ନଭେମ୍ବର ୧୮ରୁ ସଂସଦର ଶୀତ ଅଧିବେଶନ

ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ଆସନ୍ତା ନଭେମ୍ବର ୧୮ରୁ ଆରମ୍ଭ ହେବ। ସଂସଦର ଉଭୟ ଲୋକସଭା ଏବଂ ରାଜ୍ୟସଭା ଅଧିବେଶନ ୧୮ରୁ ଆରମ୍ଭ ହୋଇ ଡିସେମ୍ବର ୧୩ ଯାଏ ଚାଲିବ। ଆଜି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଉଭୟ ସଦନର ସଚିବଙ୍କୁ ଏ ବିଷୟରେ ଅବଗତ କରାଯାଇଛି। ଚଳିତ ଶୀତ ଅଧିବେଶନରେ ଏକାଧିକ ବିଲ୍‌ ଆଗତ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ସେହିପରି ୨ଟି ଗୁରୁତ୍ୱପୂର୍ଣ୍ଣ ଅଧ୍ୟାଦେଶକୁ ଆଇନରେ ପରିଣତ କରିବା ପାଇଁ ମଧ୍ୟ […]

d

Hemant Lenka
  • Published: Monday, 21 October 2019
  • , Updated: 21 October 2019, 03:41 PM IST

ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ଆସନ୍ତା ନଭେମ୍ବର ୧୮ରୁ ଆରମ୍ଭ ହେବ। ସଂସଦର ଉଭୟ ଲୋକସଭା ଏବଂ ରାଜ୍ୟସଭା ଅଧିବେଶନ ୧୮ରୁ ଆରମ୍ଭ ହୋଇ ଡିସେମ୍ବର ୧୩ ଯାଏ ଚାଲିବ। ଆଜି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଉଭୟ ସଦନର ସଚିବଙ୍କୁ ଏ ବିଷୟରେ ଅବଗତ କରାଯାଇଛି।

ଚଳିତ ଶୀତ ଅଧିବେଶନରେ ଏକାଧିକ ବିଲ୍‌ ଆଗତ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ସେହିପରି ୨ଟି ଗୁରୁତ୍ୱପୂର୍ଣ୍ଣ ଅଧ୍ୟାଦେଶକୁ ଆଇନରେ ପରିଣତ କରିବା ପାଇଁ ମଧ୍ୟ ସରକାର ସ୍ୱତନ୍ତ୍ର ବିଲ୍ ଆଣିବେ। ନୂଆ ଓ ଘରୋଇ ମ୍ୟାନୁଫାକ୍ଚରିଂ କମ୍ପାନୀଙ୍କ ଉପରେ ଲାଗୁ ହେଉଥିବା କର୍ପୋରେଟ ଟିକସକୁ ସରକାର ଅଧ୍ୟାଦେଶ ବଳରେ ହ୍ରାସ କରିଛନ୍ତି।

ଦେଶର ଅର୍ଥନୀତି ଓ ଅଭିବୃଦ୍ଧି ନିମ୍ନଗାମୀ ହେଉଥିବାରୁ ସରକାର ସେପ୍ଟେମ୍ବର ମାସରେ ସ୍ୱତନ୍ତ୍ର ଅଧ୍ୟାଦେଶ ବଳରେ କର୍ପୋରେଟ୍‌ ଟିକସ ହ୍ରାସ କରିଥିଲେ। ଏ ସଂକ୍ରାନ୍ତ ବିଲ୍‌ ସରକାର ଶୀତ ଅଧିବେଶନରେ ଆଣିବେ।

ସେହିପରି ଇ-ସିଗାରେଟର ବିକ୍ରି, ଉତ୍ପାଦନ ଓ ସଂରକ୍ଷଣକୁ ବ୍ୟାନ୍‌ କରିବା ପାଇଁ କ୍ୟାବିନେଟ୍‌ ଅନୁମୋଦନ କ୍ରମେ ଅଧ୍ୟାଦେଶ ଆସିଥିଲା। ଏହାକୁ ମଧ୍ୟ ଶୀତ ଅଧିବେଶନ ସମୟରେ ଆଇନ୍‌ରେ ପରିଣତ କରାଯିବ।

ଅନ୍ୟପକ୍ଷରେ ଦେଶର ଅର୍ଥନୀତି, ପ୍ରତିଶୋଧ ମୂଳକ ରାଜନୀତି ଓ ଅଭିବୃଦ୍ଧି ହ୍ରାସ ଆଦି ପ୍ରସଙ୍ଗରେ ବିରୋଧୀ କେନ୍ଦ୍ର ସରକାରଙ୍କୁ ଘେରିବାକୁ ଲକ୍ଷ୍ୟ ରଖିଛନ୍ତି।

ଗତ ୨ ବର୍ଷ ହେଲା ଶୀତ ଅଧିବେଶନ ନଭେମ୍ବର ୨୧ରୁ ଆରମ୍ଭ ହୋଇ ଜାନୁଆରୀ ପ୍ରଥମ ସପ୍ତାହ ଯାଏ ଚାଲୁ ରହୁଥିଲା।

Related story