‘ମାନବିକତା ମଞ୍ଚର ଦୁରୁପଯୋଗ କରିଛି ପାକିସ୍ତାନ’

ନୂଆଦିଲ୍ଲୀ: ସାର୍କ ଦେଶର ନେତାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଠକ କରିବା ପରେ ଜରୁରୀକାଳୀନ ପାଣ୍ଠି ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର। ଜରୁରୀକାଳୀନ ପାଣ୍ଠି ବୃଦ୍ଧି ପାଉଛି। କରୋନା ମୁକାବିଲା ପାଇଁ ସାର୍କ ଦେଶ ଏବଂ ଅନ୍ୟାନ୍ୟ ଦେଶ ଗୁଡିକରୁ ମାସ୍କ, ଗ୍ଲୋଭସ୍ ଯୋଗାଇ ଦେବା ପାଇଁ ନିବେଦନ କରିଛନ୍ତି। ସରକାର ଏ ଦିଗରେ ଗୁରୁତ୍ୱ ଦେଉଛନ୍ତି। ଏ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର ସାମ୍ୱାଦିକ ସମ୍ମିଳନୀ କରି କହିଛନ୍ତି। ସାର୍କ […]

saarc meeting

saarc meeting

Subhransu Sekhar
  • Published: Thursday, 19 March 2020
  • Updated: 19 March 2020, 07:42 PM IST

Sports

Latest News

ନୂଆଦିଲ୍ଲୀ: ସାର୍କ ଦେଶର ନେତାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଠକ କରିବା ପରେ ଜରୁରୀକାଳୀନ ପାଣ୍ଠି ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର। ଜରୁରୀକାଳୀନ ପାଣ୍ଠି ବୃଦ୍ଧି ପାଉଛି। କରୋନା ମୁକାବିଲା ପାଇଁ ସାର୍କ ଦେଶ ଏବଂ ଅନ୍ୟାନ୍ୟ ଦେଶ ଗୁଡିକରୁ ମାସ୍କ, ଗ୍ଲୋଭସ୍ ଯୋଗାଇ ଦେବା ପାଇଁ ନିବେଦନ କରିଛନ୍ତି। ସରକାର ଏ ଦିଗରେ ଗୁରୁତ୍ୱ ଦେଉଛନ୍ତି। ଏ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର ସାମ୍ୱାଦିକ ସମ୍ମିଳନୀ କରି କହିଛନ୍ତି।

ସାର୍କ ଦେଶମାନଙ୍କ ସହ ବୈଠକ ପରେ ତିଆରି କରାଯାଇଥିବା ପାଣ୍ଠିରେ ଏକ ମିଲିୟନ ଡଲାର ଜମା କରାଯାଇଛି। ମାଲଦ୍ୱୀପ ଏବଂ ନେପାଳର ଦାବି ପୂରଣ ହୋଇଛି।

ହେଲେ ସାର୍କ ସମ୍ମିଳନୀରେ କଶ୍ମୀର ପ୍ରସଙ୍ଗ ଉଠାଇଥିଲା ପାକିସ୍ତାନ। ଏହାକୁ ନେଇ ମୁଖପାତ୍ର ରବିଶ କୁମାର ପ୍ରତିକ୍ରିୟା ଦେଇ କହିଛନ୍ତି, କରୋନାକୁ ନେଇ ସାରା ବିଶ୍ୱ ଏବେ ଚିନ୍ତିତ। ଏହାର ସମାଧାନ ଦିଗରେ ଆୟୋଜିତ ହୋଇଥିଲା ସାର୍କ ବୈଠକ। ଏହା ଏକ ମାନବିକତାର ମଞ୍ଚ ଥିଲା ଯାହାକୁ ପାକିସ୍ତାନ ଦୁରୁପଯୋଗ କରିଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos