ଗୁରୁବାର ଫିଟ୍ ଇଣ୍ଡିଆ ମୁଭମେଣ୍ଟ, ମତ ବିନିମୟ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର (24 ସେପ୍ଟେମ୍ବର) ଫିଟ୍ ଇଣ୍ଡିଆ ମୁଭମେଣ୍ଟର ପ୍ରଥମ ବର୍ଷପୂର୍ତ୍ତି ଅବସରରେ ଦେଶବ୍ୟାପୀ ଅନଲାଇନ୍ ଜରିଆରେ ବିଭିନ୍ନ ଲୋକଙ୍କ ସହ କଥା ହେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଫିଟନେସ୍ ପ୍ରତି ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସକାଶେ ଏବଂ ସାଧାରଣ ନାଗରିକମାନଙ୍କ ସହିତ ବାର୍ତ୍ତାଳାପ କରିବେ। ଏହି ଅନଲାଇନ ଭାବ ବିନିମୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀମାନଙ୍କୁ ଫିଟନେସ୍ ଏବଂ ଉତ୍ତମ ସ୍ୱାସ୍ଥ୍ୟ ସଂପର୍କରେ ପ୍ରଧାନମନ୍ତ୍ରୀ ମୋଦି ମାର୍ଗଦର୍ଶନ କରିବା ସହିତ ନିଜ […]

fit-india-movement

fit-india-movement

Subhransu Sekhar
  • Published: Wednesday, 23 September 2020
  • Updated: 24 September 2020, 07:51 AM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର (24 ସେପ୍ଟେମ୍ବର) ଫିଟ୍ ଇଣ୍ଡିଆ ମୁଭମେଣ୍ଟର ପ୍ରଥମ ବର୍ଷପୂର୍ତ୍ତି ଅବସରରେ ଦେଶବ୍ୟାପୀ ଅନଲାଇନ୍ ଜରିଆରେ ବିଭିନ୍ନ ଲୋକଙ୍କ ସହ କଥା ହେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଫିଟନେସ୍ ପ୍ରତି ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସକାଶେ ଏବଂ ସାଧାରଣ ନାଗରିକମାନଙ୍କ ସହିତ ବାର୍ତ୍ତାଳାପ କରିବେ।

ଏହି ଅନଲାଇନ ଭାବ ବିନିମୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀମାନଙ୍କୁ ଫିଟନେସ୍ ଏବଂ ଉତ୍ତମ ସ୍ୱାସ୍ଥ୍ୟ ସଂପର୍କରେ ପ୍ରଧାନମନ୍ତ୍ରୀ ମୋଦି ମାର୍ଗଦର୍ଶନ କରିବା ସହିତ ନିଜ ଫିଟନେସ୍ ଯାତ୍ରାର ଅନୁଭବ ଓ ନିଜସ୍ୱ ମତ ପ୍ରଦାନ କରିବେ । ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀମାନଙ୍କ ମଧ୍ୟରେ ବିରାଟ କୋହଲିଙ୍କ ଠାରୁ ମିଲିନ୍ଦ୍ ସୋମନ ଓ ରୁଜୁତା ଦିବାକରଙ୍କ ସମେତ ଅନେକ ପ୍ରଭାବୀ ବ୍ୟକ୍ତିବିଶେଷ ସାମିଲ ହେବେ।

କୋଭିଡ଼-19 ଭଳି ମହାମାରୀ ସମୟରେ ଘରେ ରହି ନିଜକୁ ସୁସ୍ଥ ଏବଂ ସକ୍ରିୟ ରଖିବା ଜୀବନର ଏକ ଜରୁରି ଆବଶ୍ୟକତା ହୋଇପଡ଼ିଛି । ଏହି ଭାବ ବିନିମୟ କାର୍ଯ୍ୟକ୍ରମକୁ ପୋଷଣ, ନିରାମୟତା ଏବଂ ଫିଟନେସର ଅନ୍ୟାନ୍ୟ ବିଭିନ୍ନ ଦିଗରୁ ସମୟୋଚିତ ଏବଂ ସାର୍ଥକ ଭାବେ ବିବେଚନା କରାଯାଉଛି ।

ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ଦିନଠାରୁ, ଗତ ବର୍ଷକ ମଧ୍ୟରେ, ବିଭିନ୍ନ ସ୍ଥାନରେ ଫିଟ୍ ଇଣ୍ଡିଆ ମୁଭମେଣ୍ଟ ଆନୁକୂଲ୍ୟରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଛି ଏବଂ ସେଥିରେ ସାରା ଦେଶରୁ ଓ ସମାଜର ବିଭିନ୍ନ ବର୍ଗରୁ ବିପୁଳ ସଂଖ୍ୟାରେ ଲୋକ ଅଂଶଗ୍ରହଣ କରିଛନ୍ତି । ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ୍, ପ୍ଲଗ୍ ରନ୍, ସାଇକ୍ଲୋଥନ୍, ଫିଟ୍ ଇଣ୍ଡିଆ ସପ୍ତାହ, ଫିଟ୍ ଇଣ୍ଡିଆ ସ୍କୁଲ ସାର୍ଟିଫିକେଟ୍ ଏବଂ ଅନ୍ୟାନ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଏପର୍ଯ୍ୟନ୍ତ ଦେଶର ପ୍ରାୟ 3.5 କୋଟି ଲୋକ ସାମିଲ ହୋଇଛନ୍ତି ଏବଂ ବାସ୍ତବତା ଦୃଷ୍ଟିରୁ ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos