ଆରମ୍ଭ ହେଲା ମୋଦି ସରକାରଙ୍କ ଶେଷ ବଜେଟ୍‌ ଉପସ୍ଥାପନ

ନୂଆଦିଲ୍ଲୀ: ଆଜି ସଂସଦରେ ମଧ୍ୟବର୍ତ୍ତୀକାଳୀନ ବଜେଟ୍‌ ଉପସ୍ଥାପିତ ହୋଇଛି। କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ୍ ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ଅନ୍ତରୀଣ ବଜେଟ୍‌ ଉପସ୍ଥାପନ କରୁଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ନରେନ୍ଦ୍ର ମୋଦି ସରକାରଙ୍କ ଏହା ଶେଷ ବଜେଟ୍‌। ତେଣୁ ସାରାଦେଶର ଲୋକଙ୍କ ନଜର ଏହି ବଜେଟ୍‌ ଉପରେ ରହିଛି। ବଜେଟ୍‌ ଉପସ୍ଥାନକୁ ନେଇ ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି,“ ଆମେ ଗର୍ବର ସହ କହିପାରିବା ଯେ ଭାରତ ଟ୍ରାକ୍‌କୁ ଫେରିଛି। ଆର୍ଥିକ କ୍ଷେତ୍ରରେ ଏକ ବିରାଟ […]

bdgt-2

bdgt-2

Rakesh Mallick
  • Published: Friday, 01 February 2019
  • Updated: 01 February 2019, 12:49 PM IST

Sports

Latest News

ନୂଆଦିଲ୍ଲୀ: ଆଜି ସଂସଦରେ ମଧ୍ୟବର୍ତ୍ତୀକାଳୀନ ବଜେଟ୍‌ ଉପସ୍ଥାପିତ ହୋଇଛି। କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ୍ ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ଅନ୍ତରୀଣ ବଜେଟ୍‌ ଉପସ୍ଥାପନ କରୁଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ନରେନ୍ଦ୍ର ମୋଦି ସରକାରଙ୍କ ଏହା ଶେଷ ବଜେଟ୍‌। ତେଣୁ ସାରାଦେଶର ଲୋକଙ୍କ ନଜର ଏହି ବଜେଟ୍‌ ଉପରେ ରହିଛି।

ବଜେଟ୍‌ ଉପସ୍ଥାନକୁ ନେଇ ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି,“ ଆମେ ଗର୍ବର ସହ କହିପାରିବା ଯେ ଭାରତ ଟ୍ରାକ୍‌କୁ ଫେରିଛି। ଆର୍ଥିକ କ୍ଷେତ୍ରରେ ଏକ ବିରାଟ ଶକ୍ତି ଭାବେ ଉଭା ହୋଇପାରିଛି। ଦୁର୍ନୀତି, ଭ୍ରଷ୍ଟାଚାର ତଥା ଜାତି ବର୍ଣ୍ଣ ବିଭେଦରୁ ମୁକ୍ତ ହୋଇପାରିଛି। ଭାରତ ଏବେ ବିଶ୍ୱର ଶ୍ରେଷ୍ଠ ଷଷ୍ଠ ବୃହତ ଆର୍ଥିକ  ସମୃଦ୍ଧ ଦେଶ। ଆମ ସରକାର ଅଣ୍ଟା ଭାଙ୍ଗୁଥିବା ଦରଦାମ ବୃଦ୍ଧିର  ଅଣ୍ଟା ଭାଙ୍ଗି ଦେଇଛି। ବିତ୍ତୀୟ ନିଅଣ୍ଟ ୨୦୧୭-୧୮ରେ ୩.୮%କୁ ହ୍ରାସ  ପାଇଛି।”

ବଜେଟ୍‌ର ମୁଖ୍ୟାଶଂ

.  ପୂର୍ବରୁ କେବଳ ଛୋଟ ବ୍ୟବସାୟୀମାନଙ୍କୁ ବ୍ୟାଙ୍କ ଋଣ ପରିଶୋଧ ଚିନ୍ତା ଥିଲା, ଏବେ ବଡ଼ ବ୍ୟବସାୟୀମାନେ ବି ବୁଝିଲେଣି ଯେ ନଶୁଝିଲେ ଫସିବେ

.  ସ୍ୱଚ୍ଛ ଭାରତ ଅଭିଯାନରେ ୯୮% ଗାଁରେ ଶୌଚାଳୟ ବ୍ୟବସ୍ଥା ହୋଇଛି

.  ସମସ୍ତଙ୍କୁ ଖାଦ୍ୟ ମିଳିବ, କେହି ଭୋକରେ ଶୋଇବେନି, ଆମର ଲକ୍ଷ୍ୟ

.  ଅର୍ଥମନ୍ତ୍ରୀ ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ଆମ ସରକାର ୧୦% ସଂରକ୍ଷଣ କରିଛି

.  ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ପାଇଁ ୧୯ ହଜାର କୋଟି ବ୍ୟୟ ବରାଦ ହୋଇଛି

. ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଘୋଷଣା କଲେ କେନ୍ଦ୍ର ସରକାର, ଚାଷୀଙ୍କୁ ସର୍ବନିମ୍ନ ଆୟ ସୁନିଶ୍ଚିତ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି, ୨ ହେକ୍ଟର ପର୍ଯ୍ୟନ୍ତ ଜମି ଥିବା ଚାଷୀଙ୍କୁ ପ୍ରତିବର୍ଷ ମିଳିବ ୬ ହଜାର ଟଙ୍କା, ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧା ଟଙ୍କା ପ୍ରଦାନ କରାଯିବ, ଦେଶର ୧୨ କୋଟି ଚାଷୀଙ୍କୁ ଯୋଜନାରେ ଲାଭ ମିଳିବ, ଡିସେମ୍ବର ୧ରୁ ପିଛିଲା ଭାବେ ଯୋଜନା ଲାଗୁ ହେବ

. ପ୍ରଧାନମନ୍ତ୍ରୀ ଶ୍ରମଧନ ମାନ ଯୋଜନା ଆରମ୍ଭ କରିବେ କେନ୍ଦ୍ର ସରକାର, ଉଭୟ ସଂଗଠିତ ଓ ଅସଂଗଠିତ ଶ୍ରମିକଙ୍କୁ ମାସିକ ୩ହଜାର ପେନ୍‌ସନ୍‌ ମିଳିବ

. ଉଜ୍ଜ୍ୱଳା ଯୋଜନାରେ ୬ କୋଟି ମହିଳାଙ୍କୁ ମାଗଣା ଗ୍ୟାସ୍ କନେକ୍ସନ

. କ୍ଷୁଦ୍ରଶିଳ୍ପକୁ ପ୍ରୋତ୍ସାହନ ଦେବାକୁ ବିଶେଷ ବ୍ୟବସ୍ଥା ଗ୍ରହଣ, ମାତ୍ର ୫୯ ମିନିଟରେ ୧ କୋଟି ପର୍ଯ୍ୟନ୍ତ ଋଣକୁ ମଞ୍ଜୁରୀ ମିଳିବ, ୪୦ ବର୍ଷରୁ ପଡ଼ିରହିଥିବା ୱାନ୍ ରାଙ୍କ ୱାନ୍‌ ପେନସନ ଆରମ୍ଭ

. ରାଜପଥ ନିର୍ମାଣରେ ଭାରତ ସାରା ବିଶ୍ୱରେ ଏକ ନମ୍ବର

. ଉଡାନ୍ ଯୋଜନାରେ ସାଧାରଣ ଲୋକ ବିମାନରେ ଯାଇପାରୁଛନ୍ତି

. ଜଗୁଆଳିବିହୀନ ଲେଭଲକ୍ରସିଂ ସମ୍ପୂର୍ଣ୍ଣ ଉଠାଇ ନିଆଯାଇଛି

. ଗତ ୫ ବର୍ଷରେ ମୋବାଇଲ ଡାଟା ବ୍ୟବହାର ୫୦ ଗୁଣ ବଢ଼ିଛି, ସାରା ବିଶ୍ୱରେ ଭାରତରେ ମୋବାଇଲ ଡାଟା ଦର ସବୁଠୁ ଶସ୍ତା

. ଜନଧନ, ଆଧାର ଏବଂ ମୋବାଇଲ ଗେମ୍ ଚେଞ୍ଜର ହୋଇଛି

. ପ୍ରତିରକ୍ଷା ବଜେଟକୁ ଚଳିତବର୍ଷ ୩ ଲକ୍ଷ କୋଟିକୁ ବୃଦ୍ଧି କରାଯାଇଛି

. ଟିକସ ଆଦାୟ ୬ ଲକ୍ଷ ୩୮ ହଜାର କୋଟିରୁ ୧୨ ଲକ୍ଷ କୋଟିକୁ ବୃଦ୍ଧି ପାଇଛି, ୯୯.୫୪% ଟ୍ୟାକ୍ସ ରିଟର୍ଣ୍ଣକୁ ମଞ୍ଜୁରୀ ମିଳିଛି

. ଗତ ୫ ବର୍ଷରେ ଗରିବଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧ କୋଟି ୫୩ ଲକ୍ଷ ପକ୍କା ଘର ନିର୍ମାଣ କରାଯାଇଛି

. ଗରିବ ଓ ମଧ୍ୟମ ବର୍ଗଙ୍କୁ ୧୪୩ କୋଟି ଏଲଇଡି ବଲ୍ବ ଦିଆଯାଇଛି

. ଆୟୁଷ୍ମାନ ଭାରତ ଯୋଜନାରେ ଏଯାବତ ୧୦ ଲକ୍ଷ ଲୋକଙ୍କୁ ସ୍ୱାସ୍ଥ୍ୟ ସହାୟତା ମିଳିଛି

. ୨୦୧୪ ପରଠାରୁ ଏଯାବତ ୧୪ଟି ନୂଆ ଏମ୍ସ ପ୍ରତିଷ୍ଠା ହୋଇଛି

. ଚାଷୀଙ୍କ ଆୟ ଦ୍ୱିଗୁଣିତ ପାଇଁ ସମସ୍ତ ୨୨ଟି ଫସଲର MSP ୫୦% ବୃଦ୍ଧି

. ୫ ଲକ୍ଷ ଆୟ ପର୍ଯ୍ୟନ୍ତ ଟିକସ ସମ୍ପୂର୍ଣ୍ଣ ଛାଡ଼ ଘୋଷଣା

. ପିଏଫ୍, ବୀମା କରିଥିଲେ ୬.୫ ଲକ୍ଷ ପର୍ଯ୍ୟନ୍ତ ଟିକସ ଛାଡ଼, ୩ କୋଟି ଟିକସଦାତାଙ୍କୁ ଲାଭ ମିଳିବ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story