୧୧ରେ ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସକୁ ନେଇ ସୋମବାର ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ। ଏହି ବୈଠକ ଅପରାହ୍ଣ ୪ଟା ବେଳେ ହେବ। ବୈଠକରେ କୋଭିଡ୍-୧୯ ଟିକାକରଣକୁ ନେଇ ମୋଦି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ରବିବାର DCGI ଦେଶରେ ପ୍ରସ୍ତୁତ ହେଉଥିବା କରୋନା ଟିକା କୋଭିଶିଲ୍ଡ ଓ କୋଭାକ୍ସିନକୁ ଅନୁମୋଦନ ଦେଇଥିଲା। ଯାହା ପରେ ଭାରତ ସରକାର ଚଳିତ ମାସ ୧୩ ତାରିଖ ସୁଦ୍ଧା ଟିକାକରଣ ପ୍ରକ୍ରିୟା ଆରମ୍ଭ […]

modi

modi

Ranjit Kumar Jena
  • Published: Friday, 08 January 2021
  • Updated: 08 January 2021, 06:41 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସକୁ ନେଇ ସୋମବାର ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ। ଏହି ବୈଠକ ଅପରାହ୍ଣ ୪ଟା ବେଳେ ହେବ। ବୈଠକରେ କୋଭିଡ୍-୧୯ ଟିକାକରଣକୁ ନେଇ ମୋଦି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ।

ରବିବାର DCGI ଦେଶରେ ପ୍ରସ୍ତୁତ ହେଉଥିବା କରୋନା ଟିକା କୋଭିଶିଲ୍ଡ ଓ କୋଭାକ୍ସିନକୁ ଅନୁମୋଦନ ଦେଇଥିଲା। ଯାହା ପରେ ଭାରତ ସରକାର ଚଳିତ ମାସ ୧୩ ତାରିଖ ସୁଦ୍ଧା ଟିକାକରଣ ପ୍ରକ୍ରିୟା ଆରମ୍ଭ କରିବାକୁ ଘୋଷଣା କରିଥିଲେ। ଟିକାକରଣ ପୂର୍ବରୁ ସବୁ ରାଜ୍ୟରେ ଡ୍ରାଏ ରନ୍ ମଧ୍ୟ ଆରମ୍ଭ ହୋଇସାରିଛି।

ଭାରତରେ କରୋନା ଭାଇରସ୍ ମାମଲା ଲଗାତର ହ୍ରାସ ପାଉଛି। ଗତ ୨୪ ଘଣ୍ଟାରେ ୧୮୧୩୯ ନୂଆ କରୋନା ମାମଲା ସାମ୍ନାକୁ ଆସିଛି ଏବଂ ୨୦,୫୩୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos