ଆନ୍ଦୋଳନରତ ସାଂସଦଙ୍କ ପାଖକୁ ଚା' ନେଇଗଲେ ହରିବଂଶ, ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ୱିତ ହୋଇ ଧାରଣାରେ ବସିଥିବା ଆଠ ରାଜ୍ୟସଭା ସାଂସଦଙ୍କ ପାଇଁ ନିଜେ ମଙ୍ଗଳବାର ସକାଳେ ଚା ଏବଂ ଜଳଖିଆ ନେଇ ଯାଇଥିଲେ ଉପାଧ୍ୟକ୍ଷ ହରିବଂଶ ସିଂହ। ରାଜ୍ୟସଭା ଉପାଧ୍ୟକ୍ଷ ନୁହେଁ ବରଂ ସହଯୋଗୀ ଭାବରେ ଆସିଥିଲି ବୋଲି ହରିବଂଶ କହିଛନ୍ତି। ତେବେ ବିରୋଧୀ ଆଠ ସାଂସଦ ଚା କିମ୍ୱା ଜଳଖିଆ ଖାଇନଥିବା ସୂଚନା ରହିଛି। ହରିବଂଶଙ୍କ ଏହଳି ବ୍ୟବହାରକୁ ଆଜିସମସ୍ତେ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ୍ କରି […]

HARIBANGSH

HARIBANGSH

Subhransu Sekhar
  • Published: Tuesday, 22 September 2020
  • Updated: 22 September 2020, 12:31 PM IST

Sports

Latest News

ନୂଆଦିଲ୍ଲୀ: ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ୱିତ ହୋଇ ଧାରଣାରେ ବସିଥିବା ଆଠ ରାଜ୍ୟସଭା ସାଂସଦଙ୍କ ପାଇଁ ନିଜେ ମଙ୍ଗଳବାର ସକାଳେ ଚା ଏବଂ ଜଳଖିଆ ନେଇ ଯାଇଥିଲେ ଉପାଧ୍ୟକ୍ଷ ହରିବଂଶ ସିଂହ। ରାଜ୍ୟସଭା ଉପାଧ୍ୟକ୍ଷ ନୁହେଁ ବରଂ ସହଯୋଗୀ ଭାବରେ ଆସିଥିଲି ବୋଲି ହରିବଂଶ କହିଛନ୍ତି। ତେବେ ବିରୋଧୀ ଆଠ ସାଂସଦ ଚା କିମ୍ୱା ଜଳଖିଆ ଖାଇନଥିବା ସୂଚନା ରହିଛି।

ହରିବଂଶଙ୍କ ଏହଳି ବ୍ୟବହାରକୁ ଆଜିସମସ୍ତେ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ୍ କରି ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଏହା ପ୍ରେରଣାଦୟକ, ଜଣେ ଷ୍ଟେଟସମେନର ଆଚରଣ।

ହରିବଂଶଙ୍କ ଆଚରଣ ବିହାରର ମାନବିକତା ଏବଂ ଆଚରଣକୁ ଦର୍ଶାଉଛି। ଏଭଳି ଆଚରଣ ପ୍ରତ୍ୟେକ ଗଣତନ୍ତ୍ର ପ୍ରେମୀଙ୍କୁ ଗର୍ବିତ କରିବ। କିଛି ଦିନ ପୂର୍ବରୁ ଯେଉଁମାନେ ତାଙ୍କୁ ଆକ୍ରମଣ କରିଥିଲେ ଏବଂ ଅପମାନିତ କରିଥିଲେ ଆଜି ସେଇମାନଙ୍କୁ ନିଜର ଭାବି ଚା ’ ନେଇଯିବା ଏହା ହିଁ ହରିବଂଶଙ୍କ ବ୍ୟକ୍ତିତ୍ୱକୁ ପରିପ୍ରକାଶ କରିଛି। ହରିବଂଶ ଜଣେ ନମ୍ର ଏବଂ ଏକ ବଡ଼ ହୃଦୟର ବ୍ୟକ୍ତି ବୋଲି ମୋଦି କହିଛନ୍ତି।

https://twitter.com/ANI/status/1308235652970868736

ବିରୋଧୀ ବିରୋଧୀ ସାଂସଦମାନେ ମଧ୍ୟ ରାଜ୍ୟସଭାର ଉପାଧ୍ୟକ୍ଷଙ୍କ ଏଭଳି ଆଚରଣକୁ ପ୍ରଶଂସା କରିଛନ୍ତି। ସରକାରଙ୍କ ତରଫରୁ ମଧ୍ୟ କେହି ତାଙ୍କ କଥା ବୁଝିନଥିବା ଆନ୍ଦୋଳନରତ ସାଂସଦ କହିଛନ୍ତି। ହେଲେ ଅନେକ ବିରୋଧୀଦଳ ନେତା ତାଙ୍କ ବିଷୟରେ ପଚାରିବାକୁ ଏବଂ ଦେଖା କରିବାକୁ ଆସିଥିଲେ ବୋଲି ସେମାନେ କହିଛନ୍ତି। ଏହି ପ୍ରଦର୍ଶନ ଜାରି ରହିବ ବୋଲି କଂଗ୍ରେସ ସାଂସଦ ରିପୁନ୍ ବୋରା କହିଛନ୍ତି।

ରବିବାର ରାଜ୍ୟସଭାରେ କୃଷି ବିଲ୍ ପାରିତ ହେବା ବେଳେ ଉପାଧ୍ୟକ୍ଷଙ୍କ ଆସନ ପାଖକୁ ଆସି ବିରୋଧୀ ହଙ୍ଗାମା କରିଥିଲେ। ଯାହାକୁ ନେଇ ଗୃହର ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କ୍ଷୁବ୍ଧ ହୋଇ ନିୟମ ଅନୁଯାୟୀ ଆଠ ସାଂସଦଙ୍କୁ ସପ୍ତାହେ ପାଇଁ ନିଲମ୍ୱନ କରିଛନ୍ତି। ଏହାପରେ ସେମାନେ ଧାରଣାରେ ବସିଛନ୍ତି। ଇତି ମଧ୍ୟରେ ବିରୋଧୀଙ୍କ ଦ୍ୱାରା ହରିବଂଶଙ୍କ ବିରୋଧରେ ଆସିଥିବା ଅବିଶ୍ୱାସ ପ୍ରସ୍ତାବ ଖାରଜ ହୋଇଛି।

ତେବେ ସଂସଦରେ ଯେଉଁଭଳି ବିରୋଧୀ ଆଚରଣ ଦେଖାଇଲେ ତାହା ତାଙ୍କୁ ମର୍ମାହତ କରିଛି ବୋଲି ହରିବଂଶ କହିଛନ୍ତି। ଏହାକୁ ନେଇ ସେ ଦିନିକିଆ ଉପବାସ କରିବେ ବୋଲି କହିଛନ୍ତି।

https://twitter.com/ANI/status/1308249540227526656

ନିଲମ୍ୱିତ ହୋଇଥିବା ଆଠ ସାଂସଦ ହେଲେ ଡେରେକ ଓ’ବ୍ରାଇନ୍ (ଟିଏମସି), ସଞ୍ଜୟ ସିଂ (ଆପ୍), ରାଜୀବ ସତଭ (କଂଗ୍ରେସ), କେ.କେ ରାଗଶ (ସିପିଆଇ-ଏମ), ସୟଦ ନାଜିର ହୁସେନ୍ (କଂଗ୍ରେସ), ରିପୁନ୍ ବୋରେନ୍ (କଂଗ୍ରେସ), ଡୋଲା ସେନ୍ (ଟିଏମସି) ଏବଂ ଏଲାରାମ କରିମ (ସିପିଆଇ-ଏମ) |

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story