ସାଉଦି ଆରବ-ପାକିସ୍ତାନ ସମ୍ପର୍କରେ ଫାଟ

ନୂଆଦିଲ୍ଲୀ: ପାକିସ୍ତାନର ବନ୍ଧୁ ଭାବେ ପରିଚିତ ଚାଇନା ଏବଂ ସାଉଦି ଆରବ। ହେଲେ ଏବେ ସାଉଦି ଆରବ ସହ ପାକିସ୍ତାନର ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ପରିଲକ୍ଷିତ ହୋଇଛି। ପାକିସ୍ତାନରେ ପ୍ରକାଶ ପାଇଥିବା ସାପ୍ତାହିକ ‘ଫ୍ରାଇଡେ ଟାଇମ୍’ସରୁ ଏହା ଜଣାପଡ଼ିଛି। ଯେଉଁଥିରେ ପ୍ରକାଶ ପାଇଛି ଯେ ଜାତିସଂଘ ସାଧାରଣ ପରିଷଦରେ ଯୋଗ ଦେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ସ୍ୱଦେଶ ଫେରିବା ପାଇଁ ସାଉଦି ଆରବ ପ୍ରିନ୍ସ ମହମ୍ମଦ ବିନ ସଲମାନ ପଠାଇଥିବା ବିମାନ ଖରାପ ହୋଇନଥିଲା। […]

pak uae

pak uae

Subhransu Sekhar
  • Published: Monday, 07 October 2019
  • Updated: 07 October 2019, 04:24 PM IST

Sports

Latest News

ନୂଆଦିଲ୍ଲୀ: ପାକିସ୍ତାନର ବନ୍ଧୁ ଭାବେ ପରିଚିତ ଚାଇନା ଏବଂ ସାଉଦି ଆରବ। ହେଲେ ଏବେ ସାଉଦି ଆରବ ସହ ପାକିସ୍ତାନର ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ପରିଲକ୍ଷିତ ହୋଇଛି। ପାକିସ୍ତାନରେ ପ୍ରକାଶ ପାଇଥିବା ସାପ୍ତାହିକ 'ଫ୍ରାଇଡେ ଟାଇମ୍'ସରୁ ଏହା ଜଣାପଡ଼ିଛି। ଯେଉଁଥିରେ ପ୍ରକାଶ ପାଇଛି ଯେ ଜାତିସଂଘ ସାଧାରଣ ପରିଷଦରେ ଯୋଗ ଦେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ସ୍ୱଦେଶ ଫେରିବା ପାଇଁ ସାଉଦି ଆରବ ପ୍ରିନ୍ସ ମହମ୍ମଦ ବିନ ସଲମାନ ପଠାଇଥିବା ବିମାନ ଖରାପ ହୋଇନଥିଲା। ବରଂ ପ୍ରିନ୍ସଙ୍କ ନିର୍ଦ୍ଦେଶକ୍ରମେ ଯାନ୍ତ୍ରିକ ତ୍ରୁଟି ଦେଖାଇବାକୁ ପାଇଲଟଙ୍କୁ କୁହାଯାଇଥିଲା ବୋଲି ‘ଫ୍ରାଇଡେ ଟାଇମ୍ସ’ରେ ଖବର ପ୍ରକାଶ ପାଇଛି। ଏହାପରେ ଇମ୍ରାନ୍ ଖାନ୍ ଏକ ବ୍ୟାବସାୟିକ ବିମାନରେ ସ୍ୱଦେଶ ଫେରିଥିଲେ।

ତେବେ ଦୁଇ ଘନିଷ୍ଠ ବନ୍ଧୁ କୁହାଯାଉଥିବା ପାକିସ୍ତାନ ଏବଂ ସାଉଦି ଆରବ ମଧ୍ୟରେ ବିବାଦ ସୃଷ୍ଟି ହେବା ପଛରେ ଇମ୍ରାନଙ୍କ କୂଟନୀତି ବୋଲି ‘ଫ୍ରାଇଡେ ଟାଇମ୍ସ’ ଦାବି କରିଛି। ଜାତିସଂଘ ସାଧାରଣ ପରିଷଦ ଅବସରରେ ଇମ୍ରାନ୍ ଖାନ୍ ସାଉଦି ଆରବର ଶତ୍ରୁ ଇରାନ ସହ ବନ୍ଧୁତ୍ୱ ବଢ଼ାଇବାକୁ ଚେଷ୍ଟା କରିଥିବା ଦେଖିବାକୁ ମିଳିଛି। ଯାହାକୁ ଗ୍ରହଣ କରିପାରିନାହାନ୍ତି ସଲମାନ୍। ଅନ୍ୟପଟେ ଇରାନ୍ ପ୍ରସଙ୍ଗରେ ଆମେରିକା ଏବଂ ସାଉଦି ଆରବର ଗୋଟିଏ ମତ ରହିଛି। ପାକିସ୍ତାନ ମଧ୍ୟ ଇରାନକୁ ସମର୍ଥନ ନକରି ତାଙ୍କୁ ସହଯୋଗ କରୁ ବୋଲି ଆମେରିକା ଏବଂ ସାଉଦି ଆରବ ଚାହୁଁଛନ୍ତି।

ନିକଟରେ ସାଉଦି ଆରବର ରାଜଧାନୀ ରିଆଦରେ ଥିବା ରାଷ୍ଟ୍ରୀୟ ତେଲ କାରଖାନାରେ ଇରାନ ବିସ୍ଫୋରଣ କରିଥିଲା। ଯେଉଁଥିପାଇଁ ଇରାନକୁ ସବୁ ପ୍ରସଙ୍ଗରେ ସାଉଦି ଆରବ ବିରୋଧ କରୁଛି। ଏଥିପାଇଁ ସାଉଦି ଆରବ ଏବେ ନିଜ ଦେଶରେ ଆମେରିକା ସେନାକୁ ପ୍ରବେଶ କରାଇ ଇରାନକୁ କଡ଼ା ଜବାବ ଦେବାକୁ ଚେଷ୍ଟା କରୁଛି।

ଏଥିସହ ଜାତିସଂଘ ସାଧାରଣ ପରିଷଦ ବୈଠକରେ ଇସଲାମିକ ରାଷ୍ଟ୍ରର ନେତୃତ୍ୱ ନେବାକୁ ଯାଇ ଇମ୍ରାନ୍ ଖାନ୍ ତୁର୍କୀ ଏବଂ ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ କରିଥିଲେ। ସାରା ବିଶ୍ୱରେ ଦେଖାଦେଇଥିବା ମୁସଲିମ୍ ସମୁଦାୟଙ୍କ ସମସ୍ୟା ବାବଦରେ ଏହି ବୈଠକରେ ଆଲୋଚନା ହୋଇଥିଲା। ଏମିତିକି ଏକ ଇଂରାଜୀ ଖବରକାଗଜ ପ୍ରକାଶ କରି ଦୁନିଆରେ ମୁସଲିମ୍ ସମୁଦାୟଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ବୋଲି 'ଫ୍ରାଇଡେ ଟାଇମ୍ସ' କହିଛି। ଯାହାକୁ ନେଇ ସାଉଦି ଆରବ ପ୍ରିନ୍ସ ଅସନ୍ତୋଷ ପ୍ରକାଶ କରିଛନ୍ତି। କାରଣ ବିଶ୍ୱରେ ମୁସଲିମ୍ ସମୁଦାୟର ସଂରକ୍ଷକ ବୋଲି ସାଉଦି ଆରବ ଦାବି କରିଆସିଛି।

ତେବେ ପାକିସ୍ତାନ ଉପରେ ସାଉଦି ନିଜର ପତିଆରା ଜାହିର କରିବାର କାରଣ ମଧ୍ୟ ରହିଛି। ପାକିସ୍ତାନ ଋଣରେ ବୁଡ଼ୁଥିବା ବେଳେ ଚାଇନା ଏବଂ ସାଉଦି ଆରବର ସହାୟତା ଉପରେ ନିର୍ଭର କରୁଛି। ତେବେ ସାଉଦି ଆରବ ପାକିସ୍ତାନ ଦୁଇ ହାତ ଖୋଲି ସାହାଯ୍ୟ କରୁଥିଲା। ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସମ୍ପର୍କ ସୁଦୃଢ଼ ଥିଲା।

ଏହାପୂର୍ବରୁ ୧୯୭୯ରେ ଇସଲାମିକ କ୍ରାନ୍ତି ଏବଂ ଆଫଗାନିସ୍ତାନରେ ସୋଭିଏତ ଆକ୍ରମଣ ପରେ ସାଉଦି ଆରବର ପତିଆରା ପାକିସ୍ତାନ ଉପରେ ବଢ଼ିଥିଲା। ଇରାନ କ୍ରାନ୍ତି ପରେ ସାଉଦି ଆରବ ପାକିସ୍ତାନକୁ ନିୟନ୍ତ୍ରଣ କରିବା ପାଇଁ ପାକିସ୍ତାନକୁ ସମସ୍ତ ପ୍ରକାର ଆର୍ଥିକ ସହଯୋଗ କରୁଥିଲା। ସେହିପରି ସୋଭିଏତ-ଆଫଗାନିସ୍ତାନ ଯୁଦ୍ଧ ବେଳେ ପାକିସ୍ତାନରେ ଥିବା ମଦ୍ରାସାରେ ପାଣ୍ଠି ବିନିଯୋଗ କରି ପାକିସ୍ତାନ ଉପରେ ନିଜର ପ୍ରଭାବ ପକାଇଥିଲା ସାଉଦି ଆରବ।

ସୂଚନାଯୋଗ୍ୟ, ଗତ ଫେବୃଆରୀରେ ପାକିସ୍ତାନ ଆସିଥିଲେ ସାଉଦି ଆରବ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ। ସେତେବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ନିଜେ କାର ଡ୍ରାଇଭିଂ କରି ମହମ୍ମଦ ବିନଙ୍କୁ ପାଛୋଟି ନେଇଥିଲେ। ସେତେବେଳେ ସମ୍ପର୍କ ଆଗକୁ ବଢାଇବାକୁ ଯାଇ ଇମ୍ରାନ୍ ପ୍ରିନସଙ୍କ ଡ୍ରାଇଭର ସାଜିଥିଲେ ବୋଲି ପାକିସ୍ତାନ ସଂସଦରେ ଦେଶର ସାଂସଦ ମାନେ କହିଥିଲେ।

ହେଲେ ଏହାପରେ ଗତ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଉଦି ଆରବ ଯାଇଥିଲେ। ଏହି ଗସ୍ତବେଳେ ଆତଙ୍କବାଦ ବିରୋଧରେ ଆଫଗାନିସ୍ତାନ ଭାରତ ଏକ ହୋଇ ଲଢ଼ିବେ ବୋଲି ଦ୍ୱିପାକ୍ଷିକ ଚୁକ୍ତି ହୋଇଥିଲା। ଯାହାକି ପରୋକ୍ଷରେ ପାକିସ୍ତାନକୁ କଟା ଘାରେ ଚୂନ ମାରିଥିଲେ ଉଭୟ ଦେଶ। ଏମିତିକି ଭାରତ ସହ ସମ୍ପର୍କ ବଢ଼ାଇବାକୁ ଯାଇ ସାଉଦି ଆରବ ପ୍ରିନ୍ସ ମୋଦିଙ୍କୁ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଅର୍ଡର ଅଫ୍‌ ଜାୟେଦ୍‌’ରେ ସମ୍ମାନିତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story