ପାକିସ୍ତାନକୁ ଭାବମୂର୍ତ୍ତି ଚିନ୍ତା: ଭିଡିଓ ଜାରି କରି କୁଳଭୂଷଣଙ୍କ ମୁହଁରେ କରାଇଲା ନିଜ ପ୍ରଶଂସା
ନୂଆଦିଲ୍ଲୀ: ଆତଙ୍କବାଦ ହେଉ କି ଅନ୍ୟ କିଛି କାରଣ, ପାକିସ୍ତାନ ବାରମ୍ବାର ବିଶ୍ୱ ଦରବାରରେ ନିଜ କାମ ପାଇଁ ନିନ୍ଦିତ ହେବାରେ ଲାଗିଛି। ଭାରତୀୟ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ସହ ତାଙ୍କ ମାଆ ଓ ପତ୍ନୀଙ୍କ ଭେଟ କରାଇବା ବେଳେ ଯେଉଁ ବ୍ୟବହାର ଦେଖାଇଲା, ସେଥିପାଇଁ ଏବେ ଚାରିଆଡୁ ନିନ୍ଦିତ ହେଉଛି। ସେପଟେ ଆମେରିକା ସହ ମଧ୍ୟ ତା’ର ସମ୍ପର୍କ ବିଗିଡି ଗଲାଣି। ଆତଙ୍କବାଦ ବିରୋଧରେ ଲଢେଇ ପାଇଁ ଆମେରିକା ଦେଉଥିବା ଅର୍ଥ ବନ୍ଦ କରିଦେଇଛି। ଏପରି ସ୍ଥିତିରେ ପାକିସ୍ତାନ ବିଶ୍ୱ ଦରବାରରେ ନିଜ ଛବି ବଦଳାଇବାକୁ ଉଦ୍ୟମ ଆରମ୍ଭ କରିଦେଇଛି। ଏଥିପାଇଁ କୁଳଭୂଷଣଙ୍କୁ ହିଁ ଢାଲ କରିଛି।
କୁଳଭୂଷଣଙ୍କର ଏକ ଭିଡିଓ ପାକିସ୍ତାନ ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଛି। ଏଥିରେ କୁଳଭୂଷଣ କହୁଛନ୍ତି ଯେ, ପାକିସ୍ତାନରେ ତାଙ୍କୁ କୌଣସି ସମସ୍ୟାରେ ପକାଯାଉନାହିଁ। ସେ ଭଲରେ ଅଛନ୍ତି।
ଭିଡିଓରେ କୁଳଭୂଷଣ କହୁଛନ୍ତି, “ମୋର କୌଣସି ପ୍ରକାର ଅସୁବିଧା ହେଉନାହିଁ। ପାକିସ୍ତାନରେ ମୋତେ ନିର୍ଯାତନା ଦିଆଯାଉନାହିଁ।”
ଭିଡିଓ ଜରିଆରେ ପାକିସ୍ତାନ ଭାରତକୁ ଅପମାନିତ କରିବାକୁ ଚେଷ୍ଟା କରିଛି। ଏଥିରେ କୁଳଭୂଷଣଙ୍କ ଜରିଆରେ ପାକିସ୍ତାନ କହିଛି, ତାଙ୍କ ମାଆ ଓ ପତ୍ନୀ ଭେଟ କରିବାକୁ ଆସିବା ପୂର୍ବରୁ ଭାରତୀୟ ଅଧିକାରୀ ଉଭୟଙ୍କୁ ବହୁତ ଡରାଇଥିଲେ।
ଭିଡିଓରେ କୁଳଭୂଷଣ କହୁଛନ୍ତି, “ଭେଟ ପରେ ଯେତେବେଳେ ମୋ ମାଆ ବାହରାକୁ ଯାଇଥିଲେ, ପାକିସ୍ତାନରେ ଥିବା ଭାରତୀୟ ଉଚ୍ଚ ପଦାଧିକାରୀ ଜେପି ସିଂ ତାଙ୍କ ସହ ଚିଲ୍ଲେଇ ଚିଲ୍ଲେଇ ବଡ଼ ବାଟିରେ କିଛି କଥା ହେଉଥିବା ଦେଖିବାକୁ ମିଳିଥିଲା। ଏପରି ଲାଗୁଥିଲା ଯେମିତି ଭେଟ ପୂର୍ବରୁ ମୋ ମାଆଙ୍କୁ ମାଡ଼ ମରା ଯାଇଥିଲା ଓ ସେମାନଙ୍କୁ ଯୋଜନାବଦ୍ଧ ଭାବେ ଏଠାକୁ ଅଣାଯାଇଥିଲା।”
ସୂଚନାଯୋଗ୍ୟ ଯେ, ଗତ ଡିସେମ୍ବର ମାସ ୨୫ ତାରିଖରେ କୁଳଭୂଷଣଙ୍କୁ ତାଙ୍କ ମାଆ ଓ ପତ୍ନୀ ଭେଟ କରିବାକୁ ପାକିସ୍ତାନ ଯାଇଥିଲେ। ଭେଟ ପୂର୍ବରୁ ପାକିସ୍ତାନ ଅଧିକାରୀମାନେ ଉଭୟଙ୍କ ପୋଷାକ ବଦଳାଇ ଦେଇଥିଲେ। ସେମାନଙ୍କୁ ବିନା ଜୋତାରେ ଭିତରକୁ ଯାଇ ଇଣ୍ଟରକମ୍ ଜରିଆରେ କୁଳଭୂଷଣଙ୍କ ସହ କଥା ହେବାକୁ ପଡିଥିଲା। ତାହା ପୁଣି ଗୋଟିଏ କାଚ କାନ୍ଥ ସେପଟେ ବସି। ଏପରିକି କୁଳଭୂଷଣଙ୍କ ପତ୍ନୀଙ୍କ ଜୋତାରେ ଚିସ୍ପ ଥିବା ଅଭିଯୋଗ କରି ଯାଞ୍ଚ ବାହାନାରେ ପାକିସ୍ତାନ ତାହାକୁ ରଖି ଦେଇଥିଲା। ଏହାକୁ ସାରା ବିଶ୍ୱରେ ନିନ୍ଦା କରାଯାଉଛି।
Ordigital Desk
• Published: Thursday, 04 January 2018
• Updated: 04 January 2018, 05:17 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos