ବିମାନ ଦୁର୍ଘଟଣାର କାରଣ କହିଲେ ପାକିସ୍ତାନ ମନ୍ତ୍ରୀ

ଇସଲାମାବାଦ: ଗତମାସରେ ପାକିସ୍ତାନରେ ହୋଇଥିବା ବିମାନ ଦୁର୍ଘଟଣାର କାରଣ ଜଣାପଡ଼ିଛି। ଦୁର୍ଘଟଣାର ମାସକ ପରେ ଜଣାପଡ଼ିଛି। ପାକିସ୍ତାନର ବିମାନ ଚଳାଚଳ ମନ୍ତ୍ରୀ ଦୁର୍ଘଟଣାର କାରଣ କହିଛନ୍ତି। ବିମାନ ଦୁର୍ଘଟଣାର କାରଣ ଯାନ୍ତ୍ରିକ ତ୍ରୁଟି ନଥିଲା ବରଂ ମନିଷ୍ୟକୃତ ଥିଲା ବୋଲି ସେ କହିଛନ୍ତି। ଏହି ଦୁର୍ଘଟଣାରେ ୯୭ ଜଣଙ୍କର ମୃତ୍ୟୁ ଘଟିଥିଲା। ଆଜି ପାକିସ୍ତାନର ବିମାନ ଚଳାଚଳ ମନ୍ତ୍ରୀ ଘୁଲମ ସରଓ୍ୱର ଖାନ୍ ସଂସଦରେ ବିମାନ ଦୁର୍ଘଟଣାର କାରଣ ବାବଦରେ କହିଥିଲେ। ଉଭୟ ପାଇଲଟ୍ ଏବଂ ଏୟାର […]

PAK ACCIDENT FLIGHT

PAK ACCIDENT FLIGHT

Subhransu Sekhar
  • Published: Wednesday, 24 June 2020
  • Updated: 24 June 2020, 07:29 PM IST

Sports

Latest News

ଇସଲାମାବାଦ: ଗତମାସରେ ପାକିସ୍ତାନରେ ହୋଇଥିବା ବିମାନ ଦୁର୍ଘଟଣାର କାରଣ ଜଣାପଡ଼ିଛି। ଦୁର୍ଘଟଣାର ମାସକ ପରେ ଜଣାପଡ଼ିଛି। ପାକିସ୍ତାନର ବିମାନ ଚଳାଚଳ ମନ୍ତ୍ରୀ ଦୁର୍ଘଟଣାର କାରଣ କହିଛନ୍ତି। ବିମାନ ଦୁର୍ଘଟଣାର କାରଣ ଯାନ୍ତ୍ରିକ ତ୍ରୁଟି ନଥିଲା ବରଂ ମନିଷ୍ୟକୃତ ଥିଲା ବୋଲି ସେ କହିଛନ୍ତି। ଏହି ଦୁର୍ଘଟଣାରେ ୯୭ ଜଣଙ୍କର ମୃତ୍ୟୁ ଘଟିଥିଲା।

ଆଜି ପାକିସ୍ତାନର ବିମାନ ଚଳାଚଳ ମନ୍ତ୍ରୀ ଘୁଲମ ସରଓ୍ୱର ଖାନ୍ ସଂସଦରେ ବିମାନ ଦୁର୍ଘଟଣାର କାରଣ ବାବଦରେ କହିଥିଲେ। ଉଭୟ ପାଇଲଟ୍ ଏବଂ ଏୟାର ଟ୍ରାଫିକ କଣ୍ଟ୍ରୋଲର ନିୟମ ମାନି ନିଜ ନିଜର କର୍ତ୍ତବ୍ୟ କରୁଥିଲେ। ବିମାନଟି କରାଚି ବିମାନ ବନ୍ଦରରେ ଅବତରଣ କରିବାକୁ ଥିବା ବେଳେ ପାଇଲଟ ଜଣଙ୍କ ଏୟାର ଟ୍ରାଫିକ କଣ୍ଟ୍ରୋଲରଙ୍କ ସହିତ କରୋନା ମହାମାରୀ ବାବଦରେ କଥା ହେଉଥିଲେ। ଉଭୟ ପାଇଲଟ ଏବଂ ସହ ପାଇଲଟ ଅବତରଣ କରିବା ଉପରେ ଗୁରୁତ୍ୱ ନଦେଇ କରୋନା ଉପରେ ଆଲୋଚନା କରୁଥିଲେ। ତେଣୁ ଏୟାରବସ ଏ୩୨୦ ବିମାନଟି ଦୁର୍ଘଟଣାର ଶିକାର ହୋଇଥିଲା।

ମେ’ ୨୨ରେ ହୋଇଥିବା ଏହି ବିମାନ ଦୁର୍ଘଟଣାର ତଦନ୍ତ ପାକିସ୍ତାନ ସରକାରଙ୍କ ଦ୍ୱାରା ହେଉଥିଲା। ତଦନ୍ତ ବେଳେ ଫ୍ରାନ୍ସ ସରକାରଙ୍କର ମଧ୍ୟ ସହଯୋଗ ନେଇଥିଲା ପାକିସ୍ତାନ। ଫଳରେ ବିମାନଟି ଦୁର୍ଘଟଣାର ଶିକାର ହେବା ପୂର୍ବରୁ ପାଇଲଟ ଏବଂ ଏୟାର ଟ୍ରାଫିକ କଣ୍ଟ୍ରୋଲରଙ୍କ ଭଏସ ରେକର୍ଡ ଉଦ୍ଧାର ହୋଇପାରିଛି। ବିମାନଟି ଶତ ପ୍ରତିଶତ ଠିକ୍ ଥିଲା। ଉଡ଼ିବାରେ କୌଣସି ଅସୁବିଧା ନଥିଲା ବୋଲି ପାକିସ୍ତାନର ଏହି ମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ମେ’ ୨୨ ଅପରାହ୍ନରେ ପିଆଇଏର ଏହି ବିମାନ ଅବତରଣ କରିବା ପୂର୍ବରୁ କରାଚି ନିକଟସ୍ଥ ଜିନ୍ନା ଅନ୍ତର୍ଜାତୀୟ ବିମାନ ବନ୍ଦରେ ପାଖରେ ଥିବା ଏକ ଜନବସତିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୯୭ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos