ନୂଆଦିଲ୍ଲୀ: ଗୁରୁବାର ଭାରତ ପକ୍ଷରୁ କୁହାଯାଇଛି, ପାକିସ୍ତାନ କଶ୍ମୀର ପ୍ରସଙ୍ଗର ଧ୍ରୁବୀକରଣ ଏବଂ ରାଜନୀତିକରଣ ପ୍ରୟାସ କରିଥିଲେ ମଧ୍ୟ ଏହା ଜାତିସଂଘ ମାନବିକ ଅଧିକାର ପରିଷଦରେ କାଟ୍ ଖାଇଛି। ଭାରତ ଆହୁରି ମଧ୍ୟ କହିଛି, ପାକିସ୍ତାନ ବୁଝିବା ଦରକାର ଗୋଟିଏ ମିଛକୁ ବାରମ୍ବାର କହିବା କେବେ ମଧ୍ୟ ଏହା ସତ୍ୟରେ ପରିଣତ ହେବ ନାହିଁ।
ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର କହିଥିଲେ, ଅନ୍ତର୍ଜାତୀୟ ରାଷ୍ଟ୍ର ସମୂହଙ୍କୁ ଭଲ ଭାବେ ଜଣାଅଛି ପାକିସ୍ତାନ କିଭଳି ଭାବେ ଆତଙ୍କବାଦ ଭିତ୍ତିଭୂମିକୁ ସହାୟତା, କୁପ୍ରରୋଚନା ଏବଂ ସମର୍ଥନ ଦେଇଆସିଛି, ଯାହାକି ତାଙ୍କ ରାଷ୍ଟ୍ରରେ ହିଁ ଅଛି।
ପାକିସ୍ତାନ ଏବଂ ଭାରତ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ମୁହାଁମୁହିଁ ହେବାର ୨ ଦିନ ପରେ ରବୀଶ ଏପରି ମନ୍ତବ୍ୟ ରଖିଛନ୍ତି। ଭାରତ ଏହି ପ୍ରସଙ୍ଗକୁ ଅନ୍ତରୀଣ ମାମଲା ଦର୍ଶାଇଆସୁଛି, କିନ୍ତୁ ପାକିସ୍ତାନ ଦାବି କରି ଆସୁଛି କଶ୍ମୀରରେ କୁଆଡ଼େ ମାନବିକ ଅଧିକାର କ୍ଷୁଣ୍ଣ ହେଉଛି। ଏଥିପାଇଁ ଅନ୍ତର୍ଜାତୀୟ ତଦନ୍ତର ଆବଶ୍ୟକତା ରହିଛି ବୋଲି ପାକିସ୍ତାନ ଦାବି କରିଆସୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
ଟାରିଫ୍ ନିୟମରେ ସଂଶୋଧନ, ଫେରିବ ୧୦ ଟଙ୍କିଆ ରିଚାର୍ଜ କୁପନ୍
ଟେଲିକମ୍ କମ୍ପାନୀମାନଙ୍କୁ ଅତି କମରେ ୧୦ ଟଙ୍କିଆ ଟପ୍ ଅପ୍ ରିଚାର୍ଜ ଭାଉଚର ରଖିବାକୁ ପଡ଼ିବ।
National
୬ ଦିନିଆ ଆମେରିକା ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର
ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଶାସନକୁ ଫେରିବା ପରେ ଏହା କୌଣସି ଭାରତୀୟ ମନ୍ତ୍ରୀଙ୍କ ପ୍ରଥମ ଆମେରିକା ଗସ୍ତ। ଦ୍ୱିପାକ୍ଷିକ ସମ୍ପର୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ହେବ ଆଲୋଚନା।
National
ବଢ଼ିଲା ଅଲ୍ଲୁ ଅର୍ଜୁନଙ୍କ ଅଡ଼ୁଆ, ପୁଲିସ କଲା ସମନ
ଆସନ୍ତାକାଲି ଦିନ ୧୧ଟାରେ ଥାନାରେ ହାଜର ହେବାକୁ ତାଙ୍କୁ କୁହାଯାଇଛି।
National
ହାଇକୋର୍ଟଙ୍କ ସାଂଘାତିକ ରୁଲିଂ: ମୃତଦେହ ସହ ସେକ୍ସ କରିବା ଦୁଷ୍କର୍ମ ନୁହେଁ
ଜଣେ ନାବାଳିକାଙ୍କ ମୃତଦେହ ସହ ଦୁଷ୍କର୍ମ କରିବା ଅଭିଯୋଗରେ ନୀଲୁ ନାଗେଶ ନିକଟରେ ତଳ କୋର୍ଟରେ ଦୋଷମୁକ୍ତ ହୋଇଥିଲେ।
National
୫୦ ଲକ୍ଷ ଟଙ୍କା ଦେଲେ ପୁଷ୍ପା-୨ ନିର୍ମାତା; ଅଲ୍ଲୁ ଅର୍ଜୁନ ଦାୟୀ ନୁହନ୍ତି କହିଲେ ମୃତକଙ୍କ ସ୍ୱାମୀ
ଥାନାରେ କରିଥିବା ଅଭିଯୋଗ ମଧ୍ୟ ଉଠାଇନେବାକୁ ପ୍ରସ୍ତୁତ ଥିବା କହିଛନ୍ତି ମୃତ ମହିଳାଙ୍କ ସ୍ୱାମୀ। ପୁଅ ୨୦ ଦିନ ହେଲା କୋମାରେ, କିଛି ଜାଣିପାରୁନି।