ଜାତିସଂଘକୁ ପାକିସ୍ତାନ ଲେଖିଥିବା ଚିଠିରେ ରହିଛି ରାହୁଲଙ୍କ ମନ୍ତବ୍ୟ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଏବଂ ୩୫ (ଏ) ପ୍ରସଙ୍ଗରେ ବୁଧବାର ଜାତିସଂଘକୁ ପାକିସ୍ତାନ ଚିଠି ଲେଖିଛି। ଯେଉଁଥିରେ ପାକିସ୍ତାନ ଭାରତୀୟ ନେତାଙ୍କ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟକୁ ଉଦ୍ଧୃତ କରି ନିଜ ଚିଠିକୁ ଟନିକ୍ ଯୋଗାଇଛି। ସେଥିରେ କେବଳ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟକୁ ଉଦ୍ଧୃତ କରିନି ପାକିସ୍ତାନ। ବରଂ ରାହୁଲଙ୍କ ମନ୍ତବ୍ୟ ସହିତ ହରିଆନା ମୁଖ୍ୟମନ୍ତ୍ରୀ ମନୋହର ଖଟ୍ଟର ଏବଂ ବିଜେପି ବିଧାୟକ ବିକ୍ରମ ସୋନିଙ୍କ ନାଁ ବି […]

rahul gandhi parliament outside

rahul gandhi parliament outside

Subhransu Sekhar
  • Published: Thursday, 29 August 2019
  • Updated: 29 August 2019, 12:10 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଏବଂ ୩୫ (ଏ) ପ୍ରସଙ୍ଗରେ ବୁଧବାର ଜାତିସଂଘକୁ ପାକିସ୍ତାନ ଚିଠି ଲେଖିଛି। ଯେଉଁଥିରେ ପାକିସ୍ତାନ ଭାରତୀୟ ନେତାଙ୍କ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟକୁ ଉଦ୍ଧୃତ କରି ନିଜ ଚିଠିକୁ ଟନିକ୍ ଯୋଗାଇଛି। ସେଥିରେ କେବଳ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟକୁ ଉଦ୍ଧୃତ କରିନି ପାକିସ୍ତାନ। ବରଂ ରାହୁଲଙ୍କ ମନ୍ତବ୍ୟ ସହିତ ହରିଆନା ମୁଖ୍ୟମନ୍ତ୍ରୀ ମନୋହର ଖଟ୍ଟର ଏବଂ ବିଜେପି ବିଧାୟକ ବିକ୍ରମ ସୋନିଙ୍କ ନାଁ ବି ରହିଛି। ପାକିସ୍ତାନର ମାନବାଧିକାର ମନ୍ତ୍ରୀ ଶିରିନ ମଜାରୀ ଟୁଇଟ୍ କରି ୮ ପୃଷ୍ଠାର ଏହି ଚିଠିକୁ ଶେୟାର କରିଛନ୍ତି। କଶ୍ମୀର ପ୍ରସଙ୍ଗରେ ୧୮ ଜଣ ଜାତିସଂଘ ସ୍ପେଶାଲ ପ୍ରସିଜିଓର ମାଣ୍ଡେଟ୍‌ ହୋଲ୍ଡରଙ୍କୁ ସେ ଚିଠି ଲେଖିଛନ୍ତି।

କଶ୍ମୀରକୁ ନେଇ ଅପପ୍ରଚାର କରିବା ପାଇଁ ପାକିସ୍ତାନ କରିଆସୁଥିବା ବିଭିନ୍ନ ପ୍ରୟାସ ମଧ୍ୟରୁ ଏହି ଚିଠି ଅନ୍ୟତମ। ଏଥିରେ କୁହାଯାଇଛି, “ଏପରିକି ରାହୁଲ ଗାନ୍ଧି ମଧ୍ୟ କହିଛନ୍ତି ଜମ୍ମୁ-କଶ୍ମୀରରେ ଲୋକେ ମରୁଛନ୍ତି।” ସେ ଏହି ଚିଠିରେ ସ୍ପଷ୍ଟ ଲେଖିଛନ୍ତି, “ରାହୁଲ ଗାନ୍ଧିଙ୍କ ସମେତ ଭାରତର ମୁଖ୍ୟ ସ୍ରୋତର ରାଜନେତା ମାନେ ମଧ୍ୟ ଜାଣିବାକୁ ପାଇଛନ୍ତି ଯେ ସେଠାରେ ହିଂସା ହେଉଛି। ରାହୁଲ କହିଛନ୍ତି , ସେଠାରେ (ଜମ୍ମୁ-କଶ୍ମୀରରେ) କିଛି ଠିକ୍‌ ଚାଲିନି, ଲୋକଙ୍କର ଜୀବନ ଯିବାରେ ଲାଗିଛି।

ସେହିପରି ହରିଆନା ମୁଖ୍ୟମନ୍ତ୍ରୀ ମନୋହର ଖଟ୍ଟରଙ୍କ ମନ୍ତବ୍ୟକୁ ଉଦ୍ଧାର କରି ଲେଖିଛି ଯେ ୧୦ ଅଗଷ୍ଟ ୨୦୧୯ରେ ହରିଆନା ମୁଖ୍ୟମନ୍ତ୍ରୀ ମନୋହର ଖଟ୍ଟର କଶ୍ମୀର ଝିଅଙ୍କୁ ବିବାହ ନେଇ ଏକ ମନ୍ତବ୍ୟ ରଖିଥିଲେ। ସେହିପରି ବିଜେପି ବିଧାୟକ ବିକ୍ରମ ସୋନି କହିଥିଲେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟିବା ପରେ ମୁସଲମାନ ମାନେ ଖୁସି ହେବା ଦରକାର। ଏହା ଦ୍ୱାରା ମୁସଲମାନ ମାନେ କଶ୍ମୀରର ଗୋରୀ ଝିଅଙ୍କୁ ବିବାହ କରିପାରିବେ। ପାକିସ୍ତାନ ବିକ୍ରମ୍ ସୋନିଙ୍କ ଏହି ମନ୍ତବ୍ୟକୁ ମଧ୍ୟ ଯୋଡ଼ିଛି।

ଗତକାଲି ପାକିସ୍ତାନ ଲେଖିଥିବା ଚିଠି ସମ୍ପର୍କରେ ବିଜେପି ନେତା ପ୍ରକାଶ ଜାଭଡେକର ପ୍ରତିକ୍ରିୟା ରଖି କହିଥିଲେ ରାହୁଲ ଗାନ୍ଧି ସମୟ ଅନୁସାରେ ୟୁ ଟର୍ଣ୍ଣ ନେଇଛନ୍ତି। କଂଗ୍ରେସକ ଧାରା ୩୭୦ ପ୍ରସଙ୍ଗରେ ଯେଉଁ ଭଳି ମତ ରଖି ଆସିଛି ସେ ନେଇ ଦେଶ ଏବେ ଲଜ୍ଜିତ।ଦୀର୍ଘ ୭୦ ବର୍ଷ ଭିତରେ ମଧ୍ୟ କୌଣସି ନେତା ଏଭଳି ବେପରୁଆ ମନ୍ତବ୍ୟ ରଖିନଥିଲେ। ସେହିପରି ଆମେଠି ସାଂସଦ ସ୍ମୃତି ଇରାନୀ କହିଥିଲେ ରାହୁଲ ପାକିସ୍ତାନର ପ୍ରିୟ ନେତା। ନାଁକୁ ମାତ୍ର ତ୍ରିରଙ୍ଗା ପତାକାକୁ ସମ୍ମାନ କରୁଛନ୍ତି। ତେବେ ମନୋହରଲାଲ ଖଟ୍ଟର କିମ୍ୱା ଦଳୀୟ ବିଧାୟକ ବିକ୍ରମ୍ ସୋନୀଙ୍କ ନାଁ ଚିଠିରେ ଉଲ୍ଲେଖ ରହିଥିବା ନେଇ ବିଜେପି କୌଣସି ପ୍ରତିକ୍ରିୟା ରଖି ନାହିଁ।

ଗତକାଲି କିନ୍ତୁ ରାହୁଲ ଟୁଇଟ୍ କରି କହିଥିଲେ, ପାକିସ୍ତାନ କଶ୍ମୀର ପ୍ରସଙ୍ଗରେ ମୁଣ୍ଡ ପୂରାଇବା ଉଚିତ୍ ନୁହେଁ। ଏହା ଭାରତର ଆଭ୍ୟନ୍ତରୀଣ ମାମଲା। ଯଦିଓ ଶାସକ ଦଳ ସହ ତାଙ୍କର ମତଭେଦ ରହିଛି ତଥାପି କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ମୁଣ୍ଡ ନପୂରାଉ ବୋଲି ରାହୁଲ ଗତକାଲି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos