ପାକିସ୍ତାନର ୪ ସେନା ଶିବିରକୁ ନଷ୍ଟ କଲା ଭାରତୀୟ ସେନା

ଜମ୍ମୁ: ଜମ୍ମୁ ଓ କାଶ୍ମୀରରେ ନିୟନ୍ତ୍ରଣ ରେଖା (ଏଲ୍‌ଓସି) ନିକଟରେ ପାକିସ୍ତାନ ସେନାର ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରହିଥିବା ବେଳେ ଭାରତୀୟ ସେନା ପକ୍ଷରୁ ଦୃଢ଼ ଜବାବ ଦିଆଯାଇଛି। ଭାରତୀୟ ସେନାର ଯବାନମାନେ ଉତ୍ତର କାଶ୍ମୀରର କୁପୱାଡ଼ା ଜିଲ୍ଲାର କେରନ ସେକ୍ଟରରେ ଏଲଓସି ଡେଇଁ  ପାକିସ୍ତାନର ୪ ଟି  ସେନା ଶିବିରକୁ ନଷ୍ଟ କରି ଦେଇଛନ୍ତି।

ଜଣେ ସେନା ଅଧିକାରୀ କହିଛନ୍ତି,“କେରନ ସେକ୍ଟରରେ  ଆମ ଯବାନମାନେ  ସୀମା ପାର ହୋଇ ପାକିସ୍ତାନର ୪ଟି ସେନା ଶିବିରକୁ ନଷ୍ଟ କରି ଦେଇଛନ୍ତି। ଏହା ଦ୍ୱାରା ପାକିସ୍ତାନର ବହୁତ କ୍ଷତି ହୋଇଛି। ଏହା ପୂର୍ବରୁ କୋରନ ସେକ୍ଟରରେ ପାକିସ୍ତାନୀ ଯବାନମାନେ ଅସ୍ତ୍ରବିରତି ଉଲ୍ଲଂଘନ କରି ଗୁଳି ଚଳାଇଥିଲେ। ଏଥିରେ ଜଣେ ବିଏସଏଫ୍‌ ଯବାନ ଓ ଜଣେ ମହିଳା ଆହତ ହୋଇଥିଲେ।”

ଆହୁରି ପଢ଼ନ୍ତୁ

ଇସ୍ତଫା ଦେଲେ ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ଗିରୀଶ ମୁର୍ମୂ

ଠିକ୍ ବର୍ଷକ ତଳେ ଜମ୍ମୁ କଶ୍ମୀରରୁ ହଟିଥିଲା ଧାରା ୩୭୦

ଆମେରିକା ହେଲା ରାମମୟ

ହସ୍ପିଟାଲରୁ ଅଫିସ କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା

ଜେରାର ସମ୍ମୁଖୀନ ହେବେ ରିୟା, ଇଡି ପଠାଇଲା ସମନ

ସୁଶାନ୍ତ ପୂର୍ବତନ ମ୍ୟାନେଜର ଦିଶାଙ୍କ ଶବ ବ୍ୟବଚ୍ଛେଦରୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ

ଓୱେସୀଙ୍କ ବାବ୍ରୀ ଟ୍ୱିଟ ପାଇଁ ଏତଲା ଦେଲା ହିନ୍ଦୁ ସେନା

ଓୱେସୀ କହିଲେ, ବାବ୍ରୀ ମସଜିଦ ଥିଲା ଓ ରହିବ

ଲୁପିନର କରୋନା ଔଷଧ, ଟ୍ୟାବଲେଟର ଦାମ ୪୯ ଟଙ୍କା

ରାମ ମନ୍ଦିର ନିର୍ମାଣ ପଛରେ ଥିବା ସେହି ୧୦ ବ୍ୟକ୍ତି, ଜାଣନ୍ତୁ ସେମାନେ କିଏ

ଭୂମି ପୂଜନ ପରେ ରାଷ୍ଟ୍ରପତିଙ୍କ ଠାରୁ ରାହୁଲ ଗାନ୍ଧି ଓ ଓୱେସୀ କ’ଣ କହିଲେ

ରେକର୍ଡ: ଦିନକରେ ୫୧ ହଜାରରୁ ଅଧିକ ସୁସ୍ଥ, ୫୨ ହଜାର ଆକ୍ରାନ୍ତ