ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେବ: ପାକିସ୍ତାନ ମନ୍ତ୍ରୀ

ଇସଲାମାବାଦ:  ଭାରତ ସହ ଯୁଦ୍ଧ ହେବ ବୋଲି କହିଛନ୍ତି ପାକିସ୍ତାନର ରେଳ ମନ୍ତ୍ରୀ ଶେଖ ରଶିଦ୍। ନିକଟରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ପରମାଣୁ ଧମକ ଦେଇଥିବା ବେଳେ ଏବେ ରଶିଦଙ୍କ ଯୁଦ୍ଧ ଧମକ ଦେବା ଘଟଣାରୁ ପାକିସ୍ତାନ ଯେ ଅତି ମାତ୍ରାରେ ବିଚଳିତ, ତାହା ପ୍ରମାଣିତ ହୋଇଛି।  “ଭାରତ ଓ ପାକିସ୍ତାନ ମଧ୍ୟରେ ଅକ୍ଟୋବର-ନଭେମ୍ୱରରେ ଯୁଦ୍ଧ ହେବାର ସମ୍ଭାବନା ରହିଛି। ଏହା ଦୁଇ ଦେଶ ମଧ୍ୟରେ ଅନ୍ତିମ ଯୁଦ୍ଧ ହେବ।” ରାଓ୍ୱଲପିଣ୍ଡିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ […]

Sheikh-Rasheed pak rail minister

Sheikh-Rasheed pak rail minister

Subhransu Sekhar
  • Published: Wednesday, 28 August 2019
  • Updated: 28 August 2019, 05:03 PM IST

Sports

Latest News

ଇସଲାମାବାଦ:  ଭାରତ ସହ ଯୁଦ୍ଧ ହେବ ବୋଲି କହିଛନ୍ତି ପାକିସ୍ତାନର ରେଳ ମନ୍ତ୍ରୀ ଶେଖ ରଶିଦ୍। ନିକଟରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ପରମାଣୁ ଧମକ ଦେଇଥିବା ବେଳେ ଏବେ ରଶିଦଙ୍କ ଯୁଦ୍ଧ ଧମକ ଦେବା ଘଟଣାରୁ ପାକିସ୍ତାନ ଯେ ଅତି ମାତ୍ରାରେ ବିଚଳିତ, ତାହା ପ୍ରମାଣିତ ହୋଇଛି।

 "ଭାରତ ଓ ପାକିସ୍ତାନ ମଧ୍ୟରେ ଅକ୍ଟୋବର-ନଭେମ୍ୱରରେ ଯୁଦ୍ଧ ହେବାର ସମ୍ଭାବନା ରହିଛି। ଏହା ଦୁଇ ଦେଶ ମଧ୍ୟରେ ଅନ୍ତିମ ଯୁଦ୍ଧ ହେବ।" ରାଓ୍ୱଲପିଣ୍ଡିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେବା ବେଳେ ଏହା କହିଛନ୍ତି ରେଳମନ୍ତ୍ରୀ ଶେଖ୍ ରସିଦ।  ଯୁଦ୍ଧ ପ୍ରସ୍ତୁତି ବାବଦରେ କାମ ଆରମ୍ଭ କରିବା ପାଇଁ ସେ ରାଓ୍ୱଲପିଣ୍ଡି ଆସିଛନ୍ତି ବୋଲି କହିଥିଲେ। ପାକିସ୍ତାନ ସବୁବେଳେ କଶ୍ମୀର ପ୍ରସଙ୍ଗ ଉଠାଇବାକୁ ପ୍ରୟାସ କରିବ ଏବଂ ଜାତିସଂଘ ସୁରକ୍ଷା ପରିଷଦରେ କଶ୍ମୀର ପ୍ରସଙ୍ଗ ଉଠାଇବାରେ ପାକିସ୍ତାନ ସଫଳ ହୋଇଛି ବୋଲି ରଶିଦ୍ କହିଛନ୍ତି। ନିକଟରେ ଶେଖ ରସିଦ୍ କହିଥିଲେ, ଭାରତ ଯଦି ପାକିସ୍ତାନ ଅଧିକୃତ କଶ୍ମୀର ଉପରେ ନଜର ପକାଇବ ତାହେଲେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବ।

ପୂର୍ବରୁ, ଅଗଷ୍ଟ ୨୬ରେ, ଦେଶବାସୀଙ୍କୁ କଶ୍ମୀର ପ୍ରସଙ୍ଗରେ ଉଦବୋଧନ ଦେବାକୁ ଯାଇ ଇମ୍ରାନ୍‌ ଖାନ୍‌ କହିଥିଲେ, “ଯଦି କଶ୍ମୀରକୁ ନେଇ ବିବାଦ ବଢ଼ିବ ଏବଂ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବ, ତା’ହେଲେ ଏହାର ପରିଣାମ ଭୟଙ୍କର ରୂପ ଧାରଣ କରିବାର ଆଶଙ୍କା ରହିଛି। କାରଣ ଉଭୟ ଭାରତ ଓ ପାକିସ୍ତାନ ପରମାଣୁ ଶକ୍ତିର ଅଧିକାରୀ। ପରମାଣୁ ଯୁଦ୍ଧରେ କେହି ବି ବିଜୟୀ ହୁଅନ୍ତି ନାହିଁ। କିନ୍ତୁ ଏହାର ପ୍ରଭାବ ସମଗ୍ର ବିଶ୍ୱରେ ଦେଖିବାକୁ ମିଳିବ।"

ସୂଚନାଯୋଗ୍ୟ, ଅକ୍ଟୋବର-ନଭେମ୍ୱରରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେବ ବୋଲି ଆକଳନ କରିଥିବା ରଶିଦ ନିକଟରେ ଲଣ୍ଡନରେ ଅଣ୍ଡା ମାଡ଼ର ଶିକାର ହୋଇଥିଲେ। ପାକିସ୍ତାନ ପିପୁଲସ ପାର୍ଟିର ୟୁରୋପ ଶାଖାର ସଦସ୍ୟମାନେ ଏହି ଆକ୍ରମଣ କରିଥିଲେ।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ବିଚଳିତ ହୋଇପଡ଼ିଛି। ମୋଦି ସରକାରଙ୍କ ଏହି ନିଷ୍ପତ୍ତି ଅସାମ୍ୱିଧାନିକ ବୋଲି କହି ବିଭିନ୍ନ ଦେଶ ଓ ଜାତିସଂଘ ସୁରକ୍ଷା ପରିଷଦର ଦ୍ୱାରସ୍ଥ ହୋଇଥିଲା ପାକିସ୍ତାନ। ହେଲେ ଚାଇନା ବ୍ୟତୀତ ଅନ୍ୟ ଦେଶ ପାଖରୁ ପାକିସ୍ତାନକୁ ନିରାଶ ହେବାକୁ ପଡ଼ିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ନିକଟରେ କହିସାରିଛନ୍ତି କଶ୍ମୀର ଭାରତର ଆଭ୍ୟନ୍ତରୀଣ ମାମଲା। ନାନା ପ୍ରୟାସ ସତ୍ତ୍ୱେ ବାରମ୍ୱାର ନିରାଶ ହେବାପରେ ପାକିସ୍ତାନ ଭଳି ଯୁଦ୍ଧ ଧମକ ଦେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story