ମୋଦି ସରକାର ୨.୦କୁ ବର୍ଷେ: ଦେଶବାସୀଙ୍କୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବିପୁଳ ଜନମତ ସମର୍ଥନରେ ଦ୍ୱିତୀୟ ଥର ପାଇଁ କ୍ଷମତା ଦଖଲ କରିଥିବା ବିଜେପି ନେତୃତ୍ୱାଧୀନ ମୋଦି ସରକାରଙ୍କୁ ଆଜି ବର୍ଷେ ପୁରିଛି। କରୋନା ଲକଡାଉନ ଯୋଗୁ ବିଜେପି ପକ୍ଷରୁ କୌଣସି ପ୍ରକାରର ବଡ଼ କାର୍ଯ୍ୟକ୍ରମର ଆୟୋଜନ କରାଯାଉନାହିଁ। ତଥାପି ଦଳ ଭର୍ଚୁଆଲ ରାଲି କରିବାକୁ ନିଷ୍ପତ୍ତି ନେଇଛି। ଆଜି ମୋଦି ୨.୦ ସରକାରଙ୍କ ବର୍ଷପୂର୍ତ୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିଛନ୍ତି। ଚିଠିରେ ସେ କରୋନା ଲଢ଼େଇ ଠାରୁ ଦେଶର ଅର୍ଥନୀତି […]

f

f

Hemant Lenka
  • Published: Saturday, 30 May 2020
  • Updated: 30 May 2020, 07:51 AM IST

Sports

Latest News

ନୂଆଦିଲ୍ଲୀ: ବିପୁଳ ଜନମତ ସମର୍ଥନରେ ଦ୍ୱିତୀୟ ଥର ପାଇଁ କ୍ଷମତା ଦଖଲ କରିଥିବା ବିଜେପି ନେତୃତ୍ୱାଧୀନ ମୋଦି ସରକାରଙ୍କୁ ଆଜି ବର୍ଷେ ପୁରିଛି। କରୋନା ଲକଡାଉନ ଯୋଗୁ ବିଜେପି ପକ୍ଷରୁ କୌଣସି ପ୍ରକାରର ବଡ଼ କାର୍ଯ୍ୟକ୍ରମର ଆୟୋଜନ କରାଯାଉନାହିଁ।

ତଥାପି ଦଳ ଭର୍ଚୁଆଲ ରାଲି କରିବାକୁ ନିଷ୍ପତ୍ତି ନେଇଛି। ଆଜି ମୋଦି ୨.୦ ସରକାରଙ୍କ ବର୍ଷପୂର୍ତ୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିଛନ୍ତି। ଚିଠିରେ ସେ କରୋନା ଲଢ଼େଇ ଠାରୁ ଦେଶର ଅର୍ଥନୀତି ଓ ବାତ୍ୟା ଅମ୍ପାନ ବିପର୍ଯ୍ୟୟ କଥା ଉଲ୍ଲେଖ କରିଛନ୍ତି।

ସେ ଲେଖିଛନ୍ତି, ଗତବର୍ଷ ଆଜିର ଦିନରେ ଭାରତୀୟ ଗଣତନ୍ତ୍ରରେ ଏକ ସୁବର୍ଣ୍ଣ ଯୁଗର ଆରମ୍ଭ ହୋଇଥିଲା। ଦୀର୍ଘ ଦଶନ୍ଧି ପରେ ଲୋକମାନେ ଗୋଟିଏ କାର୍ଯ୍ୟରତ ସରକାରଙ୍କୁ ପୁଣିଥରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାର ସହ ଶାସନ କରିବାକୁ ମନୋନୀତ କରିଥିଲେ। ମୁଁ ପୁଣିଥରେ ୧୩୦ କୋଟି ଭାରତୀୟ ଓ ଭାରତର ଗଣତାନ୍ତ୍ରିକ ପରମ୍ପରା ଆଗରେ ଶତଶତ ପ୍ରଣାମ କରୁଛି।

ସାଧାରଣ ସମୟ ହୋଇଥିଲେ ମୁଁ ଆପଣମାନଙ୍କ ମଧ୍ୟରେ ରହିଥାଆନ୍ତି। ହେଲେ ବର୍ତ୍ତମାନର ସମୟ ଆମକୁ ଏଥିପାଇଁ ଅନୁମତି ଦେଉନାହିଁ। ଖାସ୍‌ ଏହି କାରଣର ପାଇଁ ଚିଠି ଲେଖି ମୁଁ ଆପଣମାନଙ୍କ ଆଶୀର୍ବାଦ କାମନା କରୁଛି। ଆପଣଙ୍କ ଭଲ ପାଇବା, ଶୁଭେଚ୍ଛା ଓ ସହଯୋଗ ସର୍ବଦା ପ୍ରେରଣା ଯୋଗାଇ ଆସିଛି।

୨୦୧୪ରୁ ୨୦୧୯ ମଧ୍ୟରେ ଭାରତର ସ୍ଥିତି ଅହେତୁକ ଭାବେ ବୃଦ୍ଧି ପାଇଛି। ଗରିବଙ୍କ ଆତ୍ମସମ୍ମାନକୁ ଗୁରୁତ୍ୱ ଦିଆଯାଇଛି। ସମସ୍ତଙ୍କ ପାଇଁ ଘର ଠାରୁ ଆରମ୍ଭ କରି ଗ୍ୟାସ ଓ ବିଜୁଳି ମିଳିଛି। ଦୀର୍ଘ ଦିନ ଧରି ଦାବି ଉଠୁଥିବା ଓଆରଓପି, ଗୋଟିଏ ଦେଶ ଗୋଟିଏ ଟିକସ ଓ ଚାଷୀଙ୍କ ଏମଏସପି ପୂରଣ ହୋଇପାରିଛି। ଜନ ଶକ୍ତି ଓ ରାରଷ୍ଟ୍ର ଶକ୍ତି ସମସ୍ତଙ୍କୁ ଏକାଠି କରିପାରିଛି। ସବକା ସାଥ, ସବକା ବିକାଶ ଓ ସବକା ବିଶ୍ୱାସ ଦିଗରେ ସରକାର ଗତି କରିବାରେ ଲାଗିଛନ୍ତି।

ଗତ ଗୋଟିଏ ବର୍ଷ ମଧ୍ୟରେ ଧାରା ୩୭୦ର ଉଚ୍ଛେଦ, ରାମ ମନ୍ଦିର ନିର୍ମାଣ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦ୍ୱାରା ଦେଶରେ ଶହଶହ ବର୍ଷ ଧରି ଚାଲିଥିବା ବିତର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଟ୍ରପିଲ ତଲାକ ଭଳି କୁତ୍ସିତ ପ୍ରଥା ଏବେ ଇତିହାସର ଡଷ୍ଟବିନରେ ପଡ଼ିଛି। ନାଗରିକତା ଆଇନର ସଂଶୋଧନ ଭାରତର ଏକ ବଡ଼ ଉପଲବ୍ଧି। କିନ୍ତୁ ଦେଶରେ ଏମିତି କିଛି ନିଷ୍ପତ୍ତି ନିଆଯାଇଛି, ଯାହା ଦ୍ୱାରା ଦେଶର ବିକାଶ ଆଗକୁ ବଢ଼ିଛି।

୩ ସେନା ବାହିନୀ ମଧ୍ୟରେ ସମନ୍ୱୟ ରଖିବା ପାଇଁ ସିଡିଏସ ଗଠନ ହୋଇଛି। ଏହି ସମୟରେ ଭାରତ ମିଶନ ଗଗନଯାନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଗରିବ, ଚାଷୀ ଓ ମହିଳାଙ୍କୁ ସଶକ୍ତ କରିବା ହିଁ ଆମର ମୂଳଲକ୍ଷ୍ୟ। ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ମାତ୍ର ବର୍ଷକ ଭିତରେ ୯,୫୦,୦୦,୦୦୦ ଚାଷୀଙ୍କ ଖାତାରେ ୭୨ ହଜାର କୋଟି ଟଙ୍କା ଜମା କରାଯାଇଛି। ୧୫ କୋଟି ଗ୍ରାମୀଣ ଲୋକଙ୍କୁ ପାଇପ ଯୋଗେ ପାଣି ଯୋଗାଇ ଦେବା ପାଇଁ ଜଳ ଜୀବନ ମିଶନ ଆରମ୍ଭ ହୋଇଛି।

ପ୍ରଥମଥର ପାଇଁ ଆମ ଦେଶରେ ଚାଷୀ, ଶ୍ରମିକ ଓ ଛୋଟ ଦୋକାନୀଙ୍କୁ ୬୦ ବର୍ଷ ପରେ ୩ ହଜାର ଟଙ୍କାର ପେନସନ ଦେବାର ବ୍ୟବସ୍ଥା ହୋଇଛି। ଦେଶର ଅର୍ଥନୀତିକୁ ଶକ୍ତିଶାଳୀ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ମୋର ଆଶା ଦେଶର ଅର୍ଥନୀତି ଆଗକୁ ନିଶ୍ଚିତ ଭାବେ ଭଲ ପ୍ରଦର୍ଶନ କରିବ। ଟ୍ରେଡରମାନେ ଭୋଗୁଥିବା ସମସ୍ୟାର ସମାଧାନ କରିବା ପାଇଁ ବେପାରି କଲ୍ୟାଣ ବୋର୍ଡ ଗଠନ ହୋଇଛି।

୭ କୋଟିରୁ ଅଧିକ ମହିଳାଙ୍କ ସ୍ୱଂୟ ସହାୟକ ଗୋଷ୍ଠୀରେ ସାମିଲ କରାଯାଇଛି। ପୂର୍ବରୁ ଏହି ଗୋଷ୍ଠୀ ପାଇଁ ୧୦ ଲକ୍ଷ ଟଙ୍କାର ଋଣ ବ୍ୟବସ୍ଥା ଥିବା ବେଳେ ଏବେ ଏହାକୁ ୨୦ ଲକ୍ଷକୁ ବୃଦ୍ଧି କରାଯାଇଛି। ଆଦିବାସୀ ପିଲାଙ୍କ ଶିକ୍ଷାଦାନ ପାଇଁ ଆମେ ୪୦୦ଟି ନୂଆ ଏକଲବ୍ୟ ମଡେଲ ରେସିଡେଣ୍ଟାଲ ସ୍କୁଲର ନିର୍ମାଣ କାମ ଆରମ୍ଭ କରିଛୁ।

ବର୍ତ୍ତମାନ ମହାମାରୀ କରୋନା ସାରା ବିଶ୍ୱ ସମେତ ଭାରତରେ ମଧ୍ୟ ତା’ର କାୟା ବିସ୍ତାର କରିଛି। ସମସ୍ତେ ଭାବୁଛନ୍ତି ଭାରତରେ କରୋନା କାୟା ବିସ୍ତାର କରୁଥିବାରୁ ଏହା ବିଶ୍ୱ ପାଇଁ ବିପଦ ସୃଷ୍ଟି କରିବ। କିନ୍ତୁ ଆମେ ସମସ୍ତେ ମିଳିତ ଭାବେ ବିଶ୍ୱବାସୀଙ୍କ ଚିନ୍ତାଧାରାକୁ ବଦଳାଇ ପାରିବା। କରୋନା ସହ ଆମ ଲଢ଼େଇ ବିଶ୍ୱବାସୀଙ୍କୁ ଚକିତ କରିଛି। ସେମାନେ ଆମକୁ ଏବେ ଦେଖିବାରେ ଲାଗିଛନ୍ତି।

ଭାରତୀୟଙ୍କ ଏକତା ବିଶ୍ୱର ଶକ୍ତିଶାଳୀ ଓ ଧନୀ ରାଷ୍ଟ୍ରକୁ ମଧ୍ୟ ପଛରେ ପକାଇ ଦେଇଛି। ଏକତା ଦ୍ୱାରା ସବୁ ସମ୍ଭବ ବୋଲି ଆମେ ପ୍ରମାଣ କରି ଦେଖାଇଛୁ। ତାଳି ମାରି ହେଉ କିମ୍ବା ଦୀପ ଜାଳି ହେଉ କରୋନା ଯୋଦ୍ଧାକୁ ଆମେ ସମ୍ମାନ ଜଣାଇଛେ। ବାୟୁସେନା ବି କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଛି। ଜନତା କର୍ଫ୍ୟୁ ହେଉ କିମ୍ବା ଲକଡାଉନ କଟକଣା ହେଉ ଆପଣମାନେ ସର୍ବଦା ଏକ ଭାରତ ନୀତିକୁ ସମ୍ମାନ ଓ ସମର୍ଥନ ଜଣାଇଛନ୍ତି। ଏକ ଭାରତ ଓ ଶ୍ରେଷ୍ଠ ଭାରତର ଉଦାହାରଣ ସୃଷ୍ଟି ହୋଇଛି।

କରୋନା ଯୋଗୁ ଆମ ଦେଶର ଶ୍ରମିକଙ୍କ ଠାରୁ ହକର ଓ ସାଧାରଣ ଲୋକ ବହୁ କଷ୍ଟ ସହୁଛନ୍ତି। ତେଣୁ ଆମକୁ ଏକାଠି ହୋଇ ସେମାନଙ୍କ ସମସ୍ୟାକୁ ଦୂର କରିବାକୁ ପ୍ରୟାସ କରିବାକୁ ପଡ଼ିବ। ତେବେ ଆମେ ସାମ୍ନା କରୁଥିବା ସମସ୍ୟା ଯେମିତି ବିପର୍ଯ୍ୟୟରେ ପରିଣତ ନ ହେବ, ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ।

ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଅନେକ ସହନଶୀଳତା ଦେଖାଇଛୁ। ଆଗକୁ ମଧ୍ୟ ଆମକୁ ଧୈଯ୍ୟ ଦେଖାଇବାକୁ ପଡ଼ିବ। ଏହା ଏକ ଲମ୍ବା ଯୁଦ୍ଧ। କିନ୍ତୁ ଏକାଠି ଆମେ ବିଜୟୀ ହେବା ବୋଲି ମୋର ଆଶା।

ଗତ କିଛି ଦିନ ହେବ ସୁପର ସାଇକ୍ଲୋନ ଓଡ଼ିଶା ଓ ପଶ୍ଚିମବଙ୍ଗରେ ଭୟଙ୍କର ସ୍ଥିତି ସୃଷ୍ଟି କରିଥିଲା। ଏଭଳି ପରିସ୍ଥିତିରେ ଏହି ଦୁଇ ରାଜ୍ୟର ଲୋକ ଧୈର୍ଯ୍ୟ ପ୍ରଦର୍ଶନ କରିଛନ୍ତି। ସେମାନଙ୍କ ସାହସ ପୂରା ଭାରତକୁ ପ୍ରେରଣା ଯୋଗାଇଛି।

କରୋନା ଲଢ଼େଇ ଭିତରେ ଦେଶର ଅର୍ଥନୀତି କେମିତି ଟ୍ରାକୁ ଫେରିବ, ତା’କୁ ନେଇ ବିତର୍କ ଚାଲିଛି। ତେବେ ଯେଉଁଭଳି ଭାବେ ଭାରତୀୟମାନେ ସାହସ ଓ ଏକତାର ସହ କରୋନା ବିରୋଧରେ ଲଢ଼େଇ କରି ବିଶ୍ୱ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି, ଠିକ ସେହିପରି ଦେଶର ଅର୍ଥନୀତିକୁ ମଧ୍ୟ ଆଗକୁ ନେବେ। ୧୩୦ କୋଟି ଭାରତୀୟ କେବଳ ବିଶ୍ୱବାସୀଙ୍କୁ ଚକିତ କରିବେ ନାହିଁ ବରଂ ସେମାନଙ୍କ ପାଇଁ ପ୍ରେରଣା ମଧ୍ୟ ସାଜିବେ। ଏବେକାର ସମୟରେ ଆମକୁ ଆତ୍ମନିର୍ଭର ନୀତିକୁ ଆପଣାଇବାକୁ ପଡ଼ିବ। ୨୦ ଲକ୍ଷ କୋଟିର ପ୍ୟାକେଜ ଆତ୍ମନିର୍ଭର ଭାରତ ଅଭିଯାନକୁ ଅଧିକ ସଶକ୍ତ କରିବ।

ଆମେ ସମସ୍ତେ ଦେଶର ସଫଳତା କାମନା କରିବା। ଭାରତୀୟଙ୍କ ଏକତା ପାଇଁ ମୁଁ ପୁଣିଥରେ ସମସ୍ତଙ୍କୁ ହାତ ଯୋଡ଼ି ନମସ୍କାର କରୁଛି। ସୁସ୍ଥ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story