କଂଗ୍ରେସ-ଚାଇନା ଚୁକ୍ତିର ତଦନ୍ତ ଦାବିରେ ସୁପ୍ରିମକୋର୍ଟରେ ପିଆଇଏଲ

ନୂଆଦିଲ୍ଲୀ: ୨୦୦୮ରେ ଦେଶରେ କଂଗ୍ରେସ ସରକାର ଥିଲା। ଏହି ସମୟରେ ଦେଶର ଶାସକ ଦଳ କଂଗ୍ରେସ ଏବଂ ଚୀନର ଶାସକ ଦଳ କମ୍ୟୁନିଷ୍ଟ ପାର୍ଟି ଅଫ୍ ସହିତ ଏକ ଦ୍ୱିପାକ୍ଷିକ ଚୁକ୍ତି ହୋଇଥିଲା। ଏହି ଚୁକ୍ତିରେ କ’ଣ ରହିଛି ସେ ବାବଦରେ ଦେଶକୁ ଲୁଚାଇଛି କଂଗ୍ରେସ ସରକାର। ଏବେ ଏହାକୁ ନେଇ ଏନଆଇଏ କିମ୍ୱା ସିବିଆଇ ତଦନ୍ତ ହେବା ଦରକାର। ସୁପ୍ରିମକୋର୍ଟରେ ଏଭଳି ଏକ ଜନସ୍ୱାର୍ଥ ମାମଲା ବା ପିଆଇଏଲ ଦାବି କରିଛନ୍ତି ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ […]

SupremeCourt

SupremeCourt

Subhransu Sekhar
  • Published: Wednesday, 24 June 2020
  • Updated: 25 June 2020, 06:56 PM IST

Sports

Latest News

ନୂଆଦିଲ୍ଲୀ: ୨୦୦୮ରେ ଦେଶରେ କଂଗ୍ରେସ ସରକାର ଥିଲା। ଏହି ସମୟରେ ଦେଶର ଶାସକ ଦଳ କଂଗ୍ରେସ ଏବଂ ଚୀନର ଶାସକ ଦଳ କମ୍ୟୁନିଷ୍ଟ ପାର୍ଟି ଅଫ୍ ସହିତ ଏକ ଦ୍ୱିପାକ୍ଷିକ ଚୁକ୍ତି ହୋଇଥିଲା। ଏହି ଚୁକ୍ତିରେ କ’ଣ ରହିଛି ସେ ବାବଦରେ ଦେଶକୁ ଲୁଚାଇଛି କଂଗ୍ରେସ ସରକାର। ଏବେ ଏହାକୁ ନେଇ ଏନଆଇଏ କିମ୍ୱା ସିବିଆଇ ତଦନ୍ତ ହେବା ଦରକାର। ସୁପ୍ରିମକୋର୍ଟରେ ଏଭଳି ଏକ ଜନସ୍ୱାର୍ଥ ମାମଲା ବା ପିଆଇଏଲ ଦାବି କରିଛନ୍ତି ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଶଶାଙ୍କ ଶେଖର ଝା ଏବଂ ଗୋଆ କ୍ରୋନିକିଲ ଖବର କାଗଜର ସମ୍ପାଦକ ସାଭିଓ ରୋଡରିଗଜ।

ଦେଶର ସୁରକ୍ଷା ସମ୍ପର୍କରେ କୌଣସି ମତେ ସାଲିସ କରିହେବନି। ତେଣୁ ଧାରା ୩୨ ଅନୁସାରେ ୨୦୦୮ ଚୁକ୍ତିର ସାର୍ବଜନୀନ ହେବା ଦରକାର ବୋଲି ପିଆଇଏଲରେ ଦାଖଲ ବେଳେ କହିଛନ୍ତି ଆବେଦନକାରୀ। ଅଗଷ୍ଟ ୭, ୨୦୦୮ରେ ବେଜିଂରେ ଉଚ୍ଚ ସ୍ତରୀୟ ବୈଠକରେ କଂଗ୍ରେସ ସରକାର ଏବଂ ସିପିସ ସରକାର ମଧ୍ୟରେ ଏହି ଚୁକ୍ତି ହୋଇଥିଲା। ଏହି ଚୁକ୍ତି ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ବିକାଶକୁ ନେଇ ହୋଇଥିଲା ବୋଲି ସେତେବେଳେ ଏହି ସୂଚନା ଦିଆଯାଇଥିଲା।

ଆବେଦନକାରୀ ପିଆଇଏଲରେ କଂଗ୍ରେସ ନେତା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଯୋଡ଼ିଛନ୍ତି। ୨୦୦୮ରେ ଦୁଇ ଦେଶର ସରକାର ମଧ୍ୟରେ ଚୁକ୍ତି ବେଳେ ଏହି ଦୁଇ ନେତା ସାମିଲ୍ ଥିଲେ। ଦେଶର ସୁରକ୍ଷାକୁ ନେଇ କଂଗ୍ରେସର ଟ୍ରାନସପାରେନ୍ସି ରହିବା ଦରକାର ବୋଲି ଆବେଦନକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos