ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ଜୟଲଳିତା

ଚେନ୍ନାଇ : ଏଆଇଏଡିଏମକେ ମୁଖ୍ୟ ଜୟଲଳିତା ଶନିବାର ପୁଣି ଥରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ  ଶପଥ ଗ୍ରହଣ କରିଛନ୍ତି। ତାମିଲନାଡୁ ରାଜ୍ୟପାଳ କେ ରୋଷେୟା ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଓ ଗୋପୟନୀତାର ଶପଥପାଠ କରାଇଥିଲେ । ଏହା ସହିତ ଜୟଲଳିତା ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଆଠ ମାସ ପରେ ସେ ମୁଖ୍ୟମନ୍ତ୍ରୀ ପଦକୁ ଫେରଛନ୍ତି । ତାଙ୍କ ସହିତ୨୮ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି । ପଞ୍ଚମ ଥର ପାଇଁ ତାମିଲନାଡୁର  ମୁଖ୍ୟମନ୍ତ୍ରୀ  […]

jayalaita

jayalaita

Rakesh Mallick
  • Published: Saturday, 23 May 2015
  • Updated: 23 May 2015, 06:17 AM IST

Sports

Latest News

ଚେନ୍ନାଇ : ଏଆଇଏଡିଏମକେ ମୁଖ୍ୟ ଜୟଲଳିତା ଶନିବାର ପୁଣି ଥରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ  ଶପଥ ଗ୍ରହଣ କରିଛନ୍ତି। ତାମିଲନାଡୁ ରାଜ୍ୟପାଳ କେ ରୋଷେୟା ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଓ ଗୋପୟନୀତାର ଶପଥପାଠ କରାଇଥିଲେ । ଏହା ସହିତ ଜୟଲଳିତା ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଆଠ ମାସ ପରେ ସେ ମୁଖ୍ୟମନ୍ତ୍ରୀ ପଦକୁ ଫେରଛନ୍ତି । ତାଙ୍କ ସହିତ୨୮ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି ।

ପଞ୍ଚମ ଥର ପାଇଁ ତାମିଲନାଡୁର  ମୁଖ୍ୟମନ୍ତ୍ରୀ  ହୋଇ ୬୭ ବର୍ଷୀୟା ଜୟଲଳିତା  ଡିଏମକେ ନେତା  ଏମ୍ କରୁଣାନିଧିଙ୍କ ରେକର୍ଡ  ସହିତ ସମକକ୍ଷ ହୋଇଯାଇଛନ୍ତି। କରୁଣାନିଧି ମଧ୍ୟ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଗତବର୍ଷ କର୍ଣ୍ଣାଟକର  ଏକ ତଳ କୋର୍ଟ ତାଙ୍କୁ ଦୋଷୀ ସାବସ୍ତ୍ୟ କରି ୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।  ତେବେ ଗତ ମେ୧୧ତାରିଖରେ କର୍ଣ୍ଣାଟକ ହାଇକୋର୍ଟ ତାଙ୍କୁ  ଏହି ମାମଲାରୁ ଦୋଷମୁକ୍ତ କରିଥିଲେ। ଫଳରେ ପୁଣି ଥରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଜୟାଙ୍କ ପାଇଁ  ବାଟ ଫିଟିଯାଇଥିଲା। ଗତକାଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ ପନୀରସେଲଭାମ ନିଜ ପଦରୁ ଇସ୍ତଫା ଦେବା ପରେ ଏଆଇଏଡିଏମକେ ବିଧାୟକ ଦଳର ବୈଠକ ବସିଥିଲା। ଏଥିରେ ଜୟଲଳିତାଙ୍କୁ ବିଧାୟକ ଦଳ ନେତା ବଛା ଯାଇଥିଲା। ଏହା ପରେ  ରାଜ୍ୟପାଳ କେ ରୋଷେୟା  ତାଙ୍କୁ ସରକାର ଗଢ଼ିବା ପାଇଁ ଆମନ୍ତ୍ରଣ କରିଥିଲେ।

ଆଜି ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇଥିବା ଜୟଲଳିତାଙ୍କୁ ଆସନ୍ତା ୬ ମାସ ମଧ୍ୟରେ ବିଧାନସଭାକୁ ନିର୍ବଚିତ ହୋଇ ଆସିବାକୁ ପଡିବ। କାରଣ ତଳ କୋର୍ଟ ତାଙ୍କୁ ଦୋଷୀ ଘୋଷଣା କରିବା ପରେ ନୂଆ ନିୟମ ମୁତାବକ ତାଙ୍କର ସଭ୍ୟ ପଦ ଆପେ ରଦ୍ଦ ହୋଇଯାଇଥିଲା।

ମାଡ୍ରାସ ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ଅନୁଷ୍ଠିତ ଏହି ଶପଥ ଗ୍ରହଣ ଉତ୍ସବରେ ୩,୫୦୦ଜଣ ଅତିଥି ଉପସ୍ଥିତ ଥିଲେ । ସେମାନଙ୍କ ମଧ୍ୟରେ ଥିଲେ ଜୟଲଳିତାଙ୍କ ବାନ୍ଧବୀ ଶଶିକଳା, ସୁପରଷ୍ଟାର ରଜନୀକାନ୍ତ, ଏଆଇଏସଏମକେ ନେତା ସାରଥ କୁମାର ଓ ପୂର୍ବତନ ବିସିସିଆଇ ସଭାପତି ଏନ୍ ଶ୍ରୀନୀବାସନ୍  ପ୍ରମୁଖ । ବିଜେପି ନେତା ପୋନ ରାଧାକ୍ରିଷ୍ଣନ ଓ ଏଲ ଗଣେଷନ୍ ମଧ୍ୟ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos