ଗଣତନ୍ତ୍ର ଦିବସ ପୂର୍ବରୁ ରାଜଧାନୀରେ ଶୁଭିଲା ‘ପାକିସ୍ତାନ ଜିନ୍ଦାବାଦ’ ନାରା

ନୂଆଦିଲ୍ଲୀ: ଆଉ ଦିନକ ପରେ ଜାନୁଆରୀ ୨୬ ତଥା ପାଳିତ ହେବ ଗଣତନ୍ତ୍ର ଦିବସ। ଏଥିପାଇଁ ରାଜଧାନୀ ଦିଲ୍ଲୀରେ ପୁରା ପ୍ରସ୍ତୁତି ଜୋରସୋରରେ ଚାଲିଛି। ଫୁଲଡ୍ରସ ରିହର୍ସାଲ ମଧ୍ୟ ସରିଛି । ଏହାରି ଭିତରେ ରାଜଧାନୀର ରାଜରାସ୍ଥାରେ ଗଣତନ୍ତ୍ର ଦିବସର ଦିନକ ପୂର୍ବରୁ ‘ପାକିସ୍ତାନ ଜିନ୍ଦାବାଦ’ ନାରା ଶୁଭିଛି। ନୂଆଦିଲ୍ଲୀର ଖାନ ମାର୍କେଟ ସ୍ଥିତ ପିଏସ୍ ତୁଗଲକ ରୋଡ ନିକଟ ମେଟ୍ରୋ ଷ୍ଟେସନ ବାହାରେ କିଛି ଦୁବୃର୍ତ୍ତ ଏହି ନାରା ଦେଇଛନ୍ତି। ସୂଚନା ମିଳିବା ପରେ ପୁଲିସ […]

pakistan-zindabad

pakistan-zindabad

Madhupriya Mistry
  • Published: Sunday, 24 January 2021
  • Updated: 24 January 2021, 12:23 PM IST

Sports

Latest News

ନୂଆଦିଲ୍ଲୀ: ଆଉ ଦିନକ ପରେ ଜାନୁଆରୀ ୨୬ ତଥା ପାଳିତ ହେବ ଗଣତନ୍ତ୍ର ଦିବସ। ଏଥିପାଇଁ ରାଜଧାନୀ ଦିଲ୍ଲୀରେ ପୁରା ପ୍ରସ୍ତୁତି ଜୋରସୋରରେ ଚାଲିଛି। ଫୁଲଡ୍ରସ ରିହର୍ସାଲ ମଧ୍ୟ ସରିଛି । ଏହାରି ଭିତରେ ରାଜଧାନୀର ରାଜରାସ୍ଥାରେ ଗଣତନ୍ତ୍ର ଦିବସର ଦିନକ ପୂର୍ବରୁ ‘ପାକିସ୍ତାନ ଜିନ୍ଦାବାଦ’ ନାରା ଶୁଭିଛି। ନୂଆଦିଲ୍ଲୀର ଖାନ ମାର୍କେଟ ସ୍ଥିତ ପିଏସ୍ ତୁଗଲକ ରୋଡ ନିକଟ ମେଟ୍ରୋ ଷ୍ଟେସନ ବାହାରେ କିଛି ଦୁବୃର୍ତ୍ତ ଏହି ନାରା ଦେଇଛନ୍ତି। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବରିଷ୍ଠ ଅଧିକାରୀଙ୍କ ସହ ତଦନ୍ତ ଅଧିକାରୀ ମଧ୍ୟ ପହଞ୍ଚି ଯାଂଚ ଆରମ୍ଭ କରିଛନ୍ତି । ଏହି ଘଟଣାରେ ପୁଲିସ ୩ ଯୁବକ ଏବଂ ୩ ଯୁବତୀଙ୍କୁ ଅଟକ ରଖିଛି। ସେମାନଙ୍କୁ ପଚରାଉଚରା ଜାରି ରଖିଛି।

ପୁଲିସ ସୂଚନା ମୁତାବକ ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ପ୍ରାୟ ରାତି ୧ଟା ବେଳେ ପିଏସ ତୁଗଲକ ରୋଡରେ କିଛି ବ୍ୟକ୍ତି ପାକିସ୍ତାନ ଜିନ୍ଦାବାଦ ନାରା ଲଗାଉଥିବା ପୁଲିସକୁ ସୂଚନା ମିଳିଥିଲା। ଏହାପରେ ପୁଲିସ ଆକ୍ସନ ମୋଡକୁ ଆସି ଘଟଣାସ୍ଥଳକୁ ଯାଇ ଯାଂଚ ଆରମ୍ଭ କରିଥିଲା। ଘଟଣାସ୍ଥଳରେ ୩ଯୁବକ ଓ ୨ଯୁବତୀ ଓ ଜଣେ ନାବାଳିକା ଥିଲେ। ସେଠାରେ ସେମାନଙ୍କୁ ପୁଲିସ ପଚରା ଉଚରା କରିଥିଲା।

ପଚରାଉଚରାରୁ ଜଣାପଡିଥିଲା ଯେ ଏହି ୬ଜଣ ଇଣ୍ଡିଆ ଗେଟ୍ ବୁଲିବାକୁ ଆସିଥିଲେ। ସେମାନେ ୟୁଲୁ ବାଇକ ଭଡାରେ ନେଇ ବାଇକ୍ ରେସ୍ କରୁଥିଲେ ଏବଂ ପରସ୍ପରଙ୍କ ନାଁ ଭିନ୍ନ ଭିନ୍ନ ଦେଶର ନାଁ ଆଧାରରେ ରଖିଥିଲେ। ଏମାନଙ୍କ ମଧ୍ୟରୁ ଜଣଙ୍କ ନାଁ ‘ପାକିସ୍ତାନ’ ରଖାଯାଇଥିଲା। ତା’ର ସାହାସ ବଢ଼ାଇବା ପାଇଁ ସେମାନେ ପାକିସ୍ତାନ ଜିନ୍ଦାବାଦ ନାରା ଦେଇଥିଲେ ବୋଲି ସୂଚନା ମିଳିଛି।

ସେପେଟେ ଜାନୁଆରୀ ୨୬ରେ ଆତଙ୍କୀ ସଂଗଠନମାନେ ଦିଲ୍ଲୀ, ଅଯୋଧ୍ୟା ଓ ବୌଦ୍ଧଗୟାରେ ଆତଙ୍କୀ ଆକ୍ରମଣରେ ନେଇ ଯୋଜନା କରୁଛନ୍ତି । ଯାହାର ସୂଚନା ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି। ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କ ଏକ ଗ୍ରୁପ ଦେଶରେ ଏହି ସବୁ ସ୍ଥାନରେ ଆକ୍ରମଣ କରିବାକୁ ଯୋଜନା କରୁଥିବା ନେଇ ଗୁଇନ୍ଦା ସୂଚନା ମିଳିଛି।

ରୋହିଙ୍ଗ୍ୟା ସଂଗଠନର ଏକ ଗ୍ରୁପ ଦେଶରେ ଲୁଚି  ରହିଥିବା କିଛି ଆତଙ୍କୀ ସଂଗଠନ ସହ ହାତ ମିଶାଇଛନ୍ତି ଦେଶରେ ଚାଲିଥିବା କୃଷକଙ୍କ ଆନ୍ଦୋଳନର ଫାଇଦା ନେଇ ବଡଧରଣର ଆକ୍ରମଣ କରାଯାଇପାରେ। ସୁରକ୍ଷା ଏଜେନ୍ସିକୁ ଏହାର ଗୁଇନ୍ଦା ସୂଚନା ମିଳିବା ପରେ ଦିଲ୍ଲୀ ସମେତ ଅଯୋଧ୍ୟା ଓ ବୌଦ୍ଧଗୟାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ଦିଲ୍ଲୀ ସମେତ ସମସ୍ତ ରାଜ୍ୟ ସରକାର ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କୁ ଏସଂପର୍କରେ ସୂଚନା ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos