ବେଲୁଚିସ୍ତାନରେ ପାକିସ୍ତାନର ୭ ସେନା ନିହତ

ଇସଲାମାବାଦ: ବେଲୁଚିସ୍ତାନରେ ପାକିସ୍ତାନ ସେନାର ଅତ୍ୟାଚାର ଜାରି ରହିଛି। ଏହାରି ଭିତରେ ଶନିବାର ବିଳମ୍ୱିତ ରାତିରେ ପାକିସ୍ତାନ ପୋଷ୍ଟ ଉପରେ ଆକ୍ରମଣ କରି ୭ ପାକିସ୍ତାନୀ ନେତାକୁ ହତ୍ୟା କରିଛନ୍ତି ବେଲୁଚିସ୍ତାନରେ ଥିବା ପାକିସ୍ତାନ ବିଦ୍ରୋହୀ। ଏଭଳି କରି ପାକିସ୍ତାନକୁ କଡ଼ା ଚ୍ୟାଲେଞ୍ଜ ଦେଇଛନ୍ତି ଆକ୍ରମଣକାରୀ । ଏବେ ନିଜ ବିଫଳତାକୁ ଘଣ୍ଟ ଘୋଡ଼ାଇବାକୁ ଯାଇ ଭାରତକୁ କଡ଼ା ସମାଲୋଚନା କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ପାକିସ୍ତାନ ଏ ପ୍ରସଙ୍ଗରେ ଏକ ବିବୃତ୍ତି ଜାରି କରିଛି। […]

PAK-SOLDIER

PAK-SOLDIER

Subhransu Sekhar
  • Published: Sunday, 27 December 2020
  • Updated: 27 December 2020, 09:25 PM IST

Sports

Latest News

ଇସଲାମାବାଦ: ବେଲୁଚିସ୍ତାନରେ ପାକିସ୍ତାନ ସେନାର ଅତ୍ୟାଚାର ଜାରି ରହିଛି। ଏହାରି ଭିତରେ ଶନିବାର ବିଳମ୍ୱିତ ରାତିରେ ପାକିସ୍ତାନ ପୋଷ୍ଟ ଉପରେ ଆକ୍ରମଣ କରି ୭ ପାକିସ୍ତାନୀ ନେତାକୁ ହତ୍ୟା କରିଛନ୍ତି ବେଲୁଚିସ୍ତାନରେ ଥିବା ପାକିସ୍ତାନ ବିଦ୍ରୋହୀ। ଏଭଳି କରି ପାକିସ୍ତାନକୁ କଡ଼ା ଚ୍ୟାଲେଞ୍ଜ ଦେଇଛନ୍ତି ଆକ୍ରମଣକାରୀ । ଏବେ ନିଜ ବିଫଳତାକୁ ଘଣ୍ଟ ଘୋଡ଼ାଇବାକୁ ଯାଇ ଭାରତକୁ କଡ଼ା ସମାଲୋଚନା କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍।

ପାକିସ୍ତାନ ଏ ପ୍ରସଙ୍ଗରେ ଏକ ବିବୃତ୍ତି ଜାରି କରିଛି। ବେଲୁଚିସ୍ତାନ ସୀମାରେ ଥିବା ପାକିସ୍ତାନ ପୋଷ୍ଟ ଉପରେ ଆକ୍ରମଣ ପଛରେ ଭାରତକୁ ଦାୟୀ କରିଛି। ଘଟଣା ଘଟିବାର ୧୦ ଘଣ୍ଟା ପରେ ଇମ୍ରାନ୍ ମୃତ ପାକିସ୍ତାନ ସେନା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ଏଥିସହ ଆକ୍ରମଣକାରୀଙ୍କୁ ଭାରତ ସମର୍ଥକ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, କିଛି ମାସ ତଳେ ବେଲୁଚିସ୍ତାନର ସ୍ଥାନୀୟ ଲୋକେ ପାକିସ୍ତାନ ସେନାକୁ ବିରୋଧ କରି ସେନାର କାରକେଡକୁ ଆକ୍ରମଣ କରିଥିଲେ। ଯେଉଁଥିରେ ୩ ପାକିସ୍ତାନ ସେନା ନିହତ ହୋଇଥିଲେ। ଏହି ଆକ୍ରମଣରେ ପାକିସ୍ତାନ ସେନାର ଜଣେ କର୍ଣ୍ଣେଲ ସମେତ ୮ ଜଣ ଆହତ ହୋଇଥିଲେ। ମୁଖ୍ୟତଃ ବେଲୁଚିସ୍ତାନବାସୀ ଚାଇନା-ପାକିସ୍ତାନ ସେନାକୁ ବିରୋଧ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos