀ କାର୍ଯ୍ୟକଳାପ ଓ ଅନିୟମିତତା ଉପରେ ଲଗାମ ଲଗାଯାଇପାରିବ ବୋଲି ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos