ଅହମଦାବାଦ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ତାଙ୍କ ପତ୍ନୀ ସବିତା କୋବିନ୍ଦ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି। ଏହି ଅବସରରେ ଆଜି ସକାଳେ ଗାନ୍ଧିନଗର ସ୍ଥିତ ରାୟସନ ଗାଁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନଙ୍କୁ ଭେଟିଛନ୍ତି। ପାଖାପାଖି ୩୦ ମିନିଟ୍ ଧରି ରାଷ୍ଟ୍ରପତି ଓ ତାଙ୍କ ସ୍ତ୍ରୀ ହୀରାବେନଙ୍କ ସହ କଥା ହୋଇଥିଲେ। ସୂଚନାଯୋଗ୍ୟ, ହୀରାବେନ ତାଙ୍କ ସାନ ପୁଅ ପଙ୍କଜ ମୋଦିଙ୍କ ସହ ଏବେ ରହୁଛନ୍ତି।
ଏହାପରେ ରାଷ୍ଟ୍ରପତି ଗାନ୍ଧିନଗର ସ୍ଥିତ କୋବାରେ ଥିବା ମହାବୀର ଜୈନ ଆରାଧନା କେନ୍ଦ୍ରକୁ ଯାଇଥିଲେ। ଏହି କେନ୍ଦ୍ରରେ ଜୈନ ମନ୍ଦିର, ପୁସ୍ତକ ସଂଗ୍ରହାଳୟ ରହିଛି। ଯେଉଁଥିରେ ଭାରତୀୟ ଏବଂ ଜୈନ ସଂସ୍କୃତି ବାବଦରେ ଅନେକ ପୁସ୍ତକ ରହିଛି। ରାଷ୍ଟ୍ରପତି ଏହି ପୁସ୍ତକ ଗୁଡ଼ିକୁ ଦେଖିବା ପାଇଁ ଇଚ୍ଛୁକ ଥିଲେ। ତେଣୁ ଅକ୍ଚୋବର ୧୩ରେ ରାଷ୍ଟ୍ରପତିଙ୍କୁ ଆମନ୍ତ୍ରିତ କରାଯାଇଥିଲା ବୋଲି ମହାବୀର ଜୈନ ମନ୍ଦିରର ଆରାଧନା କେନ୍ଦ୍ର ପକ୍ଷରୁ କୁହାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପୁଣି ବଢ଼ିବ ବିୟର ଦାମ, ଖୁବଶୀଘ୍ର ଘୋଷଣା କରିବେ ସରକାର
ସରକାର ୨୦୨୪ ଅଗଷ୍ଟରେ ଷ୍ଟ୍ରଙ୍ଗ ବିୟର ବୋତଲ ଗୁଡ଼ିକ ଉପରେ ଅତିରିକ୍ତ ଅବକାରୀ ଟିକସ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ।
National
ରୋକୋ-ଟୋକୋ ଅଭିଯାନ ବେଳେ ବାଇକରେ ଚାଲିଥିବା ବେଆଇନ ମଦ ଚାଲାଣର ପର୍ଦ୍ଦାଫାସ
ଆଗକୁ ସାଧାରଣତନ୍ତ୍ର ଦିବସ ଓ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ଦକ୍ଷିଣ ଦିଲ୍ଲୀର ପୁଲିସ୍ କଡ଼ାକଡ଼ି ଯାଞ୍ଚ କରୁଛି।
National
ଇଟାଲୀ ପିଏମ ମେଲୋନିଙ୍କ ସହ ଭାଇରାଲ ମେମ୍ସ: ଏମିତି କହିଲେ ମୋଦି
ରେଳ ଷ୍ଟେସନରେ ଚା’ ବିକିବା ବେଳେ ମୋଦି କେମିତି ହିନ୍ଦୀ ଶିଖିଥିଲେ, ସେକଥା ମଧ୍ୟ କହିଛନ୍ତି।
National
ମୋଦିଙ୍କ ପୋଡକାଷ୍ଟ ଡେବ୍ୟୁ: କହିଲେ- ମୁଁ ମଣିଷ, ଭଗବାନ ନୁହେଁ
୨ ଘଣ୍ଟାର ପୋଡକାଷ୍ଟରେ ପ୍ରଧାନମନ୍ତ୍ରୀ ନିଜର ପିଲା ବେଳ ଠାରୁ ଆରମ୍ଭ କରି ସଂଘର୍ଷ ଓ ସରକାର ଚଳାଇବାର କୌଶଳ ସମ୍ପର୍କରେ ମତ ରଖିଛନ୍ତି।
National
ସର୍ଜରୀ ପାଇଁ ଏମ୍ସରେ ଭର୍ତ୍ତି ହେଲା ଜେଲରେ ଥିବା ଛୋଟା ରାଜନ
ଏକଦା ଦାଉଦ ଇବ୍ରାହିମର ସହଯୋଗୀ ଭାବେ କାମ କରୁଥିବା ରାଜନକୁ ୨୦୨୪ରେ ହୋଟେଲ ମାଲିକ ଜୟା ସେଟ୍ଟୀଙ୍କ ହତ୍ୟା ଘଟଣାରେ ଆଜୀବନ ଜେଲଦଣ୍ତ ମିଳିଥିଲା।