ମୁମ୍ବାଇ: ପର୍ନ ମୁଭିରୁ ବଲିଉଡ୍କୁ ଡେବ୍ୟୁ କରିଥିବା ସନ୍ନୀ ଲିଓନି ଏବେ ପୁଣି ଚର୍ଚ୍ଚାରେ। ତାଙ୍କ ଆଗାମୀ ଫିଲ୍ମ ‘ତେରା ଇନ୍ତଜାର’କୁ ଆଡଲ୍ଟ ମୁଭି ତାଲିକାରେ ସାମିଲ କରାଯାଇଛି। ସନ୍ନୀଙ୍କ ପାଇଁ ଜଦିଓ ଏକଥା କିଛି ବଡ ନୁହେଁ କିନ୍ତୁ ଫିଲ୍ମର ନିର୍ଦ୍ଦେଶକ ତଥା ଅଭିନେତା ଅରବାଜ ଖାନଙ୍କ ପାଇଁ ଏହି ଖବରଟା ନିଶ୍ଚିତ ଟିକେ ଖଟକା। ଏହା ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଫିଲ୍ମ ଯାହାକୁ ଆଡଲ୍ଟ ଫିଲ୍ମରେ ସାମିଲ କରାଯାଇଛି।
ଫିଲ୍ମଟି ଏକ ହରର ଲଭଷ୍ଟୋରୀ ଉପରେ ଆଧାରିତ। ଫିଲ୍ମର ଟ୍ରେଲେର ରଲିଜ୍ ହୋଇସାରିଛି। ଏବେ ସେନ୍ସର ବୋର୍ଡ ତରଫରୁ ଫିଲ୍ମ ରିଲିଜ୍ ପାଇଁ ମଧ୍ୟ ଅନୁମତି ମିଳି ସାରିଛି। ସନ୍ନୀ ଲିଓନି ଓ ଅରବାଜଙ୍କ ଫ୍ୟନ୍ମାନେ ଫିଲ୍ମଟିକୁ ହଲ୍ରେ ଦେଖିବା ପାଇଁ ଅପେକ୍ଷା କରି ବସିଥିବା ବେଳେ ୧୮ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କ ପାଇଁ ଏହି ଫିଲ୍ମ ଦେଖିବା ନିସିଦ୍ଧ କରାଯାଇଛି। ୧୮ବର୍ଷରୁ କମ୍ ବୟସ୍କ ପିଲାମାନଙ୍କୁ ଏହି ଫିଲ୍ମ ଦେଖିବା ପାଇଁ ଟିକେଟ୍ ମିଳିବନାହିଁ ଏବଂ ହଲ୍ରେ ପ୍ରବେଶ କରିବା ପୂର୍ବରୁ ବୟସ ଯାଞ୍ଚ କରିବା ପାଇଁ ମଧ୍ୟ ନିୟମ ରହିଛି।
ଫିଲ୍ମର ଟ୍ରେଲରରେ ଅରବାଜ ଓ ସନ୍ନୀଙ୍କ ଜୋରଦାର୍ ରୋମାନ୍ସ ଦେଖିବାକୁ ମିଳିଛି। ବେଧହୁଏ ସେଥିପାଇଁ ଫିଲ୍ମରୁ ୧୮ ବର୍ଷରୁ କମ୍ ବୟଷ୍କ ପିଲାମାନଙ୍କୁ ଦୁରେଇ ରଖିବାର ନିଷ୍ପତ୍ତି ନିଆଯାଇଛି।