ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିଲେ ବିରୋଧୀ

ନୂଆଦିଲ୍ଲୀ: ରବିବାର କୃଷି ସହ ଜଡିତ ଦୁଇଟି ବିଲ୍ ରାଜ୍ୟସଭାରେ ପାରିତ ହୋଇଛି। ବିଲ୍ ପାରିତ ବେଳେ ବିରୋଧୀ ସଦସ୍ୟ ଗୃହର ମଧ୍ୟ ଭାଗକୁ ଆସି ହରତାଳ କରିଥିଲେ। ତେବେ ଗୃହ ଚାଲିଲା ବେଳେ ଯେଉଁମାନେ ବିଶୃଙ୍ଖଳିତ ଆଚରଣ ଦେଖାଇଛନ୍ତି ସେମାନଙ୍କ ବିରୋଧରେ ଗୃହର ଅଧ୍ୟକ୍ଷ ଭେଙ୍କୟା ନାଇଡୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଅନ୍ୟପଟେ ବିଲ୍ ପାରିତ ବେଳେ ଗୃହ ପରିଚାଳନା କରୁଥିବା ଉପାଧ୍ୟକ୍ଷ ହରିବଂଶ ନାରାୟଣଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାହ ଆଣିଛନ୍ତି ବିରୋଧୀ। ଆଜି ଗୃହରେ […]

Deputy Chairman Harivansh

Deputy Chairman Harivansh

Subhransu Sekhar
  • Published: Sunday, 20 September 2020
  • Updated: 20 September 2020, 07:58 PM IST

Sports

Latest News

ନୂଆଦିଲ୍ଲୀ: ରବିବାର କୃଷି ସହ ଜଡିତ ଦୁଇଟି ବିଲ୍ ରାଜ୍ୟସଭାରେ ପାରିତ ହୋଇଛି। ବିଲ୍ ପାରିତ ବେଳେ ବିରୋଧୀ ସଦସ୍ୟ ଗୃହର ମଧ୍ୟ ଭାଗକୁ ଆସି ହରତାଳ କରିଥିଲେ। ତେବେ ଗୃହ ଚାଲିଲା ବେଳେ ଯେଉଁମାନେ ବିଶୃଙ୍ଖଳିତ ଆଚରଣ ଦେଖାଇଛନ୍ତି ସେମାନଙ୍କ ବିରୋଧରେ ଗୃହର ଅଧ୍ୟକ୍ଷ ଭେଙ୍କୟା ନାଇଡୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଅନ୍ୟପଟେ ବିଲ୍ ପାରିତ ବେଳେ ଗୃହ ପରିଚାଳନା କରୁଥିବା ଉପାଧ୍ୟକ୍ଷ ହରିବଂଶ ନାରାୟଣଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାହ ଆଣିଛନ୍ତି ବିରୋଧୀ।

ଆଜି ଗୃହରେ ବିଲ୍ ପାରିତ ହେବା ବେଳେ ଟିଏମସି ସାଂସଦ ଡେରେକ ଓ’ବ୍ରାଇନ୍ ହରିବଂଶ ନାରାୟଣଙ୍କ ପାଖକୁ ଯାଇ ସଂସଦର ରୁଲ୍ ବୁକକୁ ଚିରି ଦେଇଥିଲେ। କେବଳ ଏତିକି ନୁହେଁ ଟିଏମସି ସାଂସଦ ଜଣଙ୍କ ଉପାଧ୍ୟକ୍ଷଙ୍କ ମାଇକ୍ ଛଡ଼ାଇବାକୁ ଚେଷ୍ଟା କରିଥିଲେ। ତେବେ ଆମ୍ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂ ମାଇକ୍ ଭାଙ୍ଗି ଦେଇଥିଲେ।

ଗୃହରେ ବିରୋଧୀଙ୍କ ଏଭଳି ବିଶୃଙ୍ଖଳାକୁ ନେଇ ରାଜ୍ୟସଭା ଅଧ୍ୟକ୍ଷ ଅସନ୍ତୋଷ ପ୍ରକାଶ କରିଥିବା ସୂଚନା ରହିଛି। ନିୟମ ଅନୁୟାୟୀ ଅଧ୍ୟକ୍ଷ ଭେଙ୍କେୟା ନାଇଡୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ବସିବା ପରେ ଏଭଳି ଆକଳନ କରାଯାଇଥିବା ଏଏନଆଇ ସୂତ୍ରରୁ ଜଣାପଡ଼ିଛି। ଏହି ବୈଠକର ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ, କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଉପସ୍ଥିତ ଥିଲେ।

ସେପଟେ ଗୃହ ପରିଚାଳନା କରୁଥିବା ଉପାଧ୍ୟକ୍ଷ ହରିବଂଶଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ବିରୋଧୀ ନିଷ୍ପତ୍ତି ନେଇଛନ୍ତି। କଂଗ୍ରେସ ସାଂସଦ ଅହମ୍ମଦ ପଟେଲ କହିଛନ୍ତି ଯେ ଆଜିର ଦିନ ଇତିହାସରେ 'କଳା ଦିନ' ଭାବରେ ସ୍ମରଣୀୟ ହୋଇ ରହିବ। ଗଣତନ୍ତ୍ର ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ହତ୍ୟା କରି ଏହି ବିଲ୍ ପାରିତ କରାଯାଇଛି। 12ଟି ବିରୋଧୀ ଦଳ ରାଜ୍ୟସଭା ଉପାଧ୍ୟକ୍ଷଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିଛନ୍ତି। ଉପାଧ୍ୟକ୍ଷ ଗଣତାନ୍ତ୍ରିକ ପରମ୍ପରାକୁ ସୁରକ୍ଷା ଦେବା ଉଚିତ୍ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos