ଚାଷୀଙ୍କ ଆକାଉଣ୍ଟରେ ଜମା ହେଲା ୧୮ ହଜାର କୋଟି

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ପିଏମ୍‌ କିଷାନ ସମ୍ମାନ ନିଧି ଯୋଜନାରେ ପରବର୍ତ୍ତୀ କିସ୍ତି ଚାଷୀମାନଙ୍କୁ ପ୍ରଦାନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ଏହି କିସ୍ତିରେ ୯ କୋଟିରୁ ଅଧିକ କୃଷକ ପରିବାରଙ୍କ ବ୍ୟାଙ୍କଖାତାରେ ୧୮ ହଜାର କୋଟି ଟଙ୍କା ସିଧାସଳଖ ଡିବିଟି ବ୍ୟବସ୍ଥାରେ ଜମା ହୋଇଛି । ଏହି ଯୋଜନା ଆରମ୍ଭ ହେବାଠାରୁ ଏ ଯାବତ୍‌ ହିତାଧିକାରୀ ଚାଷୀଙ୍କ ଜମାଖାତାରେ ଏକଲକ୍ଷ […]

pm-modi

pm-modi

Subhransu Sekhar
  • Published: Friday, 25 December 2020
  • Updated: 25 December 2020, 08:13 PM IST

Sports

Latest News

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ପିଏମ୍‌ କିଷାନ ସମ୍ମାନ ନିଧି ଯୋଜନାରେ ପରବର୍ତ୍ତୀ କିସ୍ତି ଚାଷୀମାନଙ୍କୁ ପ୍ରଦାନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ଏହି କିସ୍ତିରେ ୯ କୋଟିରୁ ଅଧିକ କୃଷକ ପରିବାରଙ୍କ ବ୍ୟାଙ୍କଖାତାରେ ୧୮ ହଜାର କୋଟି ଟଙ୍କା ସିଧାସଳଖ ଡିବିଟି ବ୍ୟବସ୍ଥାରେ ଜମା ହୋଇଛି । ଏହି ଯୋଜନା ଆରମ୍ଭ ହେବାଠାରୁ ଏ ଯାବତ୍‌ ହିତାଧିକାରୀ ଚାଷୀଙ୍କ ଜମାଖାତାରେ ଏକଲକ୍ଷ ୧୦ ହଜାର କୋଟିରୁ ଅଧିକ ଟଙ୍କା ଜମା ହୋଇଛି  ।

ପଶ୍ଚିମବଂଗର ୭୦ ଲକ୍ଷରୁ ଅଧିକ ଚାଷୀ ଏହି ଯୋଜନାର ଲାଭ ପାଉ ନ ଥିବାରୁ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ପଶ୍ଚିମବଂଗର ୨୩ ଲକ୍ଷରୁ ଅଧିକ ଚାଷୀ ଅନଲାଇନ ବ୍ୟବସ୍ଥାରେ ଆବେଦନ କରି ଏହି ଯୋଜନାର ସୁଫଳ ନେବାକୁ ଆଗ୍ରହ ପ୍ରକାଶ କରିଛନ୍ତି; କିନ୍ତୁ ସେଠାକାର ରାଜ୍ୟ ସରକାର ସଂପୃକ୍ତ ଚାଷୀମାନଙ୍କ ଚିହ୍ନଟ ପ୍ରକି୍ରୟାକୁ ଏଯାଏଁ ବନ୍ଦକରି ରଖିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେଉଁ ସବୁଦଳ ପଶ୍ଚିମବଂଗର ଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ ସ୍ୱର ଉତ୍ତୋଳନ କରୁନାହାନ୍ତି, ସେ ସବୁ ଦଳର ନେତାମାନେ ଦିଲ୍ଲୀ ଆସି ଚାଷୀମାନଙ୍କ ସ୍ୱାର୍ଥରକ୍ଷା କଥା କହୁଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହିସବୁ ଦଳ ଏବେ ଏପିଏମ୍‌ସି ମଣ୍ଡିକୁ ଭୁଲି ଯାଇଛନ୍ତି । ତେବେ ଏହିସବୁ ଦଳ ଏବେ ବାରମ୍ବାର ଭୁଲି ଯାଉଛନ୍ତି ଯେ କେରଳରେ ଏପିଏମ୍‌ସି ମଣ୍ଡି ନାହିଁ; ଅଥଚ ସେଠାକାର ଲୋକେ ଆନେ୍ଦାଳନ କରୁନାହାନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଚାଷୀମାନଙ୍କର ଚାଷରେ ହେଉଥିବା ଅର୍ଥ ବିନିଯୋଗକୁ କମାଇବା ଲକ୍ଷ୍ୟରେ ସରକାର କାମ ଆରମ୍ଭ କରିଛନ୍ତି । ଏହାଦ୍ୱାରା ଚାଷୀଙ୍କର ଉତ୍ପାଦନ ଖର୍ଚ୍ଚ କମିବ। ଏବେ କୋଟି କୋଟି ଚାଷୀ ପ୍ରଧାନମନ୍ତ୍ରୀ ଶସ୍ୟବୀମା ଯୋଜନାର ଲାଭ ଉଠାଉଛନ୍ତି ବୋଲି ମୋଦି କହିଛନ୍ତି।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଦେଶର ଚାଷୀ ଯେପରି ସେମାନଙ୍କ ଉତ୍ପାଦିତ ଫସଲ ଉପରେ ଉଚିତ ମୂଲ୍ୟ ପାଆନ୍ତି ତାହା ନିଶ୍ଚିତ କରିବାକୁ ସରକାର ସବୁପ୍ରକାର ଉଦ୍ୟମ କରୁଛନ୍ତି । ବହୁଦିନ ଧରି ପଡିରହିଥିବା ସ୍ୱାମୀନାଥନ୍‌ କମିଟି ରିପୋର୍ଟକୁ ତାଙ୍କ ସରକାର କାର୍ଯ୍ୟକାରୀ କରି ତଦନୁସାରେ ଚାଷୀଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ୍‌ଏସ୍‌ପି ଘୋଷଣା କରିଛନ୍ତି । ଏଥିରେ ଫସଲ ଉପରେ ଚାଷୀଙ୍କୁ ଉତ୍ପାଦିତ ମୂଲ୍ୟଠାରୁ ଦେଢଗୁଣ ଅଧିକ ଅର୍ଥ ଦିଆଯାଉଛି । ସେହିଭଳି ଏମ୍‌ଏସ୍‌ପି ବ୍ୟବସ୍ଥା ଥିବା ଫସଲର ସଂଖ୍ୟା ବଢାଇ ଦିଆଯାଇଛି । ତେଣୁ ବିଭିନ୍ନ ପ୍ରକାର ଫସଲ କରୁଥିବା ଚାଷୀ ଏହାର ଲାଭ ପାଉଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୃଷି ସଂସ୍କାର କାର୍ଯ୍ୟକ୍ରମ ମାଧ୍ୟମରେ ଚାଷୀମାନଙ୍କୁ ଉତ୍ତମ ବିକଳ୍ପ ଯୋଗାଇ ଦିଆଯାଇଛି । ନୂଆ କୃଷି ଆଇନ କାର୍ଯ୍ୟକାରୀ ହେବା ଫଳରେ ଚାଷୀମାନେ ନିଜର ଉତ୍ପାଦିତ ସାମଗ୍ରୀ ନିଜ ଇଛା ଅନୁସାରେ ବିକ୍ରି କରିବାର ସୁବିଧା ସୁଯୋଗ ଓ ଅଧିକାର ପାଇଛନ୍ତି । ସେମାନେ ଯେଉଁଠି ଅଧିକ ମୂଲ୍ୟ ଓ ଲାଭ ପାଇବେ ସେଠାରେ ନିଜ ଉତ୍ପାଦିତ ସାମଗ୍ରୀ ନିଦ୍ୱନ୍ଦ୍ୱର୍ରେ ବିକିପାରିବେ । ଏମ୍‌ଏସ୍‌ପି ଦରରେ କିମ୍ବା ନିଜ ମନପସନ୍ଦର ବଜାରରେ ଅଥବା ନିଜର ଉତ୍ପାଦିତ ସାମଗ୍ରୀକୁ ବିକ୍ରି କରିବାର ସୁଯୋଗ ସେମାନଙ୍କୁ ଦିଆଯାଇଛି । ସେମାନେ ଚାହିଁଲେ ନିଜ ସାମଗ୍ରୀକୁ ରପ୍ତାନୀ କରିପାରିବେ, ବଡ ବ୍ୟବସାୟୀଙ୍କୁ ବିକି ପାରିବେ, ଅନ୍ୟ ରାଜ୍ୟରେ ମଧ୍ୟ ବିକିବା ସହିତ ନିଜ ଇଛା ଅନୁସାରେ ଯାହା ଚାହିଁବେ ତାହା କରିପାରିବେ ।  ସର୍ବୋପରି ସେମାନେ ନିଜ ଉତ୍ପାଦିତ ସାମଗ୍ରୀକୁ ଏଫ୍‌ପିଓ ମାଧ୍ୟମରେ ବିକ୍ରିକରି ଭ୍ୟାଲୁଚେନରେ ଅଂଶୀଦାର ହେବାସହ ବିସ୍କୁଟ, ଚିପ୍ସ, ଜାମ ଏବଂ ଅନ୍ୟାନ୍ୟ ଖାଉଟି ସାମଗ୍ରୀ ପ୍ରସ୍ତୁତି ପ୍ରକ୍ରିୟାରେ ସାମିଲ ହୋଇପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story