ପ୍ରଧାନମନ୍ତ୍ରୀ କେବେ କୃଷକଙ୍କ ସହ ସେଲଫି ନିଅନ୍ତି ନାହିଁ: ରାହୁଲ

ଆଜମଗଡ଼: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଉତ୍ତରପ୍ରଦେଶର ଆଜମଗଡ଼ରେ କୃଷକ ଯାତ୍ରା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସେଲଫିକୁ ନେଇ ସମାଲୋଚନା କରିଛନ୍ତି। ସେ କହିଛନ୍ତି,“ମୋଦି ଓବାମା ଏବଂ ଚୀନ ରାଷ୍ଟ୍ରପତିଙ୍କ ସହ ସେଲଫି ନେବାକୁ ବିଦେଶ ଯାତ୍ରା କରୁଛନ୍ତି। ହେଲେ ସେ କେବେ କୃଷକଙ୍କ ସହ ସେଲଫି ନିଅନ୍ତି ନାହିଁ। ତାଙ୍କୁ କେବେ ବି କୌଣସି ଗରିବ ଲୋକଙ୍କ ସହ ସେଲଫି ନେବାରେ କେହି ଦେଖି ନାହାନ୍ତି।” ସେ କହିଛନ୍ତି,“ପ୍ରଧାନମନ୍ତ୍ରୀ କେବଳ ଧନୀ ଲୋକଙ୍କ […]

rahul

rahul

Rakesh Mallick
  • Published: Sunday, 11 September 2016
  • Updated: 11 September 2016, 06:33 PM IST

Sports

Latest News

ଆଜମଗଡ଼: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଉତ୍ତରପ୍ରଦେଶର ଆଜମଗଡ଼ରେ କୃଷକ ଯାତ୍ରା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସେଲଫିକୁ ନେଇ ସମାଲୋଚନା କରିଛନ୍ତି। ସେ କହିଛନ୍ତି,“ମୋଦି ଓବାମା ଏବଂ ଚୀନ ରାଷ୍ଟ୍ରପତିଙ୍କ ସହ ସେଲଫି ନେବାକୁ ବିଦେଶ ଯାତ୍ରା କରୁଛନ୍ତି। ହେଲେ ସେ କେବେ କୃଷକଙ୍କ ସହ ସେଲଫି ନିଅନ୍ତି ନାହିଁ। ତାଙ୍କୁ କେବେ ବି କୌଣସି ଗରିବ ଲୋକଙ୍କ ସହ ସେଲଫି ନେବାରେ କେହି ଦେଖି ନାହାନ୍ତି।”

ସେ କହିଛନ୍ତି,“ପ୍ରଧାନମନ୍ତ୍ରୀ କେବଳ ଧନୀ ଲୋକଙ୍କ ଋଣ ଛାଡ କରିଥାନ୍ତି। ସେ ଗରିବଙ୍କୁ ଟଙ୍କାଟିଏ ବି ଋଣ ଛାଡ କରିନାହାନ୍ତି। ପ୍ରଧାନମନ୍ତ୍ରୀଙ୍କ ୧୫ ଲକ୍ଷ ଟଙ୍କାର ସୁଟ୍‌ ଖରାପ ହୋଇ ଯିବ ବୋଲି ସେ ତୁମମାନଙ୍କ (କୃଷକ) ପାଖକୁ ଆସୁନାହାନ୍ତି।”

କେବଳ ପ୍ରଧାନମନ୍ତ୍ରୀ ନୁହନ୍ତି, ସମାଜବାଦୀ ପାର୍ଟି ଓ ମାୟାବତୀଙ୍କ ବହୁଜନ ସମାଜ ପାର୍ଟିକୁ ମଧ୍ୟ ସେ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ହାତୀକୁ ତୁମେମାନେ ଘଉଡାଇ ଦେଲ, ସାଇକେଲ ଫସି ଯାଇଛି ଆଗକୁ ବଢୁନାହିଁ। ଏବେ ଆପଣମାନେ ହାତକୁ ସମର୍ଥନ କର, ଆମ ସରକାର ହେଲେ ତୁମର ଋଣ ଛାଡ଼ କରିବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos