ବିଚାର ବିଭାଗୀୟ ହେପାଜତକୁ ଗଲେ ବଲିଉଡ ଅଭିନେତ୍ରୀ ପାୟଲ

ଜୟପୁର: ନେହେରୁ ପରିବାର ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ବଲିଉଡ ଅଭିନେତ୍ରୀ ପାୟଲ ରୋହତଗୀ ୮ ଦିନିଆ ବିଚାର ବିଭାଗୀୟ ହେପାଜତକୁ ଯାଇଛନ୍ତି। ରାଜସ୍ଥାନର ବୁନ୍ଦି କୋର୍ଟ ଆଜି ତାଙ୍କୁ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦେଇଛନ୍ତି। ଗତକାଲି ଅହମଦାବାଦରୁ ଏହି ବଲିଉଡ ଅଭିନେତ୍ରୀ ତଥା ମଡେଲଙ୍କୁ ରାଜସ୍ଥାନ ପୁଲିସ ଗିରଫ କରିଥିଲା। ଏ ନେଇ ପାୟଲ ଟୁଇଟ୍ କରି ସୂଚନା ଦେଇଥିଲେ। ପୁଲିସ ଅଧିକାରୀ କହିଛନ୍ତି, ପାୟଲ ରୋହତଗୀଙ୍କ ବିରୋଧରେ ୧୦ ଅକ୍ଟୋବର ୨୦୧୯ରେ ଥାନାରେ […]

payal rohotogi

Subhransu Sekhar
  • Published: Monday, 16 December 2019
  • , Updated: 16 December 2019, 03:07 PM IST

ଜୟପୁର: ନେହେରୁ ପରିବାର ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ବଲିଉଡ ଅଭିନେତ୍ରୀ ପାୟଲ ରୋହତଗୀ ୮ ଦିନିଆ ବିଚାର ବିଭାଗୀୟ ହେପାଜତକୁ ଯାଇଛନ୍ତି। ରାଜସ୍ଥାନର ବୁନ୍ଦି କୋର୍ଟ ଆଜି ତାଙ୍କୁ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦେଇଛନ୍ତି। ଗତକାଲି ଅହମଦାବାଦରୁ ଏହି ବଲିଉଡ ଅଭିନେତ୍ରୀ ତଥା ମଡେଲଙ୍କୁ ରାଜସ୍ଥାନ ପୁଲିସ ଗିରଫ କରିଥିଲା। ଏ ନେଇ ପାୟଲ ଟୁଇଟ୍ କରି ସୂଚନା ଦେଇଥିଲେ।

ପୁଲିସ ଅଧିକାରୀ କହିଛନ୍ତି, ପାୟଲ ରୋହତଗୀଙ୍କ ବିରୋଧରେ ୧୦ ଅକ୍ଟୋବର ୨୦୧୯ରେ ଥାନାରେ ମାମଲା ରୁଜୁ ହୋଇଥିଲା। କଂଗ୍ରେସ କର୍ମୀ ଚର୍ମେଶ ଶର୍ମାଙ୍କ ଏତଲା କ୍ରମେ ପୁଲିସ ମାମଲା ରୁଜୁ କରି କାର୍ଯାନୁଷ୍ଠାନ ଗ୍ରହଣ କରିଛି। ପାୟଲଙ୍କ ବିରୋଧରେ ଆଇଟି ଆଇନ ଅନୁଯାୟୀ ଧାରା ୬୬ ଏବଂ ୬୭ ଆଧାରରେ ମାମଲା ରୁଜୁ କରିଛି ପୁଲିସ୍।

ସୂଚନାଯୋଗ୍ୟ, ପାୟଲ ଯେଉଁ ଭିଡିଓ ତିଆରି କରିଥିଲେ ସେଥିରେ ସେ କହିଥିଲେ, 'ଧାରା ୩୭୦କୁ କଂଗ୍ରେସ ବିରୋଧ କରୁଛି। ମୋତେ ଲାଗୁଛି ଏହାର କାରଣ ମୋତିଲାଲଙ୍କର ୫ଟି ସ୍ତ୍ରୀ ଥିଲେ। ଏଥିସହ ମୋତିଲାଲ ନେହେରୁ ଜବାହର ଲାଲ ନେହେରୁଙ୍କ ସାବତ ବାପା'। ଏଲିନା ରାମକୃଷ୍ଣଙ୍କ ଦ୍ୱାରା ଲେଖାହୋଇଥିବା ବାୟୋଗ୍ରାଫିର ଏକ ଅଂଶକୁ ଉଦ୍ଧାର କରି ପାୟଲ ଏଭଳି କହିଥିଲେ ବୋଲି ଜଣାପଡ଼ିଛି। ସେପ୍ଟେମ୍ବର ୨୧ରେ ଏହି ବିବାଦୀୟ ଭିଡିଓକୁ ପାୟଲ ନିଜ ଫେସ୍‌ବୁକ ପେଜ୍‌ରେ ପୋଷ୍ଟ କରିଥିଲେ।

Related story