ଚେନ୍ନାଇ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ଜିନପିଙ୍ଗଙ୍କ ମଧ୍ୟରେ ତାମିଲନାଡୁର ମହାବଲୀପୁରମର କାଭେ ରିସୋର୍ଟରେ ଦ୍ୱିପାକ୍ଷିକ ଅର୍ଥନୀତିକ ସମ୍ମିଳନୀ ଆରମ୍ଭ ହୋଇଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ତାମିଲନାଡୁର ମହାବଲୀପୁରମ ସମୁଦ୍ର କୂଳରେ ପ୍ରାତଃ ଭ୍ରମଣ କରିଛନ୍ତି। ଏହି ସମୟରେ ସେ ସମୁଦ୍ର କୂଳରେ ପଡ଼ିଥିବା ଅଳିଆ ଉଠାଉଥିବା ଦେଖିବାକୁ ମିଳିଛି। ସମସ୍ତ ଅଳିଆକୁ ଉଠାଇ ସେ ରହୁଥିବା ହୋଟେଲର କର୍ମଚାରୀ ଜୟରାଜଙ୍କୁ ଦେଇଥିବା ଟୁଇଟ୍ କରି କହିଛନ୍ତି। ପାଖାପାଖି ଅଧଘଣ୍ଟାଏ ଧରି ମୋଦି ସମୁଦ୍ର କୂଳରେ ସଫେଇ କରିଥିଲେ ବୋଲି ଟୁଇଟ କରି କହିଛନ୍ତି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦି ତାଜ ହୋଟେଲରେ ରହୁଛନ୍ତି।
Plogging at a beach in Mamallapuram this morning. It lasted for over 30 minutes.
Also handed over my ‘collection’ to Jeyaraj, who is a part of the hotel staff.
Let us ensure our public places are clean and tidy!
Let us also ensure we remain fit and healthy. pic.twitter.com/qBHLTxtM9y
— Narendra Modi (@narendramodi) October 12, 2019
ପ୍ରାତଃ ଭ୍ରମଣ କରୁଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ଟର୍ଚ୍ଚ ଲାଇଟ୍ ଭଳି ଏକ ଛୋଟିଆ ଜିନିଷଟିଏ ହାତରେ ଧରିଥିଲେ। ଯାହାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି। ତେବେ ସେ ହାତରେ ଧରିଥିବା ଜିନିଷଟି ଆକ୍ୱା ଫୁଟରୋଲର ବୋଲି ଜଣାପଡ଼ିଛି। ଏହି ଆକ୍ୱା ଫୁଟରୋଲରକୁ ଦୁଇ ହାତରେ ଧରି ଘଷି ହେଲେ ଥକାପଣ କମିଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।