ନୂଆଦିଲ୍ଲୀ: ସୋଶାଲ ମିଡିଆ କଥା ଆସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଥା ଆପେ ଆସିଯାଏ। ଭାରତରେ ସୋଶାଲ ମିଡିଆ ବ୍ୟାପକ ହେବା ପରେ ହିଁ ସେ ସରକାରକୁ ଆସିଛନ୍ତି। ତେବେ ସେ ଯଦି ସୋଶାଲ ମିଡିଆ ଛାଡ଼ିବାକୁ ସନ୍ଦେଶ ଦେବେ କେମିତି ମନେ ହେବ।
https://twitter.com/narendramodi/status/1234500451850018818?s=20
ଆଜ୍ଞା ହଁ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି ଏଭଳି ଘୋଷଣା କରିଛନ୍ତି। ସେ କହିଛନ୍ତି, “ଆସନ୍ତା ରବିବାର ମୋର ଫେସବୁକ୍, ଟ୍ୱିଟର, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ ଆଦି ସୋସିଆଲ ମିଡିଆ ଆକାଉଣ୍ଟରୁ ବିଶ୍ରାମ ନେବାକୁ ଚିନ୍ତା କରୁଛି। ଆପଣମାନେ ପୋଷ୍ଟ କରୁଥା’ନ୍ତୁ।” ଏହି ଟ୍ୱିଟ୍କୁ ଶେଷ ଖବର ସୁଦ୍ଧା ୨୨ ହଜାରରୁ ଅଧିକ ଲୋକ ଲାଇକ୍ କରିସାରିଲେଣି।
ସୂଚନାଯୋଗ୍ୟ ଯେ, ସୋଶାଲ ମିଡିଆରେ ମୋଦି ଅନେକ ପ୍ରସିଦ୍ଧ ଲୋକଙ୍କୁ ପଛରେ ପକାଇ ସର୍ଭାଗ୍ରେ ଅଛନ୍ତି। ମୋଦିଙ୍କୁ ବର୍ତ୍ତମାନ ଫେସବୁକ୍ରେ ୪୪ ମିଲିଅନ୍ ଲୋକ ଅନୁସରଣ କରୁଛନ୍ତି। ଇନ୍ଷ୍ଟାଗ୍ରାମ୍ରେ ଏହି ସଂଖ୍ୟା ୩୫.୨ ମିଲିଅନ୍ ରହିଛି। ଟ୍ୱିଟରରେ ତାଙ୍କୁ ୫୩.୩ ମିଲିଅନ୍ ଲୋକ ଅନୁସରଣ କରୁଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
SpaDeX ମିଶନର ସଫଳ ଉତକ୍ଷେପଣ, ଚନ୍ଦ୍ରଯାନ-୪ ଓ ଗଗନଯାନ ପାଇଁ ବାଟ ଫିଟିଲା
ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରର ପ୍ରଥମ ଲଞ୍ଚ ପ୍ୟାଡରୁ ୨ଟି ସ୍ପେଶକ୍ରାଫ୍ଟ ମହାକାଶକୁ ପଠାଯାଇଛି। ୨୨୦ କିଲୋଗ୍ରାମ ଓଜନ ବିଶିଷ୍ଟ ଚେଜର୍ ଓ ଟାର୍ଗେଟ୍ ସ୍ପେଶକ୍ରାଫ୍ଟକୁ ମହାକାଶରେ ଯୋଡ଼ିବ।
Politics
‘କେରଳ ମିନି ପାକିସ୍ତାନ’ ବୟାନ ପାଇଁ ବିବାଦରେ ମନ୍ତ୍ରୀ ରାଣେ
କଂଗ୍ରେସର ରାହୁଲ ଗାନ୍ଧି ଓ କେରଳର ୱାୟନାଡରୁ ସାଂସଦ ହୋଇଥିବା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଟାର୍ଗେଟ କରିବା ବେଳେ ନୀତେଶ ରାଣେ କେରଳକୁ ମିନି ପାକିସ୍ତାନ କହିବାକୁ ମଧ୍ୟ ପଛାଇ ନାହାନ୍ତି।
National
୧୧ କୋଟି ଟଙ୍କା ଓ ୫୨ କେଜି ସୁନା ଜବତର ମାଷ୍ଟର ମାଇଣ୍ଡ ସୌରଭ ଶର୍ମା କିଏ? ଖୋଜୁଛନ୍ତି ୩ ତଦନ୍ତକାରୀ ସଂସ୍ଥା
କାର ଭିତରୁ ୧୧ କୋଟି ଟଙ୍କା ଓ ୫୨ କେଜି ଓଜନର ସୁନା ବିସ୍କୁଟ ଜବତ କରିଥିଲା। କୁହାଯାଉଛି ଏହି ଆଖି ଖୋସି ହେବା ଭଳି ସମ୍ପତ୍ତି ପଛର ମାଷ୍ଟରମାଇଣ୍ଡ ହେଉଛନ୍ତି ସୌରଭ ଶର୍ମା। ୩ ତଦନ୍ତକାରୀ ସଂସ୍ଥା ତାଙ୍କୁ ଖୋଜୁ ଥିଲେ ହେଁ ଏଯାଏ ତାଙ୍କ ସମ୍ପର୍କରେ କୌଣସି ଟେର୍ ପାଇନାହାନ୍ତି।
Politics
ହାଇଦ୍ରାବାଦ ଦଳାଚକଟା ଘଟଣା: 'ଆଇନ ଆଗରେ ସମସ୍ତେ ସମାନ' କହିଲେ ପୱନ କଲ୍ୟାଣ
ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ଉଚିତ ବୋଲି ଦର୍ଶାଇଛନ୍ତି ପୱନ କଲ୍ୟାଣ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ କଲେ ପ୍ରଶଂସା।
Politics
ରାହୁଲ ଗାନ୍ଧିଙ୍କ ଭିଏତନାମ ଟ୍ରିପକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ
ମନମୋହନ ସିଂହଙ୍କ ଅସ୍ତିକୁ ସଂଗ୍ରହ ପାଇଁ ଗାନ୍ଧି ପରିବାରର କେହି ଉପସ୍ଥିତ ନଥିବାରୁ ଦିନକ ତଳେ ବିଜେପି ଏହା ଉପରେ ପ୍ରଶ୍ନ ଉଠାଇଥିଲା।