ଅମୃତସର: ପାକିସ୍ତାନ ଶିରୋମଣୀ ଗୁରୁଦ୍ୱାର ପ୍ରବନ୍ଧକ କମିଟି (ଏସଜିପିସି)କୁ ଭିସା ଦେବା ପାଇଁ ମନା କରି ଦେଇଛି। ଗତ ସପ୍ତାହରେ ନନକାନା ସାହିବରେ ଗୁରୁଦ୍ୱାର ନିକଟରେ ଶିଖ ସମୁଦାୟଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହି ଘଟଣାକୁ ନେଇ ଏସଜିପିସିର ଚାରି ଜଣିଆ ସଦସ୍ୟ ଟିମ୍ ଗୁରୁଦ୍ୱାର ନନକାନା ସାହିବ ଯିବା ପାଇଁ ଚାହିଁଥିଲେ।
ଏସଜିପିସିର ଅଧ୍ୟକ୍ଷ ଗୋବିନ୍ଦ ସିଂହ କହିଛନ୍ତି, ନନକାନା ଗୁରୁଦ୍ୱାର ଘଟଣାରେ ତଦନ୍ତ ପାଇଁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଯିବା ପାଇଁ ଚାହୁଁଛି। ହେଲେ ପାକିସ୍ତାନ ଭିସା ଦେଉ ନାହିଁ। ତଥାପି ପୁଣି ଥରେ ଭିସା ପାଇଁ ଏସଜିପିସି ଆବେଦନ କରିବ ବୋଲି ସେ କହିଛନ୍ତି। ଏହି ଟିମ୍ ଘଟଣାସ୍ଥଳକୁ ଯାଇ ଲୋକଙ୍କ ସହ ଆଲୋଚନା କରିବ। ଏହାପରେ ହିଂସା ଘଟଣାର ପ୍ରକୃତ କାରଣ ଜଣାପଡ଼ିବ। ଏଥିପାଇଁ ଏସଜିପିସି ଟିମ୍ ଗଢ଼ା ହୋଇଛି ବୋଲି ସେ କହିଛନ୍ତି। ସୂଚନା ଅନୁଯାୟୀ, ପାକିସ୍ତାନ ପଞ୍ଜାବ ପ୍ରାନ୍ତର ରାଜ୍ୟପାଳ ଏସଜିପିସି ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁ ବୋଲି ଚାହୁଁ ନାହାନ୍ତି। ତେଣୁ ପାକିସ୍ତାନ ସରକାର ଭିସା ଦେବାକୁ ରାଜି ହେଉନାହାନ୍ତି।
ସୂଚନାଯୋଗ୍ୟ, ଗୁରୁ ନାନକଙ୍କ ଜନ୍ମସ୍ଥଳୀ ତଥା ଶିଖ ଧର୍ମାଲମ୍ୱୀଙ୍କ ପବିତ୍ର ପୀଠ ନାନକାନା ଗୁରୁଦ୍ୱାରା ହଠାତ୍ ଶିଖ ଲୋକଙ୍କ ଉପରେ ପଥର ମାଡ଼ ହୋଇଥିଲା। ଏଭଳି ଘଟଣା ପଛରେ ଅଗଷ୍ଟରେ ଜଣେ ଶିଖ ଯୁବତୀ ଜଗଜିତ କୌରଙ୍କୁ ଅପହରଣ ପରେ ଧର୍ମ ପରିବର୍ତ୍ତନ ପରେ ବିବାହ ମାମଲା ବୋଲି ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।